କୃଷକମାନଙ୍କ ପାଇଁ ଏକ ଖୁସି ଖବର; ଏହି ତାରିଖରେ ଆସିବ ଅପଣଙ୍କ ୨୦୦୦ ଟଙ୍କା! ଚେକ୍ କରନ୍ତୁ ..

କେନ୍ଦ୍ର ସରକାର ପ୍ରତିବର୍ଷ ପିଏମ-କିସାନ (PM-KISAN) ଯୋଜନା ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଦ୍ୱାରା ସେମାନଙ୍କର ଆୟ ବୃଦ୍ଧି ହୋଇପାରିବ । ଏହି ୬,୦୦୦ ଟଙ୍କା ତିନୋଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ (DBT) ଟ୍ରାନ୍ସଫର କରା ଯାଇଥାଏ ।

କୃଷକମାନଙ୍କ ପାଇଁ ଏକ ଖୁସି ଖବର; ଏହି ତାରିଖରେ ଆସିବ ଅପଣଙ୍କ ୨୦୦୦ ଟଙ୍କା! ଚେକ୍ କରନ୍ତୁ ..
ପିଏମ-କିସାନ ସମ୍ମାନ ନିଧି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ପିଏମ-କିସାନ ସମ୍ମାନ ନିଧି (PM Kisan Scheme) ପାଇଁ ମଧ୍ୟ ପଞ୍ଜୀକୃତ କରି ରଖଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଖୁବ ଶୀଘ୍ର ସରକାର ଆପଣଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ 3ଟି କିସ୍ତିରେ କୃଷକମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା (Financial Support to Farmers) ପ୍ରଦାନ କରୁଛନ୍ତି । ଆପଣ ଶୀଘ୍ର ଅଷ୍ଟମ କିସ୍ତି ପାଇଁ ଟଙ୍କା ପାଇବେ । ଏହି ଯୋଜନା ଅଧୀନରେ ପ୍ରାୟ ୯.୫ କୋଟି ହିତାଧିକାରୀ କୃଷକଙ୍କୁ ସେମାନଙ୍କ ଆକାଉଣ୍ଟରେ କିସ୍ତି ଭାବରେ ୨,୦୦୦ ଟଙ୍କା ମିଳିଥାଏ ।

ଉଲ୍ଲେଖନୀୟ ବିଷୟ ହେଉଛି ଯେ ପ୍ରତିବର୍ଷ ସାଧାରଣତ ପ୍ରଧାନମନ୍ତ୍ରୀ କିସାନ୍ ସାମନ୍ ନିଧିର (PM-Kisan Yojana) ପ୍ରଥମ କିସ୍ତି ୨୦ ଏପ୍ରିଲ୍ ସୁଦ୍ଧା ଟ୍ରାନ୍ସଫର କରାଯାଏ । ନିୟମ ଅନୁଯାୟୀ ପ୍ରଥମ କିସ୍ତି ଯକୌଣସି ସମୟରେ ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ଆସିପାରେ ।

ତାଲିକାରେ ଏହିପରି ଆପଣଙ୍କର ନାମ ଯାଞ୍ଚ କରନ୍ତୁ-
୧. ସର୍ବପ୍ରଥମେ, ଆପଣଙ୍କୁ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରନ୍ତୁ ।

୨. ଏହାର ହୋମ ପେଜରେ ଆପଣ Farmers Corner ର ଅପ୍ସନ ପାଇବେ ।

୩. Farmers Corner ବିଭାଗ ମଧ୍ୟରେ ଆପଣଙ୍କୁ Beneficiaries List ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡିବ ।

୪. ଏହା ପରେ, ଆପଣଙ୍କୁ ଡ୍ରପ୍ ଡାଉନ୍ ଲିଷ୍ଟରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମ ଚୟନ କରିବାକୁ ପଡିବ ।

୫. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀମାନଙ୍କର ଏକ ସମ୍ପୂର୍ଣ୍ଣ ଲିଷ୍ଟ ଦେଖିପାରିବେ । ଯେଉଁଥିରେ ଆପଣ ଆପଣଙ୍କର ନାମ ଚେକ୍ କରିପାରିବେ ।

ଜାଣନ୍ତୁ ଟଙ୍କା ପାଇବାରେ କାହିଁକି ବିଳମ୍ବ ହେଉଛି

ସୂତ୍ର ଆପଣଙ୍କୁ କହିଛି ଯେ କରୋନା ସଙ୍କଟ ଯୋଗୁଁ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଉଛି । ଏହା ବ୍ୟତୀତ ଅଯୋଗ୍ୟ କୃଷକଙ୍କଠାରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରାୟ ୯.୫ କୋଟି ଚାଷୀଙ୍କୁ ପ୍ରଥମ କିସ୍ତି ଭାବରେ ମୋଟ ୧୯,୦୦୦ କୋଟି ଟଙ୍କା ଜାରି କରାଯିବ ।

ଏହିପରି ଆପଣ ପଞ୍ଜିକରଣ କରିପାରିବେ 

୧. ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରନ୍ତୁ ।

୨. ବର୍ତ୍ତମାନ Farmers Corner କୁ ଯାଆନ୍ତୁ ।

୩. ଏଠାରେ ଆପଣ 'New Farmer Registration' ଉପରେ କ୍ଲିକ୍ କରନ୍ତୁ ।

୪. ଆଧାର ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।

୫. କ୍ୟାପଚା କୋଡ୍ ଏଣ୍ଟ୍ରି କରି ରାଜ୍ୟ ଚୟନ କରିବାକୁ ପଡିବ ଓ ଏହାପରେ ପ୍ରୋସେସକୁ ଆଗକୁ ବଢାଇବାକୁ ପଡିବ ।

୬. ଆପଣଙ୍କର ବ୍ୟକ୍ତିଗତ ସୂଚନା ପୂରଣ କରିବାକୁ ପଡିବ ।

୭. ଆହୁରି ମଧ୍ୟ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଓ ଚାଷ ସମ୍ବନ୍ଧୀୟ ତଥ୍ୟ ପୂରଣ କରିବାକୁ ପଡ଼ିବ ।

୮. ଏହା ପରେ ଆପଣ ଫର୍ମ ସବମିଟ କରିପାରିବେ ।
Published by: Jagdish Barik
First published: May 3, 2021, 10:01 AM IST