ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ ମୂଲ୍ୟ
News18 Odia Digital
ନୂଆ ଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା କ୍ରମାଗତ ଭାବରେ ଜାରି ରହିଛି। ଏପର୍ଯ୍ୟନ୍ତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ତୈଳ କମ୍ପାନୀଗୁଡିକ ଦ୍ୱାରା ୧୩ ଗୁଣ ବୃଦ୍ଧି କରାଯାଇଛି। ଗୋଟିଏ ପଟେ ଅଶୋଧିତ ତୈଳର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଉଥିବାବେଳେ ଏହା ବ୍ୟାରେଲ ପିଛା ପ୍ରାୟ ୧୦୦ ଡଲାରକୁ ଖସି ଆସିଥିବା ବେଳେ ଅନ୍ୟପଟେ ଏହାର ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଆଶଙ୍କା ଦେଖାଦେଇଛି।
ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ଉଭୟରେ ୮୦ ପଇସା ବୃଦ୍ଧି ପାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଆଜି ଲିଟର ପିଛା ୧୦୪.୬୧ ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୯୫.୮୭ ଟଙ୍କାରେ ବିକ୍ରି ହେଉଛି।
ଗତ ୧୫ ଦିନ ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୧୩ ଥର ବୃଦ୍ଧି ପାଇଛି। ଆଜି ସକାଳ ୬ଟାରୁ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୮୪ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି।
୧୫ ଦିନରେ ଏମିତି ଦୁଇଥର ଘଟିଥିଲା ଯେବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ହୋଇନଥିଲା। ପ୍ରାୟ ୧୩୭ ଦିନ ପରେ, ତୈଳ ମୂଲ୍ୟ ମାର୍ଚ୍ଚ ୨୨ରୁ ବୃଦ୍ଧି ପାଇବାରେ ଲାଗିଲା ଓ ୧୫ ଦିନରେ କେବଳ ଦୁଇ ଦିନ ଅର୍ଥାତ୍ ମାର୍ଚ୍ଚ ୨୪ ଓ ଏପ୍ରିଲ ୧ରେ ତୈଳ ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିଲା।
Published by:Lipina Das
First published: