ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»EVM ବ୍ୟବହାର ବନ୍ଦ କରାଯିବା ଯାଚିକା ଖାରଜ କଲେ ଦିଲ୍ଲୀ ହାଇ କୋର୍ଟ; ଆବେଦନକାରୀଙ୍କ ଉପରେ ଲାଗିଲା ୧୦ ହଜାର ଟଙ୍କାର ଜୋରିମନା

EVM ବ୍ୟବହାର ବନ୍ଦ କରାଯିବା ଯାଚିକା ଖାରଜ କଲେ ଦିଲ୍ଲୀ ହାଇ କୋର୍ଟ; ଆବେଦନକାରୀଙ୍କ ଉପରେ ଲାଗିଲା ୧୦ ହଜାର ଟଙ୍କାର ଜୋରିମନା

ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଓ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ କହିଛନ୍ତି ଯେ ଆଡଭୋକେଟ୍ ସି.ଆର. ଜୟା ସୁକିନଙ୍କୁ ନିବେଦନ ଏକ 'ପ୍ରଚାର ପ୍ରସାର ମକଦ୍ଦମା' (ପିଏଲ୍) ଯାହା ଗୁଜବ ତଥା ଭିତ୍ତିହୀନ ଅଭିଯୋଗ ଧାରଣା ଉପରେ ଆଧାରିତ।

EVM ବ୍ୟବହାର ବନ୍ଦ କରାଯିବା ଯାଚିକା ଖାରଜ କଲେ ଦିଲ୍ଲୀ ହାଇ କୋର୍ଟ; ଆବେଦନକାରୀଙ୍କ ଉପରେ ଲାଗିଲା ୧୦ ହଜାର ଟଙ୍କାର ଜୋରିମନା
EVM ବନ୍ଦ କରାଯିବା ଯାଚିକା ଖାରଜ
  • News18 Odia
  • Last Updated: August 3, 2021, 4:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀ ହାଇ କୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର ବନ୍ଦ କରିବା ଓ ଦେଶରେ ହେବାକୁ ଥିବା ନିର୍ବାଚନରେ ​​ବ୍ୟାଲେଟ ପେପର (Ballot Paper) ପୁନଃ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିବା ଏକ ଯାଚିକାକୁ ଖାରଜ କରିଦେଇଛନ୍ତି ।

ଏହା ସହ ଆବେଦନକାରୀଙ୍କ ଉପରେ ୧୦,୦୦୦ ଟଙ୍କା ଜୋରିମନା ମଧ୍ୟ ଲାଗୁ କରାଯାଇଛି। ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଓ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ କହିଛନ୍ତି ଯେ ଆଡଭୋକେଟ୍ ସି.ଆର. ଜୟା ସୁକିନଙ୍କୁ ନିବେଦନ ଏକ 'ପ୍ରଚାର ପ୍ରସାର ମକଦ୍ଦମା' (ପିଏଲ୍) ଯାହା ଗୁଜବ ତଥା ଭିତ୍ତିହୀନ ଅଭିଯୋଗ ଧାରଣା ଉପରେ ଆଧାରିତ।

କୋର୍ଟ କହିଛନ୍ତି, ‘‘ଇଭିଏମର କାର୍ଯ୍ୟ ଉପରେ ଆବେଦନକାରୀ (ସୁକିନ୍‌) କୌଣସି ଗୁରୁତ୍ୱପୂର୍ଣ୍ଣ ଯୁକ୍ତି ଦେଇନାହାଁନ୍ତି। ଆମେ ଆବେଦନ ଶୁଣିବା ପାଇଁ କୌଣସି କାରଣ ଦେଖୁନାହୁଁ | କୁହାଯାଇଥିଲା ଯେ ଏହି ଆବେଦନ ଚାରିଟି ଦଲିଲ ଉପରେ ଆଧାରିତ, ସେଥିମଧ୍ୟରୁ ଗୋଟିଏ ଖବର ଓ ଅନ୍ୟଟି ସୁପ୍ରିମ କୋର୍ଟରେ ତାଙ୍କ ରିପୋର୍ଟ । ଆବେଦନ ସହ ଜଡ଼ିତ ଓ ସୁକିନ୍ ନିଜେ ଇଭିଏମ୍ ବିଷୟରେ ଆଦୌ ଜାଣି ନାହାଁନ୍ତି।’’

କୋର୍ଟ ଆହୁରି କହିଛନ୍ତି, "ଆବେଦନକାରୀ ଏହି ଖବର ପଢ଼ିଛନ୍ତି ଓ ଇଭିଏମ୍ ଏହାର କାର୍ଯ୍ୟ ଉପରେ ଦୃଷ୍ଟି ନ ଦେଇ ଆବେଦନ କରିଛନ୍ତି, ଯେଉଁଥିରେ ନିର୍ବାଚନ ଆୟୋଗ ଓ ସଂସଦର ଅନୁମୋଦନ ରହିଛି।" ଏହାସହ କୋର୍ଟ କହିଛନ୍ତି ସୁକିନ ପୁଣିଥରେ ଯାଚିକା ଦାୟର କରିପାରିବେ ।

୧୦,୦୦୦ ଟଙ୍କା ଜୋରିମନା ସହିତ ଏହି ଆବେଦନକୁ ଖାରଜ କରାଯାଇଛି ଯାହା ଚାରି ସପ୍ତାହ ମଧ୍ୟରେ ଦିଲ୍ଲୀ ରାଜ୍ୟ ଆଇନ ସେବା ପ୍ରାଧିକରଣରେ ଜମା କରିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗରେ ହାଜର ହୋଇଥିବା ଆଡଭୋକେଟ୍ ସିଦ୍ଧାନ୍ତ କୁମାର କହିଛନ୍ତି ଯେ ଦେଶର ଅନେକ କୋର୍ଟ ଏହା ଉପରେ ଦୃଷ୍ଟି ରଖିଛନ୍ତି ଓ ଏହି ପ୍ରସଙ୍ଗରେ ସେମାନଙ୍କର ରାୟ ଦେଇଛନ୍ତି।
Published by: Lipina Das
First published: August 3, 2021, 4:58 PM IST