ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»କ୍ରମାଗତ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର; ୨୯ ପଇସା କମିଲା ପେଟ୍ରୋଲ ମୂଲ୍ୟ

କ୍ରମାଗତ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର; ୨୯ ପଇସା କମିଲା ପେଟ୍ରୋଲ ମୂଲ୍ୟ

ଗୁରୁବାର ଦିନ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି।

କ୍ରମାଗତ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର; ୨୯ ପଇସା କମିଲା ପେଟ୍ରୋଲ ମୂଲ୍ୟ
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 25, 2021, 11:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୁରୁବାର ଦିନ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୦ ଟଙ୍କା ଥିବାବେଳେ ଡିଜେଲ ହାର ଆଜି ଲିଟର ପିଛା ୯୧.୯୧ ଟଙ୍କା ରେକର୍ଡ କରାଯାଇଛି।

ବୁଧବାର ଦିନ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୧.୮୧ ଟଙ୍କା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୧.୬୨ ଟଙ୍କା ରେକର୍ଡ କରାଯାଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୨୯ ପଇସା ବୃଦ୍ଧି ପାଇଛି।

ସେହିଭଳି ଭାରତର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ମୂଲ୍ୟ ହ୍ରାସ ପରେ ଲଗାତାର ଅନେକ ଦିନ ଧରି ଅପରିବର୍ତ୍ତିତ ରହିଛି।

ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇ ପରି ଭାରତର ପ୍ରମୁଖ ସହରରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୧୦୧.୪୦, ୧୦୪.୬୭ ଟଙ୍କା ଏବଂ ୧୦୯.୯୭ ଟଙ୍କା ରେକର୍ଡ କରାଯାଇଛି।  ଚେନ୍ନାଇରେ ଡିଜେଲ ମୂଲ୍ୟ ୯୧.୪୩ ଟଙ୍କା, କୋଲକାତାରେ ୮୯.୭୯ ଟଙ୍କା ଏବଂ ମୁମ୍ବାଇରେ ୯୪.୧୪ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ ଜାତୀୟ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୩.୯୭ ଟଙ୍କା ରେକର୍ଡ ହୋଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୬.୬୭ଟଙ୍କା ରହିଛି।

ପେଟ୍ରୋଲ ମୂଲ୍ୟରେ ହ୍ରାସ ଗ୍ରାହକଙ୍କୁ ବହୁ ଆବଶ୍ୟକୀୟ ଆରାମ ଦେଇଛି। ତେବେ ମୂଲ୍ୟ ହ୍ରାସ ସତ୍ତ୍ୱେ ଅଧିକାଂଶ ସହରରେ ପେଟ୍ରୋଲ ମୂଲ୍ୟ ୧୦୦ରୁ ଅଧିକ ରହିଛି।
Published by: Soumya Das
First published: November 25, 2021, 9:21 AM IST