କମିଲା ପେଟ୍ରୋଲ ଓ ଡିଜେଲ ଦର; ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ନୂଆ ନିୟମ

କମିଲା ପେଟ୍ରୋଲ ଓ ଡିଜେଲ୍ ଦର !

କମିଲା ପେଟ୍ରୋଲ ଓ ଡିଜେଲ୍ ଦର !

  • Share this:
News 18 Odia Digital

ମହାରାଷ୍ଟ୍ର; ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ ଓ ଡିଜେଲର ଦର କମିବ । ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୩ ଟଙ୍କାକୁ ହ୍ରାସ କରାଯାଇଛି । ତୈଳଦର ଉପରେ ଭାଟ୍ ହ୍ରାସ ଯୋଗୁଁ ମହାରାଷ୍ଟ୍ରରେ କମିଛି ତୈଳଦର । ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟବାସି ଏକନାଥ ସିନ୍ଦେଙ୍କ ଉପରେ ଖୁସିଥିବା ଦେଖିବାକୁ ମିଳୁଛି ।

ବାର୍ଷିକ ୬ ହଜାର କୋଟିର ଭାଟ କମିବା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ବୋଝକୁ ସିନ୍ଦେ ସରକାର ନିଜେ ବହନ କରିବାନେଇ ଉଲ୍ଲେଖ କରିଛନ୍ତି । ମହାରାଷ୍ଟ୍ରରେ ପେଟ୍ରୋଲର ଦର ବର୍ତ୍ତମାନ ୧୧୧ଟଙ୍କା ଲିଟର ପ୍ରତି ଥିବାବେଳେ ଡିଜେଲ ୯୬ଟଙ୍କା ରହିଛି । ଦର କମିବା ପରେ ପେଟ୍ରୋଲ ୧୦୬ ଏବଂ ଡିଜେଲ୍ ଦର ୯୩ ଟଙ୍କାରେ ପହଞ୍ଚିବ । ସରକାର ଗଠନ ପରେ ସିନ୍ଦେ ସରକାର ତୈଳଦର ଉପରେ ଭାଟ କମ କରିବାକୁ ନିଷ୍ପତି ନେଇଥିଲେ । ପୂର୍ବରୁ କେନ୍ଦ୍ର ସରକାର ତୈଳଦର ଉପରୁ ଏକ୍ସାଇଜ୍ ଡ୍ୟୁଟି କମ କରିଥିଲେ । ଆଗରୁ ମଧ୍ୟ ଅନେକ ରାଜ୍ୟ ତୈଳଦର ଉପରୁ ଭାଟ୍ କମ କରିଛନ୍ତି । ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଛି ।
Published by:Soubhagya Mishra
First published: