News 18 Odia Digital
ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ପିତୃ ପକ୍ଷ ଦିନ ପୂର୍ବପୁରୁଷଙ୍କୁ ପିଣ୍ଡ ଦାନ ଦିଆଯାଏ। ଏହି ଦିନ ପିତୃପୁରୁଷଙ୍କଠାରୁ ଆଶୀର୍ବାଦ ଓ ତାଙ୍କର ଆତ୍ମ ଶାନ୍ତି ପାଇଁ ଶ୍ରାଦ୍ଧ ଓ ତର୍ପଣ କରାଯାଏ। ପଞ୍ଚାଙ୍ଗ ଅନୁସାରେ ପିତୃ ପକ୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ଥାଏ। ତେବେ ଆସନ୍ତୁ ଜାଣିବା ଏହି ସମୟ ମଧ୍ୟରେ କେଉଁ କାର୍ଯ୍ୟଗୁଡିକ ଅଶୁଭ ବୋଲି ବିବେଚନା କରାଯାଏ।
ପଞ୍ଚାଙ୍ଗ ଅନୁଯାୟୀ, ଏହି ବର୍ଷ ପିତୃ ପକ୍ଷ ୧୦ ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହେବ ଏବଂ ଏହା ୨୫ ସେପ୍ଟେମ୍ବର ୨୦୨୨ ରେ ଶେଷ ହେବ। ଆସନ୍ତୁ ଜାଣିବା ସମସ୍ତ ତିଥି:
୧୦ ସେପ୍ଟେମ୍ବର - ପ୍ରତୀପଦା ଶ୍ରାଦ୍ଧ
୧୧ସେପ୍ଟେମ୍ବର - ଦ୍ଵିତୀୟ ଶ୍ରାଦ୍ଧ
୧୨ ସେପ୍ଟେମ୍ବର ତୃତୀୟ ଶ୍ରାଦ୍ଧ
୧୩ ସେପ୍ଟେମ୍ବର - ଚତୁର୍ଥୀ ଶ୍ରାଦ୍ଧ
୧୪ ସେପ୍ଟେମ୍ବର - ପଞ୍ଚମୀ ଶ୍ରାଦ୍ଧ
୧୫ ସେପ୍ଟେମ୍ବର - ଷଷ୍ଠୀ ଶ୍ରାଦ୍ଧ
୧୮ ସେପ୍ଟେମ୍ବର - ସପ୍ତମୀ ଶ୍ରାଦ୍ଧ
୧୯ ସେପ୍ଟେମ୍ବର -ଅଷ୍ଟମୀ ଶ୍ରାଦ୍ଧ
୨୦ ସେପ୍ଟେମ୍ବର - ନବମୀ ଶ୍ରାଦ୍ଧ
୨୧ସେପ୍ଟେମ୍ବର - ଦଶମୀ ଶ୍ରାଦ୍ଧ
୨୨ ସେପ୍ଟେମ୍ବର - ଏକାଦଶୀ ଶ୍ରାଦ୍ଧ
୨୩ ସେପ୍ଟେମ୍ବର - ଦ୍ଵାଦଶୀ ଶ୍ରାଦ୍ଧ
୨୪ ସେପ୍ଟେମ୍ବର - ତ୍ରୟୋଦଶୀ ଶ୍ରାଦ୍ଧ
୨୫ ସେପ୍ଟେମ୍ବର- ଚତୁର୍ଦ୍ଦଶୀ ଶ୍ରାଦ୍ଧ
୨୬ ସେପ୍ଟେମ୍ବର - ଶେଷ (ଅମାବାସ୍ୟା) ଶ୍ରାଦ୍ଧ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରାଦ୍ଧ ସମୟରେ ମସୁର ଡାଲି ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହା ବ୍ୟତୀତ ଶରୀରରେ ତେଲ କିମ୍ବା ସାବୁନ ବ୍ୟବହାର କରାଯାଏ ନାହିଁ। ଏଥି ସହିତ ନୂଆ ପୋଷାକ କିଣିବା, ଘରେ ପ୍ରବେଶ କରିବା ମଧ୍ୟ ନିଷେଧ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।