News18 Odia Digital
Petrol-Diesel Price Hike: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ଆଜି ୮୦ ପଇସା ବୃଦ୍ଧି ପାଇଛି। ଚାରିମାସରୁ ଅଧିକ ବ୍ୟବଧାନ ପରେ, ଏହି ମୂଲ୍ୟ ପ୍ରଥମ ଥର ପାଇଁ ମାର୍ଚ୍ଚ ୨୨ ଅର୍ଥାତ୍ ମଙ୍ଗଳବାରରେ ପରିବର୍ତ୍ତିତ ହୋଇଥିଲା, ଯାହା ପରେ ଗତ ୧୬ ଦିନ ମଧ୍ୟରେ ୧୪ ଥର ପାଇଁ ଇନ୍ଧନ ମହଙ୍ଗା ହୋଇଛି ଓ ସେହି ଦିନଠାରୁ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଚାଲିଛି। ୧୦ ଟଙ୍କା ବଢ଼ିସାରିଲାଣି। ପୁଣି ଥରେ CNGର ମୂଲ୍ୟ ୨.୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଦୀଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୫,୪୧ ଟଙ୍କା ଅଛି। ସେହିପରି ଗୋଟିଏ ଲିଟର ଡିଜେଲ ମୂଲ୍ୟ ୯୬.୬୭ ଟଙ୍କା ଅଛି। ଆଜି ଦିଲ୍ଲୀରେ ସିଏନଜି ମୂଲ୍ୟ କିଲୋଗ୍ରାମରେ ୬୬.୬୧ ଟଙ୍କା ରହିଛି।
ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୭.୫୭ ଟଙ୍କାରେ ବିକ୍ରି ହେଉଛିମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୮୪ ପଇସା ଓ ଡିଜେଲରେ ୮୫ ପଇସା ବୃଦ୍ଧି ପାଇଛି, ଏହା ପରେ ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୧୭.୫୭ ଟଙ୍କାକୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ ନଭେମ୍ବର ଆରମ୍ଭରୁ ମଙ୍ଗଳବାର ପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟ ସ୍ଥିର ରହିଥିଲା, ଯେଉଁଥିରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ କରିଥିଲା। ବିଭିନ୍ନ କାରଣ ଉପରେ ଆଧାର କରି OMC ଗୁଡିକ ପରିବହନ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରନ୍ତି। ଅନ୍ତିମ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ମୂଲ୍ୟଯୁକ୍ତ ଟ୍ୟାକ୍ସ ଓ ଡିଲର କମିଶନ ଅନ୍ତର୍ଭୁକ୍ତ।
ଆମଦାନି ଉପରେ ଭାରତ ୮୫ ପ୍ରତିଶତ ନିର୍ଭରଶୀଳସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି, କିନ୍ତୁ ସ୍ଥାନୀୟ ଟିକସ ଉପରେ ନିର୍ଭର କରି ଏହାର ମୂଲ୍ୟ ରାଜ୍ୟରୁ ଭିନ୍ନ ଭିନ୍ନ। କ୍ରିସିଲ ରିସର୍ଚ୍ଚ ଅନୁଯାୟୀ ଆନ୍ତର୍ଜାତୀୟ ତୈଳ ମୂଲ୍ୟର ବୃଦ୍ଧିକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ଲିଟର ପିଛା ୯ ରୁ ୧୨ ଟଙ୍କା ବୃଦ୍ଧି ଆବଶ୍ୟକ। ଏହାର ତୈଳ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ଭାରତ ୮୫ ପ୍ରତିଶତ ନିର୍ଭରଶୀଳ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।