Fuel Price: ୫ ଦିନ ମଧ୍ୟରେ ଲଗାତାର ଚତୁର୍ଥ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

Petrol-Diesel Price Hike: ଶୁକ୍ରବାର ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଥିଲା। ଚାରି ମାସରୁ ଅଧିକ ବ୍ୟବଧାନ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ଏହି ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା।

୫ ଦିନ ମଧ୍ୟରେ ଲଗାତାର ଚତୁର୍ଥ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

୫ ଦିନ ମଧ୍ୟରେ ଲଗାତାର ଚତୁର୍ଥ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇଛି, ଏହା ପରେ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୮.୬୧ ଟଙ୍କା ହୋଇଥିବା ବେଳେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୮୯.୮୭କୁ ବୃଦ୍ଧି ପାଇଛି।

ଗତକାଲି ମଧ୍ୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି। ଚାରିମାସରୁ ଅଧିକ ବ୍ୟବଧାନ ପରେ ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଏହି ମୂଲ୍ୟ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ ଗତ ପାଞ୍ଚ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଇନ୍ଧନ ମହଙ୍ଗା ହୋଇଛି।

ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୩.୨୯ ଟଙ୍କା

ଦେଶର ଆର୍ଥିକ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୧୩.୨୯ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ମୂଲ୍ୟ ୯୭.୪୯ ପଇସାକୁ ବୃଦ୍ଧି ପାଇଛି। ଏଠାରେ ପେଟ୍ରୋଲର ମୂଲ୍ୟ ୮୪ ପଇସା ଓ ଡିଜେଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇଛି। ସମ୍ପ୍ରତି ଅଶୋଧିତ ତୈଳର ମୂଲ୍ୟ ପାଖାପାଖି ୩୫ ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ନଭେମ୍ବର ଆରମ୍ଭରୁ ମଙ୍ଗଳବାର ପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟ ସ୍ଥିର ରହିଥିଲା, ଯେଉଁଥିରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ କରିଥିଲା। ବିଭିନ୍ନ କାରଣ ଉପରେ ଆଧାର କରି OMC ଗୁଡିକ ପରିବହନ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରନ୍ତି। ଅନ୍ତିମ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ମୂଲ୍ୟଯୁକ୍ତ ଟ୍ୟାକ୍ସ ଓ ଡିଲର କମିଶନ ଅନ୍ତର୍ଭୁକ୍ତ।

ଋଷ ବିରୋଧରେ କଟକଣା ଭାରତ ପାଇଁ ଚିନ୍ତାର ବିଷୟ

ଆଶଙ୍କା ରହିଛି ଯେ ଋଷ ବିରୋଧରେ ବର୍ତ୍ତମାନର ପ୍ରତିବନ୍ଧକ ବିଶ୍ବର ଯୋଗାଣକୁ ହ୍ରାସ କରିବ ଓ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ। ଅଶୋଧିତ ତୈଳର ମୂଲ୍ୟ ସୀମା ଭାରତ ପାଇଁ ଚିନ୍ତାର ବିଷୟ, କାରଣ ଏହା ପେଟ୍ରୋଲ ଓ ଡିଜେଲକୁ ୧୫ ରୁ ୨୫ ଟଙ୍କା ବ୍ୟୟବହୁଳ କରିପାରେ। ବର୍ତ୍ତମାନ ଭାରତ ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନୀ କରୁଛି।
Published by:Lipina Das
First published: