ଆଜି ଚାଷୀଙ୍କୁ ଉପହାର ଦେବେ PM ମୋଦି
News18 Odia Digital
PM Kisan Samman Scheme: ମୋଦି ସରକାର ଅଷ୍ଟମ ବାର୍ଷିକୀ ପାଳନ କରୁଛନ୍ତି ତେଣୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ମୋଦି ବଟନକୁ ଦବାଇ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଗରିବ କଲ୍ୟାଣ ସମ୍ମିଳନୀରେ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଏକାଦଶ କିସ୍ତି ରାଶି ସ୍ଥାନାନ୍ତର କରିବେ।
ପିଏମ କିସାନର ୧୧ତମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଆସିବ
ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା ଅଧୀନରେ ଏକାଦଶ କିସ୍ତି ରାଶି ସ୍ଥାନାନ୍ତର କରିବା ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ପିଏମ କିସାନ ଯୋଜନାର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବେ। ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା ଅଧୀନରେ ୧.୮୦ ଲକ୍ଷ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସଙ୍ଗଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ମଧ୍ୟ ସେୟାର କରିଛନ୍ତି।
ପିଏମ କିସାନ ଯୋଜନା କଣ?
ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏହି ରାଶି ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କାର ତିନୋଟି ସମ୍ମାନ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ।
ଏହି କିସ୍ତିଗୁଡ଼ିକ ପ୍ରତି ଚାରିମାସରେ ଆସେ ଯଥା ବର୍ଷକୁ ତିନିଥର, ଏହି ଯୋଜନା ଅଧୀନରେ ଦୁଇ ହଜାର ଲେଖାଏଁ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯାଏ। କେନ୍ଦ୍ର ସରକାର ଏହି ଟଙ୍କାକୁ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ, ଦୁଇ ହଜାର ଟଙ୍କାର ୧୦ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି। ଦଶମ କିସ୍ତି ଚଳିତ ବର୍ଷ ଜାନୁଆରୀ ୧ରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ଏହି ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏପର୍ଯ୍ୟନ୍ତ ସରକାର ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୮ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।
ମୋଦି ସରକାର ୮ ବର୍ଷ ପୂରଣ କରିଛନ୍ତି
ମୋଦି ସରକାରଙ୍କ ୮ ବର୍ଷ ପୂରଣ ହେବା ପରେ ଶିମଲାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ତେଣୁ ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଓ ଦେଶର ବିଭିନ୍ନ ରାଜ୍ୟର କୃଷି ବିଭାଗ କେନ୍ଦ୍ରରେ ଗରିବ କଲ୍ୟାଣ ସମ୍ମିଳନୀ ମଧ୍ୟ ଆୟୋଜିତ ହେଉଛି ଯେଉଁଥିରେ ମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଅନ୍ୟ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧୀମାନେ ସିଧାସଳଖ ଲୋକଙ୍କ ସହ ଯୋଗାଯୋଗ କରିବେ ଓ ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ମତାମତ ପାଇବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।