ଆସନ୍ତା ମାସରୁ କମିପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ଜାଣନ୍ତୁ OPEC ଦେଶମାନଙ୍କ ଯୋଜନା

OPEC ଗୃପ୍‌ ସହିତ ହୋଇଥିବା ବୈଠକ ପରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଶୀଘ୍ର ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । OPEC ଓ ଅଣ-OPEC ଦେଶଗୁ଼ଡ଼ିକ ଅଗଷ୍ଟରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବେ ।

ଆସନ୍ତା ମାସରୁ କମିପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ଜାଣନ୍ତୁ OPEC ଦେଶମାନଙ୍କ ଯୋଜନା
ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଜଲଦି କମ୍‌ ହୋଇପାରେ । (ପ୍ରତୀକାତ୍ମକ ଚିତ୍ର)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ ନେଇ ରବିବାର ଦିନ ଓପିଇସି ଗ୍ରୁପ ସହିତ ସାକ୍ଷାତ ପରେ ପେଟ୍ରୋଲ ଦର ଶୀଘ୍ର ଶସ୍ତା ହୋଇପାରେ ଆଲୋଚନା କରାଯାଉଛି। ପାଞ୍ଚଟି ଓପିଇସି ଓ ଅଣ ଓପିଇସି ଦେଶ ଅଗଷ୍ଟ ମାସରୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବା ନେଇ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ପୂର୍ବରୁ ଏହି ଦେଶମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ତୈଳ ମୂଲ୍ୟ ପ୍ରଭାବିତ ହୋଇଥିଲା।

ତୈଳ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ ସଂଗଠନ (ଓପିଇସି) ଏବଂ ଏହାର ସହଯୋଗୀ ଉତ୍ପାଦନକାରୀ ଦେଶଗୁଡ଼ିକର ଅନଲାଇନ୍ ବୈଠକ ପରେ ରବିବାର ଦିନ ଏକ ବିବୃତ୍ତିରେ କୁହାଯାଇଛି ଯେ, ଇରାକ, କୁଏତ, ଋଷିଆ, ସାଉଦି ଆରବ ଏବଂ ୟୁଏଇର ତୈଳ ଉତ୍ପାଦନର ସୀମା ବଢ଼ିବ।

୪,୦୦,୦୦୦ ବ୍ୟାରେଲ୍‌ ବୃଦ୍ଧି ହେବ

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି, ଅଗଷ୍ଟ ମାସରୁ ଓପିଟିସିସି ଦେଶମାନଙ୍କରେ ପ୍ରତିଦିନ ୪,୦୦,୦୦୦ ବ୍ୟାରେଲ ତୈଳ ଉତ୍ପାଦନ ବୃଦ୍ଧି ପାଇବ । ୨୦୨୨ ଶେଷ ସୁଦ୍ଧା ଧୀରେ ଧୀରେ ୫.୮ନିୟୁତ ବ୍ୟାରେଲ କଟ୍ ଲାଗୁ ହେବ। ଏହା ଫଳରେ ୨ ମିଲିୟନ୍ ବିପିଡି ଉତ୍ପାଦନ ପୁନରୁଦ୍ଧାର ହୋଇପାରିବ ନେଇ ଆକଳନ କରାଯାଇଛି ।

ପାଞ୍ଚଟି ଦେଶର ଉତ୍ପାଦନ ସ୍ତର ବୃଦ୍ଧି ପାଇବ

ଅନଲାଇନ୍ ବୈଠକ ପରେ ଏହି ନିଷ୍ପତ୍ତିରେ ସଂଯୁକ୍ତ ଆରବ ଏମିରେଟ୍ସ ର (ୟୁଏଇ) ଶକ୍ତି ମନ୍ତ୍ରୀ ସୁହେଲ୍‌ ଅଲ୍‌ ମଜ୍ରୋଇ ସହମତି ଥିବା ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଉତ୍ପାଦନ ସୀମାକୁ ନେଇ ଗୋଷ୍ଠୀ ମଧ୍ୟରେ ସଂଶୋଧନ କରାଯିବ। ଓପିଟିସିସିର ବିବୃତ୍ତିରେ ପାଞ୍ଚଟି ଦେଶର ଉତ୍ପାଦନ ସ୍ତର ବୃଦ୍ଧି କରିବାକୁ ଚୁକ୍ତିନାମା ସମ୍ପର୍କରେ ସୂଚନା ଦିଆଯାଇଥିଲା, କହିଛନ୍ତି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍ ବିନ୍ ସଲମାନ ।

କେଉଁ ଦେଶ କେତେ ଅଧିକ ଉତ୍ପାଦନ କରିବ?

