ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟକ
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେ ସରକାର ସଶସ୍ତ୍ର ବାହିନୀ ପାଇଁ ପୁରୁଣା ଚୟନ ପ୍ରକ୍ରିୟାକୁ ସାମ୍ବିଧାନିକ ବ୍ୟବସ୍ଥାର ବିପରୀତ ଓ ସଂସଦର ଅନୁମୋଦନ ବିନା ବର୍ଜନ କରିଛନ୍ତି।
ଆଡଭୋକେଟ ମନୋହର ଲାଲ ଶର୍ମା ତାଙ୍କ ଆବେଦନରେ କହିଛନ୍ତି, ‘‘ସାମ୍ବିଧାନିକ ବ୍ୟବସ୍ଥାର ପ୍ରତିବାଦ ଓ ସଂସଦରେ କୌଣସି ଗେଜେଟ ବିଜ୍ଞପ୍ତି ବିନା ଉତ୍ତରଦାତା (କେନ୍ଦ୍ର) ପୁରୁଣା ସେନା ଚୟନ ପ୍ରକ୍ରିୟାକୁ ବନ୍ଦ କରିଦେଲେ। ଆଉ ଦେଶରେ ଅଗ୍ନିବୀର ୨୦୨୨ ଯୋଜନାକୁ ଜୁନ ୨୪ରୁ ଆରମ୍ଭ କରିବ କରିବାକୁ ଘୋଷଣା କରିଛନ୍ତି।’’
ସେ ଏହି ଯୋଜନାକୁ "ବେଆଇନ" ଓ "ଅସାମ୍ବିଧାନିକ" ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜୁନ ୧୪ରେ ଜାରି ପ୍ରେସ ନୋଟକୁ ବନ୍ଦ କରିବାକୁ କୋର୍ଟଙ୍କ ନିକଟରେ ନିର୍ଦ୍ଦେଶ ଲୋଡ଼ିଛନ୍ତି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।