ପେଟ୍ରୋଲ ଡିଜେଲ ମୂଲ୍ୟ: ଅଶୋଧିତ ତୈଳ ଦର ହ୍ରାସ.. ଜାଣନ୍ତୁ ବର୍ତ୍ତମାନର ଦର
News 18 Odia Digital
ନୂଆଦିଲ୍ଲୀ; ସରକାରୀ ତୈଳ କମ୍ପାନୀଗୁଡିକ ଶନିବାର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରକାଶ କରିଛନ୍ତି । ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥି ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୯୪ ଡଲାର ରହିଛି । ଦିଲ୍ଲୀ ବ୍ୟତୀତ ମୁମ୍ବାଇ ସମେତ ସମସ୍ତ ତିନୋଟି ମେଟ୍ରୋରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଚାଲିଛି ।
ଶୁକ୍ରବାର ସକାଳେ ତୈଳ କମ୍ପାନୀଗୁଡିକ ପ୍ରକାଶ କରିଥିବା ରେଟ ଅନୁଯାୟୀ ମୁମ୍ବାଇରେ ପେଟ୍ରୋଲର ଖୁଚୁରା ଦର ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା । କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ରହିଛି ।
ସେପଟେ ଓଡ଼ିଶାର ଅନୁଗୁଳରେ ପେଟ୍ରୋଲ ମୂଲ୍ୟ ଶୁକ୍ରବାର ୧୦୪.୭୧ ଟଙ୍କା ଥିବାବେଳେ ବାଲେଶ୍ୱର ୧୦୩.୯୫ ଟଙ୍କାରେ ବିକ୍ରି ହୋଇଛି । ବରଗଡରେ ପେଟ୍ରୋଲ ମୂଲ୍ୟ ହେଉଛି ୧୦୩.୮୫ ଟଙ୍କା । ଏହା ଭଦ୍ରକରେ ୧୦୪.୦୫ ଟଙ୍କା, ବଲାଙ୍ଗୀରରେ ୧୦୫.୯୧ ଟଙ୍କା ରହିଛି । ଭୁବନେଶ୍ୱର, କଟକରେ ୧୦୩.୫୯ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।