ଉତ୍ତରପ୍ରଦେଶ ଦୁର୍ଘଟଣା (ପ୍ରତୀକାତ୍ମକ ଛବି) News18 Odia Digital
ଗୁରୁବାରରେ ୟୁପିର ପିଲିଭିତରେ ଏକ ଦୁଖଃଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ପିଲିଭିତ ଜିଲ୍ଲାପାଳ ପୁଲକିତ୍ ଖେର କହିଛନ୍ତି ଯେ ହରିଦ୍ୱାରରୁ ଫେରୁଥିବା ଏକ ଡିସିଏମ୍ ଗାଡି ଆଜି ସକାଳ ପ୍ରାୟ ୪.୩୦ ସମୟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଡିସିଏମରେ ଥିବା ୧୭ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୨ଜଣଙ୍କୁ ବରେଲିକୁ ସ୍ଥାନାନ୍ତରିତ କରାଯାଇଛି। ଆମେ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିଛୁ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାନୁସାରେ, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ସମସ୍ତ ଲୋକ ହେଉଛନ୍ତି ଲକ୍ଷ୍ମୀପୁର ଜିଲ୍ଲାର ଗୋଲା ସହରର ବାସିନ୍ଦା। ଡିସିଏମର ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଡ୍ରାଇଭରର ଆଖି ଲାଗିଯିବା ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ବସିଥିଲା। ଏହା ପରେ ଗଛରେ ପିଟିବା ପରେ ଡିସିଏମ୍ ଓଲଟି ପଡିଥିଲା। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗଛଟି ମଧ୍ୟ ଉପୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣାରେ ସିଏମ୍ ଯୋଗୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପିଲିବିଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ସମବେଦନା ଜଣାଇଛବା ସହ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋଦି।
Published by: Soumya Das
First published: June 23, 2022, 10:31 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।