ଗାଜିଆବାଦ ହାଉସିଂ ସୋସାଇଟି ଲିଫ୍ଟରେ ଛୋଟ ପିଲାକୁ କାମୁଡ଼ିଦେଲା ପୋଷା କୁକୁର

ମହିଳାଙ୍କ ପୋଷା କୁକୁରଟି ଛୋଟ ଛୁଆକୁ ଏମିତି କାମୁଡିଲା ଯେ, ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ହେଲେ ଲିଫ୍ଟରେ କୁକୁର ନେଇ ଯାଉଥିବା ମହିଳା ଜଣ ପଦେ କିଛି କହିନଥିଲେ।

ଲିଫ୍ଟରେ ଛୋଟ ପିଲାକୁ କାମୁଡ଼ିଦେଲା ପୋଷା କୁକୁର

ଲିଫ୍ଟରେ ଛୋଟ ପିଲାକୁ କାମୁଡ଼ିଦେଲା ପୋଷା କୁକୁର

  • News18 Odia
  • Last Updated :
  • Share this:
News 18 Odia Digital

ଗାଜିଆବାଦ: କୁକୁର ଓ ମଣିଷର ବନ୍ଧୁତା ଏକ ଭିନ୍ନ ପ୍ରକାରର। କିନ୍ତୁ ଏପରି ଏକ ଘଟଣା ଘଟିଛି ଯେଉଁଥିରେ କୁକୁରର ଏକ ଛୋଟ ଛୁଆ ପ୍ରତି ହିଂସ୍ର ପ୍ରକୃତି ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ପୋଷା କୁକୁରଟି ଛୋଟ ଛୁଆକୁ ଏମିତି କାମୁଡିଲା ଯେ, ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ହେଲେ ଲିଫ୍ଟରେ କୁକୁର ନେଇ ଯାଉଥିବା ମହିଳା ଜଣ ପଦେ କିଛି କହିନଥିଲେ।ଗାଜିଆବାଦର ରାଜନଗର ଚାର୍ମସ୍ ଦୁର୍ଗ ସୋସାଇଟିରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା ।

ପୋଲିସ ବର୍ତ୍ତମାନ ଏହି ମାମଲାରେ ଏକ ଅଭିଯୋଗ ପଞ୍ଜିକରଣ କରିଛି । ସୂଚନାନୁସାରେ, ଚାର୍ମ୍ସ ଦୁର୍ଗ ସୋସାଇଟିର ଜଣେ ୯ ବର୍ଷର ଶିଶୁ ସୋମବାର ସନ୍ଧ୍ୟାରେ ଟ୍ୟୁସନରୁ ଘରକୁ ଫେରୁଥିଲା । ଲିଫ୍ଟର ସିସିଟିଭି ଅନୁସାରେ କୁକୁରଟି ଛୋଟ ପିଲାଟିର ଗୋଡକୁ କାମୁଡିଦେଉଥିଲା, ଏହା ପରେ ପିଲାଟି ଯନ୍ତ୍ରଣାରେ ଛଟପଟ ମଧ୍ୟ ହେଇଥିଲା।ହେଲେ ମହିଳା ଜଣଙ୍କ କିଛି ନକହି ଚୁପଚାପ୍ ଲିଫ୍ଟରୁ ବାହାରିଆସିଥିଲେ।ଶିଶୁର ପିତାଙ୍କ ଅଭିଯୋଗ ଉପରେ ପୋଲିସ ଶିଶୁର ଡାକ୍ତରୀ ପରୀକ୍ଷା କରାଯିବ ସହ ଏଫଆଇଆର ଦାଖଲ ହୋଇଛି।

ଟ୍ୱିଟର ଭିଡିଓ ବର୍ତ୍ତମାନ ୧୦୨୪ ରୁ ଅଧିକ ଲାଇକ୍ ଏବଂ ୧୮.୩ K ଭ୍ୟୁ ସହିତ ଭାଇରାଲ୍ ହେଉଛି। କୁକୁର ମାଲିକଙ୍କ ଆଚରଣ ଦେଖି ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଅନେକେ ଦର୍ଶାଇଛନ୍ତି ଯେ ତାଙ୍କୁ ଦାୟୀ କରାଯିବା ଉଚିତ୍।
Published by:Soumyashree Mishra
First published: