PM Kisan: ଆଜିଠାରୁ ଆସିବ ପିଏମ କିସାନର ଅଷ୍ଟମ କିସ୍ତି; ଏହିପରି ଯାଞ୍ଚ କରନ୍ତୁ ଲିଷ୍ଟରେ ଆପଣଙ୍କ ନାମ ଓ ସ୍ଥିତି

PM Kisan: ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan) ଯୋଜନା ଅନୁଯାୟୀ ଚାଷୀଙ୍କୁ ଦିଆଯାଉଥିବା ଟଙ୍କାର ଅଷ୍ଟମ କିସ୍ତି ଆଜିଠାରୁ କୃଷକଙ୍କ ଆକାଉଣ୍ଟକୁ ଆସିବା ଆରମ୍ଭ କରିଛି ।

PM Kisan: ଆଜିଠାରୁ ଆସିବ ପିଏମ କିସାନର ଅଷ୍ଟମ କିସ୍ତି; ଏହିପରି ଯାଞ୍ଚ କରନ୍ତୁ ଲିଷ୍ଟରେ ଆପଣଙ୍କ ନାମ ଓ ସ୍ଥିତି
ଆଜିଠାରୁ ଆସିବ PM Kisan ର ଅଷ୍ଟମ କିସ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପିଏମ କିସାନ ଯୋଜନାର ଅଷ୍ଟମ କିସ୍ତି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ୧ ଏପ୍ରିଲ ଅର୍ଥାତ୍ ଆଜିଠାରୁ ୧୧.୬୬ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଆସିବା ଆରମ୍ଭ କରିଛି । ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi) ଅଧୀନରେ ପଞ୍ଜୀକୃତ କୃଷକଙ୍କ ଅଷ୍ଟମ କିସ୍ତିର ଟଙ୍କା ଆସିବା ଆରମ୍ଭ ହେବ । ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi) ଅନୁଯାୟୀ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଦେଶର କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି । ଏହି ୬ ହଜାର ଟଙ୍କା ରାଶି ସରକାରଙ୍କ ଦ୍ୱାରା ତିନୋଟି କିସ୍ତିରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

ଏହି ଯୋଜନାର ଲାଭ ପାଇବା ପାଇଁ ଯଦି ଆପଣ ମଧ୍ୟ ପଞ୍ଜୀକୃତ ହୋଇଛନ୍ତି ଓ ଏହି ଯୋଜନାର ହିତାଧିକାରୀ ତାଲିକାରେ ଆପଣଙ୍କର ନାମ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ସହଜରେ ଜାଣିପାରିବେ ।

ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲରେ ଆସିଥାଏ -ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ, ପ୍ରତିବର୍ଷ ମୋଦୀ ସରକାର ଚାଷୀଙ୍କୁ ତିନି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଏହା ଅଧୀନରେ ପ୍ରତିବର୍ଷ ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ ।

ତାଲିକାରେ ଏହିପରି ଆପଣଙ୍କର ନାମ ଯାଞ୍ଚ କରନ୍ତୁ
୧. ସର୍ବପ୍ରଥମେ ଆପଣଙ୍କୁ PM Kisan Yojana ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in ଭିଜିଟ କରିବାକୁ ପଡିବ ।
୨. ଏହାର ମୂଳପୃଷ୍ଠାରେ ଆପଣ Farmers Corner ର ବିକଳ୍ପ ଦେଖିବେ ।
୩. Farmers Corner ବିଭାଗ ମଧ୍ୟରେ ଆପଣଙ୍କୁ Beneficiaries List ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।
୪. ତା’ପରେ ଆପଣଙ୍କୁ ଡ୍ରପ୍ ଡାଉନ୍ ତାଲିକାରୁ ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମ ଚୟନ କରିବାକୁ ପଡିବ ।
୫. ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ହିତାଧିକାରୀମାନଙ୍କର ଏକ ସମ୍ପୂର୍ଣ୍ଣ ତାଲିକା ଦେଖାଯିବ । ଯେଉଁଥିରେ ଆପଣ ଆପଣଙ୍କର ନାମ ଯାଞ୍ଚ କରିପାରିବେ ।

ଏହିପରି ଆପଣ ଆପଣଙ୍କ କିସ୍ତିର ସ୍ଥିତି ଜାଣିପାରିବେ
ୱେବସାଇଟରେ ପହଞ୍ଚିବା ପରେ ଡାହାଣ ପାର୍ଶ୍ୱରେ ଥିବା ଫାର୍ମର୍ସ କର୍ଣ୍ଣରରେ କ୍ଲିକ୍ କରନ୍ତୁ । ଏହା ପରେ ହିତାଧିକାରୀ ସ୍ଥିତି ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଯାହା ପରେ ଏକ ନୂତନ ପୃଷ୍ଠା ଖୋଲିବ । ବର୍ତ୍ତମାନ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ଏଣ୍ଟ୍ରି କରନ୍ତୁ । ଏହା ପରେ ଆପଣ ଆପଣଙ୍କ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବେ । ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ପାଇଁ ଆପଣ ଘରୁ ପଞ୍ଜୀକୃତ କରିପାରିବେ । ଏଥିପାଇଁ ଆପଣ ଫାର୍ମ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହିବା ଆବଶ୍ୟକ । ଏଥିପାଇଁ ଆପଣ PM Kisan Yojana pmkisan.nic.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ପଞ୍ଜୀକୃତ କରିପାରିବେ ।

ଏହିପରି ଆପଣ ପଞ୍ଜିକରଣ କରିପାରିବେ
>> ଆପଣଙ୍କୁ ପ୍ରଥମେ PM Kisan ର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ ।
>> ବର୍ତ୍ତମାନ Farmers Corner କୁ ଯାଆନ୍ତୁ
>> ଏଠାରେ ଆପଣ 'New Farmer Registration' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
>> ଏହା ପରେ ଆଧାର ନମ୍ବର ଏଣ୍ଟ୍ରି କରିବାକୁ ପଡିବ ।
>> ଏହା ସହିତ କ୍ୟାପଚା କୋଡ୍ ପ୍ରବେଶ କରି ରାଜ୍ୟ ଚୟନ କରିବାକୁ ପଡିବ ଓ ତା’ପରେ ପ୍ରକ୍ରିୟା ଅଗ୍ରଗତି କରିବାକୁ ପଡିବ ।
>> ଏହି ଫର୍ମରେ ଆପଣଙ୍କୁ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ପୂରଣ କରିବାକୁ ପଡିବ ।
>> ଆହୁରି ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ଚାଷ ସମ୍ବନ୍ଧୀୟ ସୂଚନା ପୂରଣ କରିବାକୁ ପଡିବ ।
>> ଏହା ପରେ ଆପଣ ଫର୍ମ ଦାଖଲ କରିପାରିବେ ।
Published by: Jagdish Barik
First published: April 1, 2021, 3:56 PM IST