ଝାଡ଼ଖଣ୍ଡର ଏଟିଏମ୍ ଲୁଟକୁ ରୋକିଲା ପୋଷା କୁକୁର; ଏଟିଏମରେ ଥିଲା ୨୭ଲକ୍ଷ ଟଙ୍କା

ଏକ ଗୃହପାଳିତ କୁକୁର ଝାଡ଼ଖଣ୍ଡ ହାଜରିବାଗ ଜିଲ୍ଲାର ଏକ ଏଟିଏମ ଡକାୟତି ରୋକିଛି। ଏଟିଏମରେ ୨୭ ଲକ୍ଷ ଟଙ୍କା ଥିଲା ବୋଲି କହିଛନ୍ତି ପୋଲିସ ଅଧିକାରୀ ନାଜିର ଅଖତର ।

ଲୁଟ ରୋକିଲା ପୋଷା କୁକୁର (ପ୍ରତୀକାତ୍ମକ ଛବି)

ଲୁଟ ରୋକିଲା ପୋଷା କୁକୁର (ପ୍ରତୀକାତ୍ମକ ଛବି)

  • Share this:
News 18 Digital

ଏକ ଗୃହପାଳିତ କୁକୁର ଝାଡ଼ଖଣ୍ଡ ହାଜରିବାଗ ଜିଲ୍ଲାର ଏକ ଏଟିଏମ ଡକାୟତି ରୋକିଛି। ଡକାୟତମାନଙ୍କ ଏକ ଦଳ ଚମ୍ପାରଣ ଥାନା ଅନ୍ତର୍ଗତ ଜିଟି ରୋଡ୍ ସ୍ଥିତ ଆକ୍ସିସ୍ ବ୍ୟାଙ୍କ୍ ଏଟିଏମରେ ଗ୍ୟାସ କଟର, ଏଲପିଜି ସିଲିଣ୍ଡର ଓ ହାତୁଡ଼ି ଧରି ରାତିରେ ଲୁଟ କରୁଥିଲେ। କିନ୍ତୁ ଏହି ପୋଷା କୁକୁର ଯୋଗୁଁ ତାଙ୍କର ଯୋଜନା ସଫଳ ହୋଇପାରିଲା ନାହିଁ।

ପୋଲିସଙ୍କ କହିବା ଅନୁସାରେ, ଏଟିଏମ୍ ଉପର ଘରର ମାଲିକ ସୁଧୀର ବର୍ଣ୍ଣୱାଲଙ୍କ ପୋଷା କୁକୁର ସାମ୍ବା ଭୁକିବା ଆରମ୍ଭ କରି ତାଙ୍କ ମାଲିକ ଓ ପଡ଼ୋଶୀମାନଙ୍କୁ ସତର୍କ କରାଇଥିଲା। ଲୋକମାନେ ଉଠିବା ପରେ ଡକାୟତମାନେ ମେସିନକୁ ଛାଡି ପଳାଇ ଯାଇଥିଲେ।

ସବ-ଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ନାଜିର ଅଖତର କହିଛନ୍ତି ଯେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଟିଏମରେ ୨୭ ଲକ୍ଷ ଟଙ୍କା ଥିବା ସେ କହିଛନ୍ତି।
Published by:Soumya Das
First published: