ପିତୃ ପକ୍ଷ ଆରମ୍ଭ ହେବାମାତ୍ରେ ସାରା ଦେଶରେ ବ୍ୟବସାୟ ୧୦% ହ୍ରାସ; ସୁନା ଓ ରୂପା ବ୍ୟବସାୟ ସର୍ବାଧିକ ପ୍ରଭାବିତ

ପିତୃ ପକ୍ଷ ଆରମ୍ଭ ହେବା ମାତ୍ରେ ବ୍ୟବସାୟ ହ୍ରାସ ପାଇଛି । ଏହାର ପ୍ରଭାବ କେତେକ ବ୍ୟବସାୟ ଉପରେ ଅଧିକ ଏବଂ କେତେକ ଉପରେ କମ୍ ହୋଇଛି ।

ପିତୃ ପକ୍ଷ ଆରମ୍ଭ ହେବାମାତ୍ରେ ସାରା ଦେଶରେ ବ୍ୟବସାୟ ୧୦% ହ୍ରାସ; ସୁନା ଓ ରୂପା ବ୍ୟବସାୟ ସର୍ବାଧିକ ପ୍ରଭାବିତ

ପିତୃ ପକ୍ଷ ଆରମ୍ଭ ହେବାମାତ୍ରେ ସାରା ଦେଶରେ ବ୍ୟବସାୟ ୧୦% ହ୍ରାସ; ସୁନା ଓ ରୂପା ବ୍ୟବସାୟ ସର୍ବାଧିକ ପ୍ରଭାବିତ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ପିତୃ ପକ୍ଷ ଆରମ୍ଭ ହେବା ମାତ୍ରେ ବ୍ୟବସାୟ ହ୍ରାସ ପାଇଛି । ଏହାର ପ୍ରଭାବ କେତେକ ବ୍ୟବସାୟ ଉପରେ ଅଧିକ ଏବଂ କେତେକ ଉପରେ କମ୍ ହୋଇଛି । ସୁନା ଓ ରୂପା ସର୍ବାଧିକ ପ୍ରଭାବିତ ହୋଇଛି । ଏଥିରେ ପ୍ରାୟ ୨୫ ପ୍ରତିଶତ ହ୍ରାସ ଘଟିଛି । ବ୍ୟବସାୟୀଙ୍କ ଅନୁଯାୟୀ, ଲୋକମାନେ ବର୍ତ୍ତମାନ ବୁକିଂ କରି ନବରାତ୍ରରେ ଡେଲିଭରି ନେବାକୁ କହୁଛନ୍ତି । ବ୍ୟବସାୟୀମାନେ ବିଶ୍ୱାସ କରନ୍ତି ଯେ ପିତୃପକ୍ଷ ପରେ ବ୍ୟବସାୟରେ ବୃଦ୍ଧି ଘଟିବ। ଏହି ସମୟରେ ମୋଟ ବାଣିଜ୍ୟରେ ୧୦% ହ୍ରାସ ଘଟିଛି ।

ହିନ୍ଦୁ ଧର୍ମର ସନାତନ ସଂସ୍କୃତିରେ ୧୬ ଦିନିଆ ପିତୃ ପକ୍ଷ ପଖୱାଡା ବିବେଚନା କରାଯାଏ । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାରର ମାଙ୍ଗଳିକ, ବିବାହ ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରାଯାଏ ନାହିଁ । ଅଧିକାଂଶ ଲୋକ ଏହି ଅବଧି ମଧ୍ୟରେ କେବଳ ଜରୁରୀ ଜିନିଷ ପାଇଁ ସପିଂ କରନ୍ତି ।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପିତୃ ପକ୍ଷରେ ସାମଗ୍ରିକ ବ୍ୟବସାୟ ୧୦ ପ୍ରତିଶତ ହ୍ରାସ ପାଇଛି । ସର୍ବାଧିକ ପ୍ରଭାବିତ ହୋଇଛି ସୁନା ଓ ରୂପା ବ୍ୟବସାୟ, ଏହା ୨୫ ପ୍ରତିଶତ ହ୍ରାସ ପାଇଛି । କାରଣ ଶୁଭ କାମ ପାଇଁ ସୁନା ଓ ରୂପା କିଣାଯାଏ ଓ ପିତୃପକ୍ଷ ସମୟରେ ଲୋକମାନେ ସୁନା ଓ ରୂପା କିଣନ୍ତି ନାହିଁ । ସେମାନେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଏହି ୧୬ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ, ଆସନ୍ତା ବର୍ଷ ପାଇଁ ବ୍ୟବସାୟ ଯୋଜନା ଏହି ୧୫/୧୬ ଦିନରେ କରିବାକୁ ହେବ ।

ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA) ସିଇଓ ହର୍ଷ ଦମାନୀ କହିଛନ୍ତି ଯେ ପିତୃପକ୍ଷର ପ୍ରଭାବ ଉତ୍ତର ଭାରତରେ ଅଛି, ଦକ୍ଷିଣ ଭାରତରେ ବିକ୍ରୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଭାରତରେ, ଲୋକମାନେ ଏହି ସମୟ ମଧ୍ୟରେ ବୁକ୍ କରନ୍ତି ନାହିଁ, କିନ୍ତୁ ଯେଉଁମାନେ ନବରାତ୍ରିରେ ଯାନବାହନ ଚାହୁଁଛନ୍ତି, ସେମାନେ ବୁକ୍ କରିସାରିଛନ୍ତି । ଏହି ସମୟରେ, ଯଦିଓ ଉତ୍ତର ଭାରତରେ ଯାନ ବିକ୍ରିରେ ହ୍ରାସ ଘଟିଛି, କିନ୍ତୁ ସମଗ୍ର ମାସର ବିକ୍ରିରେ କୌଣସି ପ୍ରଭାବ ପଡ଼ିବ ନାହିଁ, କାରଣ ଯେଉଁମାନେ ବର୍ତ୍ତମାନ ଡେଲିଭରି ନେଉନାହାଁନ୍ତି, ସେମାନେ ଏହାକୁ ନବରାତ୍ରୀରେ ନେଇଯିବେ ।
Published by:Soubhagya Mishra
First published: