କବାଡି ମ୍ୟାଚ୍ ସମୟରେ ଖେଳାଳିଙ୍କୁ ହେଲା ହାର୍ଟ ଆଟାକ; Viral ହେଲା ମୃତ୍ୟୁର ଲାଇଭ୍ Video

ଛତିଶଗଡ଼ର ଧାମତରୀ (Dhamtari) ଜିଲ୍ଲାର ଗୋଜି ଗ୍ରାମରେ କବାଡି (Kabaddi) ଖେଳୁଥିବା ବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ କରାଯାଉଛି ।

କବାଡି ମ୍ୟାଚ୍ ସମୟରେ ଖେଳାଳିଙ୍କୁ ହେଲା ହାର୍ଟ ଆଟାକ; Viral ହେଲା ମୃତ୍ୟୁର ଲାଇଭ୍ Video
କବାଡି ମ୍ୟାଚ୍ ସମୟରେ ଖେଳାଳିଙ୍କୁ ହେଲା ହାର୍ଟ ଆଟାକ
  • News18 Odia
  • Last Updated: January 21, 2021, 4:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଧାମତରୀ: ଜନ୍ମ ଓ ମୃତ୍ୟୁ ହେଉଛି ଜୀବନର ଦୁଇଟି ବଡ଼ ସତ୍ୟ ଓ ଉଭୟ ଭଗବାନଙ୍କ ଇଚ୍ଛା ଅନୁଯାୟୀ ସ୍ଥିର ହୋଇଥାଏ । ଛତିଶଗଡ଼ର ଧାମତରୀ ଜିଲ୍ଲାର ଗୋଜି ଗ୍ରାମରେ ଜଣେ କବାଡି ଖେଳାଳିଙ୍କୁ ଦେଖୁ ଦେଖୁ ତାଙ୍କ ପ୍ରାଣ ଉଡିଯାଇଥିଲା । ବାସ୍ତବରେ ଏହି ଗାଁରେ କବାଡି ପ୍ରତିଯୋଗିତା ଚାଲିଥିଲା । 20 ଜାନୁଆରୀ ସନ୍ଧ୍ୟାରେ କୋକାଡି ଗାଁର ନରେନ୍ଦ୍ର ଆକା ନନ୍ଦୁ ସାହୁ ମଧ୍ୟ ନିଜ ଦଳ ସହିତ ଖେଳିବାକୁ ଯାଇଥିଲେ । ମ୍ୟାଚ୍ ସମୟରେ ନନ୍ଦୁଙ୍କ ପର୍ଯ୍ୟାୟ ଆସିଥିଲା ଓ ସେ ବିରୋଧୀ କୋର୍ଟରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହି ସମୟରେ ବିରୋଧୀ ଖେଳାଳିମାନେ ନନ୍ଦଙ୍କୁ ଘେରି ରହିଥିଲେ । ଏହା ପରେ ନନ୍ଦୁ ଏଠାରେ କବାଡି ସହିତ ନିଜର ଜୀବନକୁ ବି ହରାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଭିତ୍ତି କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ବାସ୍ତବରେ ନନ୍ଦୁ ଖେଳିବା ପାଇଁ ଯେଉଁ ନିଶ୍ୱାସକୁ ଅଟକାଇଥିଲେ ତାହା ସବୁଦିନ ଅଟକି ଯାଇଥିଲା । ନନ୍ଦଙ୍କର ହଠାତ୍ ହୃଦଘାତ ହୋଇ ମୃତ୍ୟୁ ବରଣ ହୋଇଥିଲେ । ଯେଉଁମାନେ ଏହି ଘଟଣାକୁ ଦେଖୁଥିଲେ ସେମାନେ ସ୍ତବ୍ଧ ହୋଇଯାଇଥିଲେ । ଯେଉଁମାନେ କବାଡି ଦେଖିବାକୁ ଆସିଥିଲେ ସେମାନେ ନିଜ ଆଖିରେ ମୃତ୍ୟୁ ଦେଖିଥିଲେ ଓ ସମସ୍ତଙ୍କର ହୃଦୟ କାନ୍ଦି ଉଠିଥିଲା । ଉତ୍ସାହର ସହ ପାଳନ କରାଯାଉଥିବା ଏହି କବାଡି ପ୍ରତିଯୋଗିତା କିଛି ମିନିଟରେ ଶୋକରେ ପରିଣତ ହୋଇଥିଲା । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଚାଲିଥିବା କୁହାଯାଉଛି । ଏହି ପ୍ରତିଯୋଗିତାରେ ନିକଟସ୍ଥ ଗାଁର ଅନେକ ଦଳ ଅଂଶଗ୍ରହଣ କରିଛନ୍ତି ।



ପରିବାର ବର୍ଗଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନନ୍ଦୁର ଶବକୁ ନିଜ କବ୍ଜାରେ ନେଇଥିଲା । କୁରୁଦ ପୋଲିସ ଷ୍ଟେସନରେ ଏହି ମାମଲାର ତଦନ୍ତ ଚାଲିଛି । ପୋଲିସ ମୃତଦେହର ପୋଷ୍ଟମର୍ଟମ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି । ଏହି ମ୍ୟାଚରେ ଜଡିତ ଉଭୟ ଦଳର ଖେଳାଳିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
Published by: Jagdish Barik
First published: January 21, 2021, 4:58 PM IST