News18 Odia Digital
ନୂଆ ଦିଲ୍ଲୀ: ଆଜି ପୁଣିଥରେ ଜନସାଧାରଣ ମୁଦ୍ରାସ୍ଫୀତିର ଝଟକା ପାଇଛନ୍ତି। ଆଜି ନବମ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଦେଶରେ ଅଷ୍ଟମ ଥର ପାଇଁ ବୃଦ୍ଧି କରାଯାଇଛି। ଗତ ୯ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮ ଗୁଣ ବୃଦ୍ଧି ପାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି। ବୁଧବାର ଅର୍ଥାତ୍ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି।
ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୮୦ ପଇସା ବୃଦ୍ଧି ହେବା ପରେ ଲିଟର ପିଛା ୧୦୧.୦୧ ଟଙ୍କା ମୂଲ୍ୟ ହୋଇଛି। ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ହେବା ପରେ ଏହା ଲିଟର ପିଛା ୯୨.୨୭ ଟଙ୍କାରେ ବିକ୍ରି ହେଉଛି।
ଏଥି ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇ ୧୧୫.୮୮ ଟଙ୍କା ହୋଇଛି। ଏଥିସହିତ ଡିଜେଲର ମୂଲ୍ୟ ୭୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୦.୧୦ ଟଙ୍କା ହୋଇଛି।
ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୭୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୬.୬୯ ଟଙ୍କାକୁ ଆସିଛି। ଏଥି ସହିତ ଡିଜେଲର ମୂଲ୍ୟ ୭୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୬.୭୬ ଟଙ୍କା ହୋଇଛି।
କୋଲକାତାରେ ପେଟ୍ରୋଲର ମୂଲ୍ୟ ୮୪ ପଇସା ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି। ଆଜି ପେଟ୍ରୋଲ କୋଲକାତାରେ ଲିଟର ପିଛା ୧୧୦.୫୨ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୫.୪୨ ଟଙ୍କା ହୋଇଛି।
ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ଆଜି ବୃଦ୍ଧି ପାଇଛିଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇଛି ଓ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଛି। ଯଦି ଆମେ ଆଜିର ଅଶୋଧିତ ତୈଳ ମୂଲ୍ୟକୁ ଦେଖିବା ତେବେ ନାଇମାକ୍ସ ଅଶୋଧିତ ୧.୦୨ ଡଲାର ତଥା ୦.୯୮ ପ୍ରତିଶତ ବଢ଼ି ୧୦୫.୨୬ ଡାଲରରେ ପହଞ୍ଚିଛି।
ଏଥିସହିତ, ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧.୧୩ ଡଲାର ତଥା ୧.୦୩ ପ୍ରତିଶତ ହାସଲ କରିବା ପରେ ବ୍ୟାରେଲ ପିଛା ୧୧୧.୩୬ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖାଯାଉଛି ଓ ଏଠାରେ ଇନ୍ଧନ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।