ସ୍ନାତକୋତ୍ତର ଯୁବକମାନଙ୍କୁ ପିଏମ ମୋଦିଙ୍କ ବାର୍ତ୍ତା, ଆପଣମାନେ ନୂତନ ଭାରତର ର୍ନିମାଣକାରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ଡିଣ୍ଡିଗୁଲରେ ଗାନ୍ଧିଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ ।

ସ୍ନାତକୋତ୍ତର ଯୁବକମାନଙ୍କୁ ପିଏମ ମୋଦିଙ୍କ ବାର୍ତ୍ତା, ଆପଣମାନେ ନୂତନ ଭାରତର ର୍ନିମାଣକାରୀ

ସ୍ନାତକୋତ୍ତର ଯୁବକମାନଙ୍କୁ ପିଏମ ମୋଦିଙ୍କ ବାର୍ତ୍ତା, ଆପଣମାନେ ନୂତନ ଭାରତର ର୍ନିମାଣକାରୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ଡିଣ୍ଡିଗୁଲରେ ଗାନ୍ଧିଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ୩୬ ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ । ୨୦୧୮-୧୯ ଏବଂ ୨୦୧୯-୨୦ ବ୍ୟାଚର ୨୩୦୦ ରୁ ଅଧିକ ଛାତ୍ରଛାତ୍ରୀ ସମାବର୍ତ୍ତନ ସମାରୋହରେ ସ୍ନାତକ ଉପାଧି ଗ୍ରହଣ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ବିଜେତାମାନଙ୍କୁ ସ୍ୱର୍ଣ୍ଣ ପଦକ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଗ୍ରାମକୁ ଆସିବା ତାଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ ଅନୁଭୂତି ଅଟେ ଓ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ଏହି ଅନୁଷ୍ଠାନ ଉଦଘାଟିନ ସମୟକୁ ମନେ ପକାଇଛନ୍ତି । ସେ କହିଥିଲେ, ମହାତ୍ମାଙ୍କ ଆଦର୍ଶ ତଥା ଅନୁଷ୍ଠାନରେ ଗ୍ରାମୀଣ ବିକାଶର ଚିନ୍ତାଧାରାର ସାକ୍ଷୀ ରହିପାରିବେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ଆଦର୍ଶ ଆଜିର ଦିନ ତଥା ସମୟରେ ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପାରିଛି, ବିବାଦ ହେଉ କିମ୍ବା ଜଳବାୟୁ ସଙ୍କଟ ଦୂର ହେଉ, ତାଙ୍କ ଚିନ୍ତାଧାରାରେ ଅନେକ ଆହ୍ୱାନର ଉତ୍ତର ରହିଛି ଯାହା ଆଜି ବିଶ୍ୱ ସମ୍ମୁଖୀନ ହେଉଛି ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଗାନ୍ଧିଙ୍କ ଜୀବନଶୈଳୀ ଛାତ୍ରଛାତ୍ରୀମାନଙ୍କ ଉପରେ ଏକ ବଡ଼ ପ୍ରଭାବ ପକାଇବାର ସୁଯୋଗ ରହିଛି ଏବଂ ଦର୍ଶାଇଛନ୍ତି ଯେ ମହାତ୍ମା ଗାନ୍ଧିଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି ତାଙ୍କ ହୃଦୟ ସହ ଜଡିତ ଚିନ୍ତାଧାରା ଉପରେ କାର୍ଯ୍ୟ କରିବା । ପ୍ରଧାନମନ୍ତ୍ରୀ "ଖଦି ଫର ନେସନ, ଖଦି ଫର୍ ଫ୍ୟାଶନ୍‌” ର ଉଦାହରଣ ଦେଇଛନ୍ତି ଯାହା ଦୀର୍ଘ ଦିନ ପରେ ଅଣଦେଖା ତଥା ଭୁଲିଯାଇଥିବା କପଡାକୁ ପୁନର୍ଜୀବିତ କରିଛି ।

ପିଏମ ମୋଦି ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଖଦି ବିକ୍ରିରେ ୩୦୦% ରୁ ଅଧିକ ବୃଦ୍ଧି ଘଟିଛି । ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ ଗତ ବର୍ଷ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରେକର୍ଡ କାରବାର କରିଥିଲେ । ବକ୍ତବ୍ୟ ଜାରି ରଖି ସେ କହିଛନ୍ତି, ବର୍ତ୍ତମାନ ବିଶ୍ୱର ଫ୍ୟାଶନ ବ୍ରାଣ୍ଡଗୁଡ଼ିକ ମଧ୍ୟ ଏହାର ପରିବେଶ ଅନୁକୂଳ ଗୁଣ ଯୋଗୁଁ ଖଦିକୁ ଗ୍ରହଣ କରୁଛନ୍ତି । ଏହାର ପ୍ରସାର ଉତ୍ପାଦନର ବିପ୍ଳବ ନୁହେଁ ବରଂ ଜନତାଙ୍କ ଉତ୍ପାଦନର ବିପ୍ଳବ ବୋଲି ସେ କହିଛନ୍ତି । ମହାତ୍ମା ଗାନ୍ଧି କିପରି ଖଦିକୁ ଗ୍ରାମଗୁଡିକରେ ଆତ୍ମର୍ନିଭରଶୀଳତାର ଉପକରଣ ଭାବରେ ଦେଖିଥଲେ, ତାହା ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଆତ୍ମନିର୍ଭର ଭାରତ ଦିଗରେ କାର୍ଯ୍ୟ କରୁଥିବାରୁ ସରକାର ତାଙ୍କ ଦ୍ୱାରା ଅନୁପ୍ରାଣିତ ଅଟନ୍ତି । ତାମିଲନାଡୁ ସ୍ୱଦେଶୀ ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ର ଥିଲା । ଏହା ପୁଣିଥରେ ଆତ୍ମନିର୍ଭର ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି କହିଛନ୍ତି, ଆଜି ସ୍ନାତକ ହାସଲ କରିଥିବା ଯୁବକମାନଙ୍କୁ ମୋର ବାର୍ତ୍ତା ହେଉଛି - ଆପଣ ନୂତନ ଭାରତର ର୍ନିମାଣକାରୀ । ଆଗାମୀ ୨୫ ବର୍ଷ ପାଇଁ ଅମୃତ କାଳରେ ଭାରତର ନେତୃତ୍ୱ ନେବାର ଦାୟିତ୍ୱ ତୁମର ଅଛି ।
Published by:Soubhagya Mishra
First published: