News 18 Odia Digital
ଭୁବନେଶ୍ୱର: ଆକାଶରେ ଦେଖାଯାଉଛି ଗୋଲାପୀ ଜହ୍ନ (pink moon) । ମେଘ ଢାଙ୍କିଥିବା ଅଞ୍ଚଳରେ ଏହା ସ୍ପଷ୍ଟ ଭାବେ ଦେଖା ଯାଉନଥିଲେ ମଧ୍ୟ ଆକାଶ ସଫା ଥିବା ସ୍ଥାନରେ ଏହା ଦେଖାଯାଉଛି । ଜହ୍ନର ରଙ୍ଗ ଇଷତ୍ ଗୋଲାପୀ ରଙ୍ଗର ଦେଖାଯାଉଛି । ଏହାକୁ ଇଂରାଜୀରେ ପିଙ୍କ ମୁନ୍ କୁହାଯାଏ । ଭାରତରେ ଏହା ଗୁରୁବାର ଓ ଶୁକ୍ରବାର ରାତିରେ ଦେଖାଯିବ । ରାତି ସାରା ଜହ୍ନ ଏହି ରଙ୍ଗରେ ହିଁ ଦେଖିବାକୁ ମିଳିବ । ଏପ୍ରିଲ ମାସରେ ପୂର୍ଣ୍ଣିମାରେ ଜହ୍ନର ରଙ୍ଗ ଗୋଲାପୀ ଦେଖାଯାଏ । ଯଦିଓ ଏହାର ରଙ୍ଗ ସମ୍ପୂର୍ଣ୍ଣ ଗୋଲାପୀ ନୁହଁ, ତେବେ ଏବା ଇଷତ୍ ଗୋଲାପୀ ଦେଖାଯାଏ । ଅନ୍ୟ ପୂର୍ଣ୍ଣମୀ ଅପେକ୍ଷା ଏପ୍ରିଲ ମାସରେ, ଏହା ବେଶ ଉଜ୍ଜଳ ଓ ସୁନ୍ଦର ଦେଖାଯାଏ । ବାଇନୋକୁଲାର ଓ ଟେଲିସ୍ପୋପ ମାଧ୍ୟମରେ ଆପଣ ଏପ୍ରିଲ ମାସର ଏହି ଗୋଲାପୀ ଜହ୍ନ ଦେଖିପାରିବେ । ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ବେଶୀ ଉଜ୍ଜଳ ଦେଖାଯାଏ । ଏହି ସମୟରେ ଶୁକ୍ର ଓ ମଙ୍ଗଳ ଗ୍ରହ ମଧ୍ୟ ଚନ୍ଦ୍ର ପାଖରେ ଦୃଶ୍ୟମାନ ହୁଏ । ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ମହାକାଶବିଜ୍ଞାନୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଥାନ୍ତି ।
ଜହ୍ନ ରଙ୍ଗ ବଦଳାଏ ?ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଯେଉଁ ଗୋଲାପୀ ଜହ୍ନ କଥା ଉଠିଛି ତାହା ହେଉଛି କେବଳ ନାମକରଣ । ଯେଉଁଟା କି ଉତ୍ତର ଆମେରିକାର ଆଦିମ ଅଧିବାସୀମାନେ ସେ ନାମକରଣ କରିଥିଲେ । ଆଉ ତାହାକୁ ଆମେମାନେ ଏବେ ମଧ୍ୟ ଫଲୋ କରୁଛନ୍ତି । ଯେମିତି ଆମ ଓଡ଼ିଆରେ କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏପରି ନାମକରଣ ପୂର୍ଣ୍ଣମୀକୁ ଦେଇଛୁ ଠିକ୍ ସେହିପରି ପୂର୍ଣ୍ଣଚନ୍ଦ୍ରର ନାମକରଣ କରିଛନ୍ତି ପିଙ୍କ୍ ମୁନ୍ । ସେଥିପାଇଁ ଲୋକଙ୍କ ମନରେ ଟିକେ କନଫ୍ୟୁଜନ ରହିଛି । କିନ୍ତୁ ପ୍ରକୃତରେ ପିଙ୍କ୍ ମୁନ ବା ଗୋଲାପୀ ଜହ୍ନ ଆଜି ଦେଖାଯିବ ନାହିଁ । ରଙ୍ଗ ସହିତ କିଛି ସମ୍ପର୍କ ନାହିଁ ।
ସେହିପରି ଆଉଏକ କାରଣ ମଧ୍ୟ ରହିଛି, ଉତ୍ତର ଆମେରିକାରେ ଏପ୍ରିଲମାସରେ ଅନେକ ଗୋଲାପୀ ଫୁଲ ଫୁଟିଥାଏ । ସେହି କାରଣରୁ ରାତିରେ ପରିବେଶରେ ଏକ ଭିନ୍ନ ଆକର୍ଷଣୀୟ ଦୃଶ୍ୟ ଦେଖାଯାଇଥାଏ । ତେଣୁ ସେହି ହିସାବରେ ଏପ୍ରିଲ ମାସରେ ଜହ୍ନକୁ ସେମାନେ ପିଙ୍କ୍ ମୁନ୍ ବୋଲି କହିଥାନ୍ତି ।
https://www.youtube.com/watch?v=ELLy1sbuyDU
ଏହି ଖବର ପଢ଼ନ୍ତୁ -
ରାଷ୍ଟ୍ରପତିଙ୍କ ଆସାମ ଗସ୍ତରୁ ଆସିଲା ନିଆରା ଦୃଶ୍ଯ: ପ୍ରୋଟୋକଲ୍ ଭାଙ୍ଗିଲେ, ଲୋକଙ୍କୁ ଭେଟିଲେନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।