ନୂଆ ପ୍ରସ୍ତୁତ ନୀତି ଅନୁସାରେ, ୟୁଏଇ ମେ ୨୦୨୨ରୁ ପ୍ରତି ଦିନ ୩.୫ ମିଲିୟନ୍ ବ୍ୟାରେଲ୍ ଉତ୍ପାଦନ କରିବାରେ ସକ୍ଷମ ହେବ। ସାଉଦି ଆରବର ଦୈନିକ ଉତ୍ପାଦନ ସୀମା ୧,୧୦୦ ନିୟୁତ ବ୍ୟାରେଲରୁ ୧୧.୫ ନିୟୁତ ବ୍ୟାରେଲକୁ ବୃଦ୍ଧି କରାଯିବ।  ଋଷିଆର ଉତ୍ପାଦନ ସୀମା ମଧ୍ୟ ସମାନ ରହିବ ।  ଇରାକ ଏବଂ କୁଏତର ଦୈନିକ ଉତ୍ପାଦନ ସୀମା ବୃଦ୍ଧି ଏହାଠାରୁ ସାମାନ୍ୟ କମ୍ ହେବ |

ଟିକାକରଣ ଅଭିଯାନ ଯୋଗୁଁ କାର୍ଯ୍ୟକଳାପରେ ଉନ୍ନତି ଆସୁଛି

ତେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ଓପିଟିସି ବିବୃତ୍ତିରେ ଏହା ସ୍ୱୀକାର କରାଯାଇଛି । ବିଶ୍ୱର  ଅଧିକାଂଶ ଭାଗରେ ଟିକାକରଣ କାର୍ଯ୍ୟକ୍ରମର ତୀବ୍ରତା ହେତୁ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆସୁଛି। ଏଇ ମାସ ଆରମ୍ଭରେ ୟୁଏଇ ନିଜର ଉତ୍ପାଦନ ସ୍ତର ବଢ଼ାଇବାକୁ ଚାହୁଁଥିବାରୁ ଉତ୍ପାଦନ ବିଷୟରେ ଆଲୋଚନା ବନ୍ଦ ହୋଇଯାଇଥିଲା। ଯାହାକି ୟୁଏଇ ଏବଂ ସାଉଦି ଆରବ ମଧ୍ୟରେ ତିକ୍ତତା ତିଆରି କରିଥିଲା |

ତେଲ ଦରରେ ମହାମାରୀର ପ୍ରଭାବ

କରୋନା ମହାମାରୀ ଯୋଗୁଁ ଜେଟ ଇନ୍ଧନ ଏବଂ ଯାନ ଇନ୍ଧନର ଚାହିଦା ହ୍ରାସ ପାଇବା ସହ ଅଶୋଧିତ ତୈଳର ମୂଲ୍ୟରେ ବହୁତ ହ୍ରାସ ଘଟିଛି।  ଦେଶରେ ଟିକାକରଣର ପ୍ରକ୍ରିୟା ତ୍ୱରାନିତ ହେବା ଫଳରେ ବିଶ୍ୱର ପ୍ରମୁଖ ଅର୍ଥନୀତିରେ ମଧ୍ଯ ସୁଧାର ଆସିଛି  । ଚଳିତ ମାସରେ ଯୁଏଇ ନିଜର ତୈଳ ଉତ୍ପାଦନ ବୃଦ୍ଧି କରିବା ନେଇ ସାଉଦି ଆରବ ଏବଂ ୟୁଏଇ ମଧ୍ଯରେ ମତାନ୍ତର ହୋଇଥିଲା । କରୋନା ମହାମାରୀ ସମୟରେ ତେଲ ଦର ବଢ଼ିବା ହେତୁ ଅଶୋଧିତ ତେଲ ଦର ଉପରେ ବିରାଟ ପ୍ରଭାବ ପଡ଼ିଥିଲା ।  ଦେଶରେ ଟିକାକରଣ ପ୍ରକ୍ରିୟା ଜୋର ହେବା ପରେ ଅର୍ଥନିତୀରେ ସୁଧାର ଆସିବାରେ ଲାଗିଛି
Published by: Soumya Das
First published: July 19, 2021, 12:52 PM IST