Hijab conflict: ଏକ ଘଣ୍ଟା ମଧ୍ଯରେ ଆବେଦନ ଶୁଣାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୋର୍ଟ ଧୈର୍ଯ୍ୟ ହରାଉଛନ୍ତି। ଗୁରୁବାର ଦିନ ଯୁକ୍ତି ଶେଷ କରିବାକୁ ଆବେଦନକାରୀଙ୍କ ଓକିଲମାନଙ୍କୁ ମାତ୍ର ଏକ ଘଣ୍ଟା ସମୟ ଦେବ। 

ହିଜାବକୁ ନେଇ ବିତର୍କ

ହିଜାବକୁ ନେଇ ବିତର୍କ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

କର୍ଣ୍ଣାଟକ: ସୁପ୍ରିମ କୋର୍ଟରେ ଜାରି ରହିଛି ହିଜାବ ମାମଲାକୁ ନେଇ ଶୁଣାଣି । କର୍ଣ୍ଣାଟକ ହିଜାବ ମାମଲାରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ନିଜ ଦଲିଲରେ ଆବେଦନକାରୀ ଏହା ସାବ୍ୟସ୍ତ କରି ପାରି ନାହାନ୍ତି ଯେ, ଇସଲାମରେ ହିଜାବ ଅନିବାର୍ଯ୍ୟ ଧାର୍ମିକ ପରମ୍ପରା। କୁରାନରେ କେବଳ ହିଜାବ ଉଲ୍ଲେଖ ହୋଇଗଲେ ତାହା ଇସଲାମର ବାଧ୍ୟତାମୂଳକ ଧାର୍ମିକ ପରମ୍ପରା ହୋଇ ଯାଏ ନାହିଁ।

ବୁଧବାର ସୁପ୍ରିମକୋର୍ଟ କର୍ଣ୍ଣାଟକ ହିଜାବ ନିଷେଧାଦେଶରେ ଆବେଦନକାରୀଙ୍କୁ କହିଛନ୍ତି ଯେ ସେ ଧର୍ଯ୍ୟ ହରାଉଛନ୍ତି। ନବମ ଦିନରେ ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗୁରୁବାର ଦିନ ଯୁକ୍ତି ଶେଷ କରିବାକୁ ଆବେଦନକାରୀଙ୍କ ଓକିଲମାନଙ୍କୁ ମାତ୍ର ଏକ ଘଣ୍ଟା ସମୟ ଦେବ। ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ସୁଦର୍ଶନ ଧୁଲିଆ ଆବେଦନକାରୀଙ୍କ ନିକଟରେ ହାଜର ହୋଇ କହିଛନ୍ତି ଯେ ଆମେ ସମସ୍ତଙ୍କୁ ଏକ ଘଣ୍ଟା ସମୟ ଦେବୁ। ଏହା ପୂର୍ବରୁ ଅନେକ ଓକିଲ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିସାରିଛନ୍ତି। କର୍ଣ୍ଣାଟକ ହିଜାବ ନିଷେଧାଦେଶ ପ୍ରସଙ୍ଗରେ ମୁସଲମାନ ଛାତ୍ରମାନଙ୍କ ପାଇଁ ହାଜର ହୋଇଥିବା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଦବେ ମଧ୍ୟ ହିନ୍ଦୁ ପରମ୍ପରା ଏବଂ ହିନ୍ଦୁ ମହିଳାଙ୍କ ଉଦାହରଣ ସୃଷ୍ଟି କରିଛନ୍ତି।
Published by:Soumyashree Mishra
First published: