PM-Kisan: ଖୁସି ଖବର! ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ର ଜାଗାରେ ନେଇପାରିବେ ୩୬୦୦୦ ର ଲାଭ; ଜାଣନ୍ତୁ କିପରି

PM-Kisan: ପିଏମ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ସରକାରଙ୍କ ଠାରୁ ମିଳିଥିବା ୨୦୦୦ ଟଙ୍କା ଲାଭ ଉଠାଉଛନ୍ତି ତେବେ ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ବଦଳରେ ୩୬୦୦୦ ଟଙ୍କା ଲାଭ ପାଇପାରିବେ । ଜାଣନ୍ତୁ କିପରି-

PM-Kisan: ଖୁସି ଖବର! ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ର ଜାଗାରେ ନେଇପାରିବେ ୩୬୦୦୦ ର ଲାଭ; ଜାଣନ୍ତୁ କିପରି
ପିଏମ କିସାନ ସମ୍ମାନ ନିଧି ଯୋଜନା
  • News18 Odia
  • Last Updated: April 25, 2021, 1:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧି (Pm kisan samman nidhi) ଯୋଜନାର ଲାଭ ଉଠାଉଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ଆପଣ ମଧ୍ୟ ସରକାରଙ୍କ ଠାରୁ ମିଳିଥିବା ୨୦୦୦ ଟଙ୍କା ଲାଭ ଉଠାଉଛନ୍ତି ତେବେ ବର୍ତ୍ତମାନ ଆପଣ ବାର୍ଷିକ ୬୦୦୦ ବଦଳରେ ୩୬୦୦୦ ଟଙ୍କା ଲାଭ ପାଇପାରିବେ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ପିଏମ କିସାନଙ୍କ ଅଷ୍ଟମ କିସ୍ତିର ଟଙ୍କା ଟ୍ରାନସ୍ଫର କରିବେ । ଦେଶର ୧୧ କୋଟିରୁ ଅଧିକ କୃଷକ ଏହି ଯୋଜନାର ଲାଭ ଉଠାଉଛନ୍ତି । ବର୍ତ୍ତମାନ ଜାଣନ୍ତୁ କିପରି ୩୬୦୦୦ ଟଙ୍କାର ଲାଭ ଉଠାଇ ପାରିବେ-

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ହିତାଧିକାରୀଙ୍କୁ ସରକାର ଏହି ଯୋଜନାର ମହାନ ସୁବିଧା ପ୍ରଦାନ କରୁଛନ୍ତି । ଏହି ସୁବିଧା ପାଇଁ ଆପଣଙ୍କ ପକେଟରୁ ଗୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ କିମ୍ବା ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ ନାହିଁ ... ଏହି ଯୋଜନାରେ ଆପଣ ପ୍ରତି ମାସରେ ୩୦୦୦ ଟଙ୍କା ପାଇପାରିବେ ।

କେସିସିର ମଧ୍ୟ ମିଳିପାରିବ ଲାଭ
ମୋଦୀ ସରକାରଙ୍କ ଏହି ଯୋଜନା ସେହି ସମସ୍ତ କୃଷକ ଉପକୃତ ହୋଇପାରିବ ଯେଉଁମାନେ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଛନ୍ତି । କେନ୍ଦ୍ର ସରକାର କିସାନ କ୍ରେଡିଟ କାର୍ଡ ଓ ପ୍ରଧାନ ମନ୍ତ୍ରୀ କିସାନ ମାନଧନ ଯୋଜନାକୁ ମଧ୍ୟ କିସାନ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି ।

ଗୋଟିଏ ବି ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ ନାହିଁ
ଏହି ପେନ୍‌ସନ୍‌ ଯୋଜନା ଦେଶର କ୍ଷୁଦ୍ର ଓ ସୀମିତ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ଏଥିରେ ୬୦ ବର୍ଷ ବୟସ ପରେ ଆପଣଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯାଏ । ଯଦି ଆପଣ ପିଏମ କିସାନ ଯୋଜନର ସୁବିଧା ନେଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ ଦାଖଲ କରିବାର ଆବଶ୍ୟକତା ନାହିଁ ।

ବାର୍ଷିକ ୩୬୦୦୦ ଟଙ୍କା କିପରି ପାଇବେ
ଯଦି ଆପଣ PM Maandhan ର ଲାଭ ଉଠାଇବାକୁ ଚାହାଁନ୍ତି ତେବେ ଆପଣ ଏହି ଯୋଜନାରୁ ପ୍ରାପ୍ତ ଲାଭରୁ ସିଧାସଳଖ ଯୋଗଦାନ କରିବାର ବିକଳ୍ପ ପାଇବେ । ତାହା ହେଉଛି ଆପଣଙ୍କ ୬୦୦୦ ଟଙ୍କା ପ୍ରିମିୟମରୁ କଟିଯିବ ଓ ଆପଣଙ୍କ ପକେଟରୁ କୌଣସି ଅତିରିକ୍ତ ଟଙ୍କା ନିଆଯିବ ନାହିଁ । ଏହା ସହିତ ଆପଣଙ୍କର ବକେୟା ବାଲାନ୍ସ ଆକାଉଣ୍ଟକୁ କ୍ରେଡିଟ୍ ହେବ । ଏହିପରି କୃଷକ ବାର୍ଷିକ ୩୬୦୦୦ ପାଇବେ ଓ ପୃଥକ ଭାବରେ ୩ କିସ୍ତି ମଧ୍ୟ ପାଇବେ । ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧିର ହିତାଧିକାରୀ ନଥିଲେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କିଏ ଏହି ଯୋଜନାର ଲାଭ ଉଠାଇପାରିବ-
>> ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଯେକୌଣସି କୃଷକ କିସାନ ମାନଧନ ଯୋଜନାର ଲାଭ ପାଇପାରିବେ ।
>> ଏଥିପାଇଁ ଆପଣଙ୍କର ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ରହିବା ଉଚିତ୍ ।
>> ଚାଷୀଙ୍କ ବୟସ ଉପରେ ନିର୍ଭର କରି ଆପଣଙ୍କୁ ସର୍ବନିମ୍ନ ୨୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ପାଇଁ ୫୫ ଟଙ୍କା ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଯୋଗଦାନ କରିବାକୁ ପଡିବ ।
>> ଯଦି ଆପଣ ୧୮ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ମାସିକ ଅବଦାନ ପ୍ରତ୍ୟେକ ମାସରେ ୫୫ ଟଙ୍କା ହେବ ।
>> ଯଦି ଆପଣ ୩୦ ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦିଅନ୍ତି ତେବେ ଆପଣଙ୍କୁ ପ୍ରତ୍ୟେକ ମାସରେ ୧୧୦ ଟଙ୍କା ଜମା କରିବାକୁ ପଡିବ ।
>> ଯଦି ଆପଣ ୪୦ ବର୍ଷ ବୟସରେ ଯୋଗ ଦିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ ।
Published by: Jagdish Barik
First published: April 25, 2021, 1:07 PM IST