News18 Odia Digital
ଆସନ୍ତା ୩୧ରେ ଚାଷୀଙ୍କ ଖାତାକୁ ଯିବ ପିଏମ୍ କିଶାନ ଟଙ୍କା। ପିଏମ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମଓ ସୂଚନା ଦେଇଛି।
ଏହି ଯୋଜନାରେ ଚାଷୀଙ୍କୁ ବର୍ଷକୁ ତିନିଟି କିସ୍ତିରେ ୬ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏ ଯାଏଁ ୧୦ଟି କିସ୍ତିରେ କୃଷକଙ୍କୁ ଟଙ୍କା ପଠା ହୋଇ ସାରିଛି। ଆସନ୍ତା ୩୧ ତାରିଖରେ ଏକାଦଶ କିସ୍ତି ଅର୍ଥ ପ୍ରଦାନ କରାଯିବ।
ଏବେ ପର୍ଯ୍ଯନ୍ତ କୃଷକଙ୍କ ଖାତାକୁ ୧ ଲକ୍ଷ ୮୨ ହଜାର କୋଟିରୁ ଅଧିକ ଟଙ୍କା ପଠାହୋଇ ସାରିଲାଣି। କେବଳ ୨୦୨୧-୨୨ ବର୍ଷରେ କୃଷକଙ୍କୁ ୬୬ ହଜାର ୬୬୪ କୋଟି ଟଙ୍କା ଦିଆଯାଇଛି। କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ଆରମ୍ଭ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।