PM Kisan: ସରକାର ଅଷ୍ଟମ କିସ୍ତି ଜାରି କରିଛନ୍ତି; ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ଟଙ୍କା, ଏହିପରି ଯାଞ୍ଚ କରନ୍ତୁ

ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି (PM Kisan Samman Nidhi Yojana) ଯୋଜନାର ଅଷ୍ଟମ କିସ୍ତି ପାଇଁ ଏପର୍ଯ୍ୟନ୍ତ ଟଙ୍କା ପାଇ ନ ଥିବା କୃଷକମାନେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସଂଖ୍ୟା ଉପରେ ଅଭିଯୋଗ କରିପାରିବେ ।

PM Kisan: ସରକାର ଅଷ୍ଟମ କିସ୍ତି ଜାରି କରିଛନ୍ତି; ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ଟଙ୍କା, ଏହିପରି ଯାଞ୍ଚ କରନ୍ତୁ
ସରକାର ଅଷ୍ଟମ କିସ୍ତି ଜାରି କରିଛନ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି (Pm kisan samman nidhi) ଯୋଜନାର ଅଷ୍ଟମ କିସ୍ତି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । କେନ୍ଦ୍ର ସରକାର ଅଷ୍ଟମ କିସ୍ତିର ଅର୍ଥ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି । ଯଦି ଆପଣ ମଧ୍ୟ ପଞ୍ଜୀକୃତ ହୋଇଛନ୍ତି, ତେବେ ଏହି ଉପାୟରେ ଯାଞ୍ଚ କରନ୍ତୁ ଯେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସିଛି କି ନାହିଁ ଓ ଯଦି ଆପଣ ପାଇଁ ନାହାଁନ୍ତି, ତେବେ ଯଥାଶୀଘ୍ର ଅଭିଯୋଗ କରନ୍ତୁ । ନଚେତ୍ ଆପଣଙ୍କର ୨୦୦୦ ଟଙ୍କା ନଷ୍ଟ ହୋଇପାରେ ।

କେନ୍ଦ୍ର ସରକାର କ୍ଷୁଦ୍ର ଓ ସୀମିତ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହି ରାଶି ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ଏହା ଚାଷୀଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ୬୦୦୦ ଟଙ୍କା ଜମା ହୋଇଥାଏ । ଯଦି ଜଣେ କୃଷକ ଏହି ଯୋଜନା ଅଧୀନରେ ଟଙ୍କା ପାଇନାହାଁନ୍ତି, ତେବେ ଆପଣ କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ହେଲ୍ପଲାଇନକୁ ଫୋନ୍ କରି ଏହା ବିଷୟରେ ସୂଚନା ପାଇପାରିବେ ।

ଏହିପରି ଆପଣଙ୍କର ଟଙ୍କାର ସ୍ଥିତି ଯାଞ୍ଚ କରନ୍ତୁ-
ଷ୍ଟେପ ୧. ପ୍ରଥମେ PM Kisan ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଭିଜିଟ କରନ୍ତୁ ।

ଷ୍ଟେପ ୨. ଏଠାରେ ଆପଣ ଡାହାଣ ପାର୍ଶ୍ୱରେ 'Farmers Corner' ର ବିକଳ୍ପ ପାଇବେ ।

ଷ୍ଟେପ ୩. ଏଠାରେ 'Beneficiary Status' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏବେ ଏକ ନୂଆ ପେଜ୍ ଖୋଲିବ ।

ଷ୍ଟେପ ୪. ନୂତନ ପେଜରେ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବରରୁ ଗୋଟିଏ ବିକଳ୍ପ ଚୟନ କରନ୍ତୁ ।

ଷ୍ଟେପ ୫. ଆପଣ ଚୟନ କରିଥିବା ବିକଳ୍ପ ସଂଖ୍ୟା ପୁରଣ କରନ୍ତୁ । ଏହା ପରେ, ''Get Data'' ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ ୬. ଏଠାରେ କ୍ଲିକ୍ କରିବା ପରେ ଆପଣଙ୍କୁ ସମସ୍ତ ଟ୍ରାନ୍ଜେକ୍ସନ ବିଷୟରେ ସୂଚନା ମିଳିଯିବ। ତାହା ହେଉଛି କେଉଁ ସମୟରେ କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିଲା ଓ କେଉଁ ବ୍ୟାଙ୍କ ଆକାଉଣ୍ଟକୁ କ୍ରେଡିଟ୍ କରାଯାଇଥିଲା ।

ଷ୍ଟେପ୍ ୭. ଆପଣ ପିଏମ୍ କିସାନର ଅଷ୍ଟମ କିସ୍ତି ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ ।

ଏହି ଲୋକଙ୍କ କିସ୍ତି ଶୀଘ୍ର ଟ୍ରାନ୍ସଫର ହେବ
ଏହା ବ୍ୟତୀତ ଯଦି ''FTO is generated and Payment confirmation is pending’' ଲେଖା ହୁଏ, ଏହାର ଅର୍ଥ ହେଉଛି ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ଓ କିସ୍ତି କିଛି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ତେଣୁ ଏହି ଲୋକମାନଙ୍କୁ ବିଚଳିତ ହେବା ଆଦୌ ଆବଶ୍ୟକ ନାହିଁ ।

ଏହି ନମ୍ବରଗୁଡ଼ିକରେ ଯୋଗାଯୋଗ କରିପାରିବେ
ଯଦି କିସାନ୍ ସମ୍ମାନ ନିଧିର କିସ୍ତି ଗ୍ରହଣ କରି ନ ଥାନ୍ତି ତେବେ ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣ ୦୧୧-୨୪୩୦୦୬୦୬ / ୦୧୧-୨୩୩୮୨୦୯୨ ହେଲ୍ପଲାଇନ ନମ୍ବରକୁ କଲ କରିପାରିବେ । ଏହା ବ୍ୟତୀତ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ PM-KISAN ହେଲ୍ପ ଡେସ୍କକୁ ଇମେଲ (ଇମେଲ) pmkisan-ict@gov.in ରେ ଯୋଗାଯୋଗ କରାଯାଇପାରିବ ।
Published by: Jagdish Barik
First published: May 16, 2021, 11:22 AM IST