Petrol Price: ଏହି ସହରରେ ୮୨ ଟଙ୍କା ଅଛି ପେଟ୍ରୋଲ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି

Petrol-Diesel Price Today: ସରକାରୀ ତୈଳ କମ୍ପାନୀ (IOCL) ପେଟ୍ରୋଲ ଓ ଡିଜେଲର ନୂଆ ହାର ପ୍ରକାଶ କରିଛି । ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ରହିଛି। ଏଥିସହିତ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି।

ଏହି ସହରରେ ୮୨ ଟଙ୍କା ଅଛି ପେଟ୍ରୋଲ ଦର

ଏହି ସହରରେ ୮୨ ଟଙ୍କା ଅଛି ପେଟ୍ରୋଲ ଦର

  • Share this:
News18 Odia Digital

ନୂଆ ଦିଲ୍ଲୀ: ସରକାରୀ ତୈଳ କମ୍ପାନୀ (IOCL) ପେଟ୍ରୋଲ ଓ ଡିଜେଲର ନୂଆ ହାର ପ୍ରକାଶ କରିଛି। ଆଜି ମଧ୍ୟ ଚାରୋଟି ମେଟ୍ରୋରେ ଉଭୟ ପାରମ୍ପାରିକ ଇନ୍ଧନର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିୱାଲି ପରଠାରୁ ଉଭୟ ଇନ୍ଧନର ମୂଲ୍ୟ ସ୍ଥିର ରହିଛି। ନୂଆ ହାର ଅନୁଯାୟୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କାରେ ବିକ୍ରି ହେଉଛି।

ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର

୧. ଦିଲ୍ଲୀ ପେଟ୍ରୋଲ ୯୫.୪୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୬୭ ଟଙ୍କା ।
୨. ମୁମ୍ବାଇ ପେଟ୍ରୋଲ ୧୦୯.୯୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୧୪ ଟଙ୍କା ।
୩. ଚେନ୍ନାଇ ପେଟ୍ରୋଲ ୧୦୧.୪୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୪୩ ଟଙ୍କା ।
୪. କୋଲକାତା ପେଟ୍ରୋଲ ୧୦୪.୬୭ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୭୯ ଟଙ୍କା ।
୫. ଲକ୍ଷ୍ନୌ ପେଟ୍ରୋଲ ୯୫.୨୮ ଟଙ୍କା ଓ ଡିଜେଲ ଲିଟର ପିଛା ୮୬.୮୦ ଟଙ୍କା ।
୬. ଗାନ୍ଧିନଗର ପେଟ୍ରୋଲ ୯୫.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୩୩ ଟଙ୍କା ।
୭. ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୨.୯୬ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୧୩ ଟଙ୍କା 8. ଭୁବନେଶ୍ବରରେ ପେଟ୍ରୋଲ ୧୦୧.୭୦ ଟଙ୍କା ଓ ଡିଜେଲ ଲିଟର ପିଛା ୯୧.୫୨ ଟଙ୍କା ।

ପ୍ରତିଦିନ ସକାଳ ୬ଟାରେ ମୂଲ୍ୟ ବଦଳିଯାଏ

ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ନୂଆ ହାର ସକାଳ ୬ଟାରୁ ପ୍ରଯୁଜ୍ୟ । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟାନ୍ୟ ଜିନିଷ ଯୋଡ଼ିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ।

ଏହି ଉପାୟରେ ଆପଣ ଆଜିର ସର୍ବଶେଷ ମୂଲ୍ୟ ଜାଣିପାରିବେ

ଆପଣ SMS ମାଧ୍ୟମରେ ପେଟ୍ରୋଲ ଡିଜେଲର ଦୈନିକ ହାର ମଧ୍ୟ ଜାଣିପାରିବେ । ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରକୁ RSP ଓ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସୂଚନା ପାଇପାରିବେ । ସେହି ସମୟରେ, HPCL ଗ୍ରାହକମାନେ ୯୨୨୨୨୦୧୧୨୨ ନମ୍ବରକୁ HPPrice ପଠାଇ ମୂଲ୍ୟ ଜାଣିପାରିବେ ।
Published by:Lipina Das
First published:
)}