Petrol-Diesel Price Today: ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

Petrol-Diesel Price Today: ଦୁଇ ମାସ ଧରି ପେଟ୍ରୋଲ ଓ ଡିଜେଲ ହାର ସ୍ଥିର ରହିଛି। ତୈଳ କମ୍ପାନୀଗୁଡିକ ଦ୍ୱାରା ଏଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇନାହିଁ। ଗତ ଦିନରେ ମହାରାଷ୍ଟ୍ରର ସିନ୍ଦେ ସରକାର ପେଟ୍ରୋଲ ପିଛା ୫ ଟଙ୍କା ଓ ଡିଜେଲ ପିଛା ୩ ଟଙ୍କା ହ୍ରାସ କରିଥିଲେ।

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି  ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ

  • Share this:
News18 Odia Digital

Petrol-Diesel Price Today: ଦୁଇମାସ ପରେ ମଧ୍ୟ ତୈଳ କମ୍ପାନୀଗୁଡିକ ପେଟ୍ରୋଲ-ଡିଜେଲ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଦୁଇ ମାସ ପୂର୍ବେ ତଥା ମେ ୨୧ରେ ସରକାରଙ୍କ ଦ୍ବାରା ଏକ୍ସାଇଜ୍ ଡ୍ୟୁଟି କଟାଯାଇଥିଲା। ହେଲେ ଏହାର କିଛି ଦିନ ପରେ ଏହା ପୁଣି ବୃଦ୍ଧି ପାଇଥିଲା। ଗତ ଦିନ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଅଶୋଧିତ ତୈଳର ସର୍ବଶେଷ ହାର

ଏକ ସପ୍ତାହ ପୂର୍ବରୁ ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ଅଶୋଧିତ ତୈଳର ମୂଲ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। WTI ଅଶୋଧିତ ମୂଲ୍ୟ ବୁଧବାର ଦିନ ବ୍ୟାରେଲ ପିଛା ୧୦୪.୨ ଡଲାରରେ ପହଞ୍ଚିଛି। ଏହି ସମୟରେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୭.୧ ଡଲାରରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ସିନ୍ଦେ ସରକାର ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲରେ ୩ ଟଙ୍କା ହ୍ରାସ କରି ରାଜ୍ୟବାସୀଙ୍କୁ ଆରାମ ପ୍ରଦାନ କରିଛନ୍ତି।

ମେ ମାସରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପାଇବା ପରେ ଆଉ କିଛି ରାଜ୍ୟ ଭାଟ୍ ହ୍ରାସ କରିଥିଲେ। ସେତେବେଳେ ସରକାରଙ୍କ ପଦକ୍ଷେପ ଯୋଗୁଁ ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲରେ ୬ ଟଙ୍କା ହ୍ରାସ କରାଯାଇଥିଲା।

ଆଜିର ମୂଲ୍ୟ ଜାଣନ୍ତୁ…

୧. ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଓ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ରହିଛି।
୨. ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଛି।
୩. ମୁମ୍ବାଇ ପେଟ୍ରୋଲ ୧୧୧.୩୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା ରହିଛି।
୪. ଚେନ୍ନାଇ ପେଟ୍ରୋଲ ୧୦୨.୬୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ରହିଛି।
୫. କୋଲକାତା ପେଟ୍ରୋଲ ୧୦୬.୦୩ ଟଙ୍କା ଓ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି।
୬. ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଓ ଡିଜେଲ ୮୯.୯୬ ଟଙ୍କା।
୭. ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଓ ଡିଜେଲ ୮୯.୭୬ ଟଙ୍କା ରହିଛି।
୮ ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଓ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା ଅଛି।
୯. ତିରୁବନନ୍ତପୁରମରେ ପେଟ୍ରୋଲ ୧୦୭.୭୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୬.୫୨ ଟଙ୍କା।
୧୦. ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା।
୧୧. ଗୁରୁଗ୍ରାମରେ ୯୭.୧୮ ଟଙ୍କା ଓ ଡିଜେଲ ୯୦.୦୫ ଟଙ୍କା ରହିଛି।
୧୨. ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଲିଟର ପିଛା ଡିଜେଲ ୮୭.୮୯ ଟଙ୍କା ରହିଛି।
୧୩. ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୭୬ ଟଙ୍କା।
୧୪. ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଟଙ୍କା ଓ ଡିଜେଲ ୮୪.୨୬ ଟଙ୍କା ଅଛି।
୧୫. ହାଇଦ୍ରାବାଦରେ ପେଟ୍ରୋଲ ୧୦୯.୬୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୭.୮୨ ଟଙ୍କା ଅଛି।
Published by:Lipina Das
First published: