Budget: ବଜେଟରେ ଅଧିକ ଆୟ ଦେଉଥିବା PLI ସ୍କିମକୁ ସାମିଲ କରିବେ ସରକାର

PLI Scheme Budget 2023: ମୋଦି ସରକାର ଏଥର ବଜେଟରେ ଖେଳନା, ସାଇକେଲ, ଚମଡା ଏବଂ ଜୋତା-ଚପଲ ତିଆରି ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିପାରନ୍ତି। ଯୋଜନା କ’ଣ ଆସନ୍ତୁ ଜାଣିବା...

ବଜେଟରେ ଅଧିକ ଆୟ ଦେଉଥିବା PLI ସ୍କିମକୁ ସାମିଲ କରିବେ ସରକାର

ବଜେଟରେ ଅଧିକ ଆୟ ଦେଉଥିବା PLI ସ୍କିମକୁ ସାମିଲ କରିବେ ସରକାର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

PLI Scheme Budget 2023: ଦେଶର ଆଗାମୀ ସାଧାରଣ ବଜେଟରେ (Union Budget 2023) ଏଥର ଖେଳନା, ସାଇକେଲ, ଚମଡା ଏବଂ ଜୋତା-ଚପଲ ଉତ୍ପାଦନ ସହିତ ଜଡିତ ଲୋକ ବଡ଼ ଖବର ପାଇପାରନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ପାଦନ ଆଧାରିତ ପ୍ରତ୍ସାହନ (Production Linked Incentive) ଯୋଜନାର ସୁବିଧା ଦେବା ପାଇଁ ସରକାର ଏହି ବଜେଟରେ ଅଧିକ ନିଯୁକ୍ତି ଥିବା କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିପାରିବେ।

ଏହାର ଅର୍ଥ ହେଉଛି ଏହି ଯୋଜନାକୁ ବିସ୍ତାର କରାଯାଇପାରିବ। ଛୋଟ ଉତ୍ପାଦନ ପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଘୋଷଣା କରାଯାଇପାରେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃଆରୀ ୧ରେ ସଂସଦରେ ବଜେଟ୍ (Budget 2023) ଉପସ୍ଥାପନ କରିବାକୁ ଯାଉଛନ୍ତି। ନୂଆ ଅପଡେଟ୍ କ’ଣ ଆସନ୍ତୁ ଜାଣିବା...

PLI ଯୋଜନା କ’ଣ?

ଭାରତରେ PLI ଯୋଜନାରେ ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ବିକ୍ରୟ (ମୂଳ ବର୍ଷରୁ ଅଧିକ) ଉପରେ ପ୍ରୋତ୍ସାହନ ରାଶି ୪% ରୁ ୬%କୁ ବୃଦ୍ଧି କରାଯାଇପାରେ। ଯୋଗ୍ୟ କମ୍ପାନୀଗୁଡିକକୁ ମଧ୍ୟ ମୂଳ ବର୍ଷ ପରେ ୫ ବର୍ଷ ପାଇଁ କଭର୍ କରାଯିବ।

ଏହି ଖବର ବି ପଢ଼ନ୍ତୁ: ‘ରୋଜଗାର ମେଳା’ ଆମର ଉତ୍ତମ ଶାସନର ପରିଚୟ: PM ମୋଦି

ଏହି ଯୋଜନାରେ କିଏ ଯୋଗ୍ୟ ହେବେ

ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ, କେନ୍ଦ୍ର ତଥା ରାଜ୍ୟ ସାର୍ବଜନୀନ କ୍ଷେତ୍ର, ବିଶ୍ୱବିଦ୍ୟାଳୟ, ସରକାରୀ ସହାୟକ ଶିକ୍ଷାନୁଷ୍ଠାନ, ଜାତୀୟକରଣ ବ୍ୟାଙ୍କ, ସ୍ଥାନୀୟ ସଂସ୍ଥା, ସ୍ୱୟଂଶାସିତ ସଂସ୍ଥା, ଅତି କମରେ ୧୦ ପ୍ରତିଶତ ସରକାରୀ / PSU ଅଂଶଧନ ସହିତ ମିଳିତ ଉଦ୍ୟୋଗ, ଋଣ ସମବାୟ ସମିତି ଅନ୍ତର୍ଭୂକ୍ତ କରାଯାଇଛି।

ମୋଟ ୧୪ଟି କ୍ଷେତ୍ରରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଚ୍ଚ ନିଯୁକ୍ତି ଥିବା କ୍ଷେତ୍ରଗୁଡିକୁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (PLI) ଯୋଜନାର ଲାଭ ଯୋଗାଇବା ପାଇଁ ଏହାକୁ ବିସ୍ତାର କରାଯାଇପାରେ। ଯାନ ଏବଂ ଯାନ ଉପାଦାନ, ବୃହତ ବୈଦ୍ୟୁତିକ ଉପକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଖାଦ୍ୟ ପଦାର୍ଥ, ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର PV ମଡ୍ୟୁଲ୍, ଉନ୍ନତ ରାସାୟନିକ କୋଷ ଏବଂ ଇସ୍ପାତ ସମେତ ମୋଟ ୧୪ଟି ସେକ୍ଟରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର PLI ଯୋଜନା କାର୍ଯ୍ୟକାରୀ କରିସାରିଛି।

ପ୍ରସ୍ତାବ ଚୂଡାନ୍ତ ହେବ

ଏହି ଯୋଜନାରେ ଘରୋଇ ଉତ୍ପାଦକମାନଙ୍କୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ 'ଚାମ୍ପିଅନ୍' କରିବାକୁ ଲକ୍ଷ୍ୟ ରଖାଯାଇଛି। ଖେଳନା ଏବଂ ଚମଡା ଭଳି ବିଭିନ୍ନ କ୍ଷେତ୍ରକୁ PLI ଯୋଜନାକୁ ବିସ୍ତାର କରିବାର ପ୍ରସ୍ତାବ ଅନୁମୋଦନ ଶେଷ ପର୍ଯ୍ୟାୟରେ ଅଛି ଏବଂ ଏହା ବଜେଟରେ ଆସିପାରେ ବୋଲି ଆଶା କରାଯାଉଛି।
Published by:Lipina Das
First published: