News 18 Odia Digital
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ରେସି ଜିଲ୍ଲାର ତ୍ରିକୁଟା ପାହାଡରେ ଅବସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ପାଇଲଟ ଆଧାରରେ ରେଡିଓ-ଫ୍ରିକ୍ୱେନ୍ସି ଆଧାରିତ ଆଇଡି କାର୍ଡ ପ୍ରଦାନ କରାଯିବ। ଅଧିକାରୀମାନେ ରବିବାର ଦିନ ଏହି ସୂଚନା ଦେଇଛନ୍ତି । ରେଡିଓ-ଫ୍ରିକ୍ୱେନ୍ସି ଚିହ୍ନଟ ପ୍ରଣାଳୀ (RFID) ବେତାର ପ୍ରଯୁକ୍ତିବିଦ୍ୟା ଉପରେ ଏହା ଆଧାରିତ, ଯାହା ରେଡିଓ ତରଙ୍ଗ ମାଧ୍ୟମରେ ଟ୍ରାକ କରାଯାଇପାରିବ।
ମାତା ବୈଷ୍ଣୋ ମନ୍ଦିର ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ବାଲଗାଙ୍ଗା ଓ ତାରକୋଟରୁ ଗୁମ୍ଫା ମନ୍ଦିର ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପାଇଲଟ ଆଧାରରେ ଆରଏଫଆଇଡି ଟେକ୍ନୋଲୋଜି ଆରମ୍ଭ କରାଯାଇଛି। ଏହା ସଂଖ୍ୟା ନିୟନ୍ତ୍ରଣ କରିବାରେ ସହାୟକ ହେବ।
ଶୀଘ୍ର ପୂର୍ଣ୍ଣ ସୁବିଧା ମିଳିବଅଧିକାରୀ କହିଛନ୍ତି ଯେ ତୀର୍ଥଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ ଏହି ସୁବିଧା ଗୁରୁତ୍ୱପୂର୍ଣ୍ଣ , ବିଶେଷକରି ଯେଉଁମାନେ ଭିଡ଼ରେ ହଜିଯାଆନ୍ତି କିମ୍ବା ସେମାନଙ୍କ ପରିବାର ଠାରୁ ଅଲଗା ହୋଇଯାନ୍ତି । ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଆରଏଫଆଇଡି ସୁବିଧା ଆରମ୍ଭ ହେବ। ଏହାର ପରୀକ୍ଷା ଚାଲିଛି ଓ ଏହା ଆସନ୍ତା ସପ୍ତାହରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।
ତୀର୍ଥଯାତ୍ରୀମାନଙ୍କୁ ଟ୍ରାକ କରାଯାଇପାରିବସେ କହିଛନ୍ତି ଯେ ଆରଏଫଆଇଡି କାର୍ଡ ଧରିଥିବା ତୀର୍ଥଯାତ୍ରୀମାନେ ବେସ କ୍ୟାମ୍ପ କଟ୍ରା ଭବନ ଠାରୁ ୧୩ କିଲୋମିଟର ଯାତ୍ରା ପର୍ଯ୍ୟନ୍ତ ଟ୍ରାକ କରାଯାଇପାରିବ, ଏହା କେବଳ ତୀର୍ଥଯାତ୍ରୀମାନେ ପାଇଁ ନୁହେଁ ବରଂ ମନ୍ଦିର ବୋର୍ଡ ପାଇଁ ମଧ୍ୟ ଉଦ୍ଦିଷ୍ଟ । ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ଦିନ ୨୦ ହଜାରରୁ ୨୫ ହଜାର ତୀର୍ଥଯାତ୍ରୀ ମା'ଙ୍କୁ ଦର୍ଶନ କରିବା ପାଇଁ କଟ୍ରାରେ ପହଞ୍ଚୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।