News18 Odia Digital
Mobile Phone Blast: କେରଳର (Kerela) ତ୍ରିସୁରରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି। ଆରାମରେ ବସି ଚା' ପିଉଥିବା ଜଣେ ୭୦ ବର୍ଷୀୟ ବ୍ୟକ୍ତିଙ୍କ ପକେଟରେ ଫାଟିଲା ମୋବାଇଲ୍ ଫୋନ (Mobile Phone Blast)। ଏହି ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଏହି ଭିଡିଓଟି ଏବେ ସେସିଆଲ ମିଡ଼ିଆରେ (Social Media) ଖୁବ୍ ଭାଇରାଲ ହେବାରେ (Viral Video) ଲାଗିଛି।
ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ବୁଜୁ ଇଲିୟାସ ନାମକ ଜଣେ ବ୍ୟକ୍ତି ଆରାମରେ ବସି ଚା' ପିଇଉଛନ୍ତି। ତାଙ୍କ ପାଖରେ ଜଣେ ଯୁବକ ଚା' ପ୍ରସ୍ତୁତ କରୁଛନ୍ତି। ତା’ପରେ ହଠାତ୍ ବୃଦ୍ଧଙ୍କ ସାର୍ଟ ପକେଟରେ ରଖାଯାଇଥିବା ଫୋନ୍ରେ ବିସ୍ଫୋରଣ ହୋଇ ପୋଷାକରେ ନିଆଁ ଲାଗିଯାଇଥିଲା। ବୃଦ୍ଧ ଜଣକ ତୁରନ୍ତ ପକେଟରୁ ଫୋନ ବାହାର କରି ଫୋପାଡ଼ି ଦେଲେ। ପରେ ଏହି ନିଆଁକୁ ଆୟତ୍ତ କରିଯାଥିଲା। ସୈଭାଗ୍ୟବଶତଃ ଏହି ଘଟଣାରେ ତାଙ୍କର ବିଶେଷ କ୍ଷତି ହୋଇନଥିଲା। ଏହି ଭିଡିଓ ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ବୃଦ୍ଧଙ୍କ କହିବା ଅନୁଯାୟୀ ଏହି ଫୋନକୁ ଏକ ବର୍ଷ ତଳେ ତ୍ରିସୁର ପୋଷ୍ଟ ଅଫିସ୍ ରୋଡରେ ଥିବା ଏକ ମୋବାଇଲ ଦୋକାନରୁ ଏକ ହଜାର ଟଙ୍କାରେ କିଣିଥିଲେ। ଏହା ଏକ ସାଧାରଣ କିପ୍ୟାଡ୍ ଫୋନ୍ ଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବ୍ୟାଟେରୀ ଖରାପ ହେତୁ ଫୋନରେ ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣରେ ବୃଦ୍ଧଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ପକେଟରେ ମୋବାଇଲ୍ ଫୋନ୍ ବିସ୍ଫୋରଣ ଘଟଣା ନୂଆ କଥା ନୁହେଁ। ଏହାପୂର୍ବରୁ ଏପରି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳିସାରିଛି, ଯେଉଁଥିରେ କିଛି ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ଗତ ଏକ ମାସ ମଧ୍ୟରେ କେରଳରେ ତିନୋଟି ମୋବାଇଲ ଫୋନ୍ ବିସ୍ଫୋରଣ ଘଟିଥିବା କଥା ସାମ୍ନାକୁ ଆସିସାରିଛି।
ପଢ଼ନ୍ତୁ ଏହି ଖବର: ଆପଣଙ୍କୁ ବି ଆସୁଛି SBI ବନ୍ଦ ହେବା ମେସେଜ? ସାବଧାନ! ନଚେତ୍ ଖାଲି ହୋଇଯିବ ଆକାଉଣ୍ଟକିଛିଦିନ ତଳେ କୋଜିକୋଟ ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ପ୍ୟାଣ୍ଟର ପକେଟରେ ଥିବା ଫୋନରେ ବିସ୍ଫୋରଣ ଘଟିଥିଲା ଏଥିରେ ସେ ଆହତ ହୋଇଥିଲେ। ଏହାପୂର୍ବରୁ, ଏପ୍ରିଲ୍ ୨୪ରେ, ତ୍ରିସୁରରେ ଏହି ପରି ଏକ ଘଟଣା ଦେଖିବାକୁ ମିଳିଥିଲା। ଯେଉଁଥିରେ ଜଣେ ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ବାଳିକା ମୋବାଇଲରେ ଏକ ଭିଡିଓ ଦେଖୁଥିଲେ। ସେହି ସମୟରେ ତାଙ୍କ ହାତରେ ହଠାତ୍ ମୋବାଇଲ ବ୍ଲାଷ୍ଟ ହୋଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।