ଲଦାଖ ବୁଲିବାକୁ ପ୍ଲାନିଂ କରୁଛନ୍ତି କି? IRCTC ଆଣିଛି ସ୍ଵତନ୍ତ୍ର ପ୍ୟାକେଜ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଲେହ-ଲଦାଖ ବୁଲିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ IRCTC ଆଣିଛି ସ୍ୱତନ୍ତ୍ର ପ୍ୟାକେଜ୍। ଏହି ପ୍ୟାକେଜ୍ ଅଧୀନରେ, ଆପଣ ଲେହ, ନୁବ୍ରା, ପେଙ୍ଗଙ୍ଗ ସହିତ ଅନେକ ସୁନ୍ଦର ସ୍ଥାନକୁ ଯାତ୍ରା କରିପାରିବେ ।

ଲଦାଖ ବୁଲିବାକୁ ପ୍ଲାନିଂ କରୁଛନ୍ତି କି? IRCTC ଆଣିଛି ସ୍ଵତନ୍ତ୍ର ପ୍ୟାକେଜ୍

ଲଦାଖ ବୁଲିବାକୁ ପ୍ଲାନିଂ କରୁଛନ୍ତି କି? IRCTC ଆଣିଛି ସ୍ଵତନ୍ତ୍ର ପ୍ୟାକେଜ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Ladakh Tour Package: ଲେହ-ଲଦାଖ ବୁଲିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ IRCTC ଆଣିଛି ସ୍ୱତନ୍ତ୍ର ପ୍ୟାକେଜ୍। ଏହି ପ୍ୟାକେଜ୍ ଅଧୀନରେ, ଆପଣ ଲେହ, ନୁବ୍ରା, ପେଙ୍ଗଙ୍ଗ ସହିତ ଅନେକ ସୁନ୍ଦର ସ୍ଥାନକୁ ଯାତ୍ରା କରିପାରିବେ । ଏହା ଛଅ ରାତି ସାତ ଦିନର ଏକ ଟୁର୍ ପ୍ୟାକେଜ୍ । IRCTC ଏହି ପ୍ୟାକେଜର ନାଁ ରଖିଛି ଡିସକଭର ଲଦାଖ ୱିଥ IRCTC । ଏହି ଯାତ୍ରା ଦିଲ୍ଲୀରୁ ଆରମ୍ଭ ହେବ।

ଏହି ଖବର ପଢ଼ନ୍ତୁ - http://ସାମ୍ନାକୁ ଆସିଲା ନୂଆ ବୟାନ 'ଗୋପାଳ ମାରିନି ନବ ଦାସଙ୍କୁ'!

ଏହି IRCTC ପ୍ୟାକେଜରେ କ’ଣ ସବୁ ଅନ୍ତର୍ଭୁକ୍ତ କରାଯାଇଛି?

ଆଇଆରସିଟିସିର ଏହି ପ୍ୟାକେଜରେ ଅନେକ ସ୍ଥାନ ଅନ୍ତର୍ଭୁକ୍ତ ଅଛି। ଲେହ, ଶ୍ୟାମ ଭ୍ୟାଲି, ନୁବ୍ରା ଭ୍ୟାଲି, ପେଙ୍ଗଙ୍ଗ ଓ ତୁର୍ତ୍ତୁକ୍ ଅନ୍ତର୍ଭୁକ୍ତ । ଟ୍ରାଭେଲିଂ ବିଷୟରେ ଯଦି କହିବା, ଆପଣଙ୍କୁ ବିମାନରେ ନିଆଯିବ । ଏହି ପ୍ୟାକେଜ୍ କେବଳରେ ଏପ୍ରିଲ୍ ୨୨ ରୁ ୨୯ ଏବଂ ମେ ୧,୬,୮,୧୩,୧୫,୨୦,୨୨,୨୭ ଏବଂ ୨୯ ପାଇଁ ।

ପ୍ୟାକେଜର ମୂଲ୍ୟ

ଲଦାଖ ପାଇଁ IRCTC ର ଏହି ପ୍ୟାକେଜ୍ ଭଡା ବିଷୟରେ ଆପଣ ଜାଣି ରଖନ୍ତୁ । ଆପଣଙ୍କୁ ଜଣକ ପିଛା ୩୮,୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଦମ୍ପତ୍ତି କିମ୍ବା ୨ ଜଣଙ୍କ ପାଇଁ, ଜଣକ ପିଛା ୩୩,୭୦୦ ଟଙ୍କା ପଡ଼ିବ । ସେହିପରି ୩ ଜଣଙ୍କ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩୨,୯୬୦ ଟଙ୍କା । ଏଥିରେ ବିମାନ ଭଡା, କ୍ୟାବ ସେବା, ହୋଟେଲ ରହଣି, ଖାଦ୍ୟ ବ୍ୟବସ୍ଥା, ବୀମା ଇତ୍ୟାଦି ଅନ୍ତର୍ଭୁକ୍ତ ।

ଏହି ପ୍ୟାକେଜରେ ଦିଲ୍ଲୀରୁ ଲେହ ଓ ପରେ ଲେହରୁ ଦିଲ୍ଲୀ ପର୍ଯ୍ୟନ୍ତ ଟିକେଟ୍ ଅନ୍ତର୍ଭୁକ୍ତ ହେବ । ଏଥିରେ ଲେହରେ ତିନି ରାତି, ନୁବ୍ରାରେ ଦୁଇ ରାତି ଓ ପେଙ୍ଗଙ୍ଗରେ ଗୋଟିଏ ରାତି ପାଇଁ ହୋଟେଲ ରହଣି ଅନ୍ତର୍ଭୁକ୍ତ ହେବ । ଏଥିରେ ୬ ଟି ବ୍ରେକଫାଷ୍ଟ, ୬ ଟି ମଧ୍ୟାହ୍ନ ଭୋଜନ ଓ ୬ ଟି ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ କରାଯାଇଛି।

ଦ୍ୱିତୀୟ ଦିନରୁ ଷଷ୍ଠ ଦିନ ପର୍ଯ୍ୟନ୍ତ ଗାଇଡ୍ ମଧ୍ୟ ଆପଣଙ୍କ ସହିତ ଉପସ୍ଥିତ ରହିବେ । ସାଂସ୍କୃତିକ ଶୋ ହେବା ସହ ଗୋଟିଏ ଲିଟର ପାଣି ବୋତଲ ମଧ୍ୟ ପ୍ରତିଦିନ ଯୋଗାଇ ଦିଆଯିବ । ସନ୍ଧ୍ୟାରେ ଏକ ଚା କିମ୍ବା କଫି ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଜରୁରୀକାଳୀନ ପରିସ୍ଥିତିରେ, ନୁବ୍ରା ଓ ପାଙ୍ଗଙ୍ଗରେ ଗାଡିରେ ଏକ ଅମ୍ଳଜାନ ସିଲିଣ୍ଡର ମଧ୍ୟ ରହିବ ।
Published by:Soubhagya Mishra
First published: