ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ୍ ୯୫.୨୮ ଟଙ୍କା; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ

Petrol Price Today: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ପେଟ୍ରୋଲ ଓ ଡିଜେଲର ନୂଆ ହାର ପ୍ରକାଶ କରିଛି। ଆସନ୍ତୁ ଜାଣିବା ଆଜିର ନୂଆ ଇନ୍ଧନ ମୂଲ୍ୟ…

ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ୍ ୯୫.୨୮ ଟଙ୍କା

ଏହି ସହରରେ ୧ ଲିଟର ପେଟ୍ରୋଲର ଦାମ୍ ୯୫.୨୮ ଟଙ୍କା

  • Share this:
News18 Odia Digital

ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ (IOCL) ପେଟ୍ରୋଲ ଡିଜେଲର ନୂଆ ହାର ପ୍ରକାଶ କରିଛି। ଆଜି ମଧ୍ୟ ଇନ୍ଧନ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ବର୍ତ୍ତମାନର ହାର ଅନୁଯାୟୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରହିଛି। ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି ।

ପେଟ୍ରୋଲ ଡିଜେଲ ଶୀଘ୍ର ଶସ୍ତା ହୋଇପାରେ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ ଅନ୍ୟ ପ୍ରମୁଖ ଅର୍ଥନୀତି ସହ ସମନ୍ୱୟ ରକ୍ଷା କରି ଭାରତ ତାର ରଣନୈତିକ ତୈଳ ଭଣ୍ଡାରରୁ ତୈଳ ବାହାର କରିବାକୁ ଯୋଜନା କରୁଛି।

ଦେଶର ମେଟ୍ରୋ ସମେତ ପ୍ରମୁଖ ସହରଗୁଡ଼ିକରେ ଆଜିର ମୂଲ୍ୟ ଜାଣନ୍ତୁ

୧.ଦିଲ୍ଲୀରେ ପେଟ୍ରୋଲ ୯୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ।
୨.ମୁମ୍ବାଇରେ ପେଟ୍ରୋଲ ୧୦୯.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ।
୩.ଚେନ୍ନାଇରେ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୩ ଟଙ୍କା ।
୪.କୋଲକାତାରେ ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୯ ଟଙ୍କା ।
୫.ଲକ୍ଷ୍ନୌରେ ପେଟ୍ରୋଲ ୯୫.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୮୦ ଟଙ୍କା ।
୬.ଗାନ୍ଧିନଗରରେ ପେଟ୍ରୋଲ ୯୫.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୩୩ ଟଙ୍କା ।

ପ୍ରତିଦିନ ସକାଳେ ୬ଟାରେ ମୂଲ୍ୟ ବଦଳିଯାଏ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ନୂଆ ହାର ସକାଳ ୬ ଟାରୁ ପ୍ରଯୁଜ୍ୟ । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ।
Published by:Lipina Das
First published:
)}