Fuel price: ଆଜି ପୁଣି ବଢ଼ିଲା ତେଲ ଦର; ଜାଣନ୍ତୁ ଆଜିର ତେଲ ମୂଲ୍ୟ ବାବଦରେ

ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆଜି ୮୦ ପଇସା ବୃଦ୍ଧି ପାଇଛି।  ଯାହା ପରେ ପେଟ୍ରୋଲର ମୂଲ୍ୟ ୧୦୩ ଟଙ୍କା ୪୧ ପଇସା ହୋଇଛି।

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ମୂଲ୍ୟ

ଜାରି ହେଲା ପେଟ୍ରୋଲ-ଡିଜେଲର ନୂଆ ମୂଲ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଆଜି ୮୦ ପଇସା ବୃଦ୍ଧି ପାଇଛି।  ଯାହା ପରେ ପେଟ୍ରୋଲର ମୂଲ୍ୟ ୧୦୩ ଟଙ୍କା ୪୧ ପଇସା ହୋଇଛି। ଚାରିମାସରୁ ଅଧିକ ବ୍ୟବଧାନ ପରେ, ଏହି ମୂଲ୍ୟ ୨୨ ମାର୍ଚ୍ଚ ମଙ୍ଗଳବାରରେ ପ୍ରଥମ ଥର ପାଇଁ ପରିବର୍ତ୍ତିତ ହେଲା, ଯାହାକି ଗତ ୧୩ ଦିନ ମଧ୍ୟରେ ୧୧ ତମ ଥର ପାଇଁ ଇନ୍ଧନ ମହଙ୍ଗା ହେଲା।

ଦେଶର ଆର୍ଥିକ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୧୮.୪୧ ପଇସା ଓ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୧୦୨.୬୪ ପଇସାକୁ ବୃଦ୍ଧି ପାଇଛି।  ଏଠାରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇଛି।

 ଚେନ୍ନାଇ-

ଗୋଟିଏ ଲିଟର ପେଟ୍ରୋଲ - ୧୦୮.୦୬ ଟଙ୍କା

ଗୋଟିଏ ଲିଟର ଡିଜେଲ - ୯୯.୦୪ ଟଙ୍କା

କୋଲକାତା-

ଗୋଟିଏ ଲିଟର ପେଟ୍ରୋଲ - ୧୧୩.୦୩ ଟଙ୍କା

ଗୋଟିଏ ଲିଟର ଡିଜେଲ - ୯୭.୮୨ ଟଙ୍କା

ସୂଚନାଯୋଗ୍ୟ ଯେ ନଭେମ୍ବର ଆରମ୍ଭରୁ ମଙ୍ଗଳବାର ପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟ ସ୍ଥିର ରହିଥିଲା, ଯେଉଁଥିରେ କେନ୍ଦ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କା ହ୍ରାସ କରିଥିଲା। ବିଭିନ୍ନ କାରଣ ଉପରେ ଆଧାର କରି OMC ଗୁଡିକ ପରିବହନ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରନ୍ତି। ଅନ୍ତିମ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ମୂଲ୍ୟଯୁକ୍ତ ଟ୍ୟାକ୍ସ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ।

ଆମଦାନି ଉପରେ ଭାରତ ୮୭ ପ୍ରତିଶତ ନିର୍ଭରଶୀଳ

ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି, କିନ୍ତୁ ସ୍ଥାନୀୟ ଟିକସ ଉପରେ ନିର୍ଭର କରି ଏହାର ମୂଲ୍ୟ ରାଜ୍ୟରୁ ଭିନ୍ନ ଭିନ୍ନ ଅଟେ। କ୍ରିସିଲ ରିସର୍ଚ୍ଚ ଅନୁଯାୟୀ ଆନ୍ତର୍ଜାତୀୟ ତୈଳ ମୂଲ୍ୟର ବୃଦ୍ଧିକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ଲିଟର ପିଛା ୯-୧୨ ଟଙ୍କା ବୃଦ୍ଧି ଆବଶ୍ୟକ। ଏହାର ତୈଳ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ଭାରତ ୮୫ ପ୍ରତିଶତ ନିର୍ଭରଶୀଳ।
Published by:Soumya Das
First published: