ପୂର୍ବ ଜଷ୍ଟିସ ଗୁଲଜାର ଅହମ୍ମଦ ହେବ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ!ନୋମିନେଟ କଲେ ଇମ୍ରାନ

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ଫୱାର ଚୌଧୁରୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ପୂର୍ବ ଜଷ୍ଟିସ ଗୁଲଜାର ଅହମ୍ମଦ ହେବ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ପୂର୍ବ ଜଷ୍ଟିସ ଗୁଲଜାର ଅହମ୍ମଦ ହେବ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନ ମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି। ଫୱାର ଚୌଧୁରୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ୨୦୧୯ରେ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ହୋଇଥିଲେ। ରାଷ୍ଟ୍ରପତିଙ୍କ ଚିଠିର ଉତ୍ତରରେ ତେହେରିକ-ଇ-ଇନସାଫ କୋର କମିଟି ସହିତ ପରାମର୍ଶ ଓ ଅନୁମୋଦନ ପରେ ଫୱାଦ ଚୌଧୁରୀ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି।

ଏହାପୂର୍ବରୁ ଆଜି ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସଂସଦରେ ବିରୋଧୀ ଦଳର ନେତା ଶାହବାଜ ସରିଫଙ୍କୁ ଚିଠି ଲେଖି ଧାରା ୨୨୪-ଏ (୧) ଅନୁଯାୟୀ କାର୍ଯ୍ୟନିର୍ବାହୀ ପ୍ରଧାନ ମନ୍ତ୍ରୀଙ୍କ ନାମ ପ୍ରସ୍ତାବ ଦେବାକୁ କହିଛନ୍ତି। ରାଷ୍ଟ୍ରପତି ତାଙ୍କ ଚିଠିରେ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟନିର୍ବାହୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନ ମନ୍ତ୍ରୀଙ୍କ ଦାୟିତ୍ବ ପୂରଣ କରିବେ।

ଗୁଲଜାର ଅହମ୍ମଦଙ୍କ ପୂର୍ବରୁ ଇମ୍ରାନ ଖାନ ରାଷ୍ଟ୍ରପତିଙ୍କ ନିକଟରେ କାର୍ଯ୍ୟନିର୍ବାହୀ ପ୍ରଧାନ ମନ୍ତ୍ରୀଙ୍କ ପାଇଁ ଦୁଇଟି ନାମ ପଠାଇଥିଲେ। ସେଥିମଧ୍ୟରୁ ଅବସରପ୍ରାପ୍ତ ଜଷ୍ଟିସ ଆଜମତ ସଇଦ ଓ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ହରୁନ ଅସଲମଙ୍କ ନାମ ଥିବାବେଳେ ପାକିସ୍ତାନ ମୁସଲିମ ଲିଗ (ନୱାଜ) ନେତା ଶାହବାଜ ସରିଫ ରାଷ୍ଟ୍ରପତିଙ୍କୁ ନାମ ଦେବାକୁ ମନା କରି ଦେଇଛନ୍ତି।

ଜଷ୍ଟିସ ଗୁଲଜାର ଅହମ ପାକିସ୍ତାନର ୨୭ତମ ପ୍ରଧାନ ବିଚାରପତି ଥିଲେ।  ସେ ୨୧ ଡିସେମ୍ବର ୨୦୧୯ରେ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଗୁଲଜାର ଅହମ୍ମଦ ପାକିସ୍ତାନର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ସେ ୨ ଫେବୃଆରୀ ୧୯୫୭ରେ କରାଚିରେ ଜନ୍ମଗ୍ରହଣ କରିଥିଲେ।
Published by:Soumya Das
First published: