ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଚୋର ଚୋର କରି ଡାକିଲେ ଲୋକେ

ପାର୍ଥ ଚାଟାର୍ଜୀ ଗିରଫ ପରେ କୋର୍ଟ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଇ ଥିଲେ। ଏମ୍ସରେ ପହଞ୍ଚିଲା ପରେ ଲୋକ ତାଙ୍କୁ ଚୋର ଚୋର କହି ଡାକିଥିଲେ।

ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ(ପ୍ରତୀକାତ୍ମକ ଛବି)

ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର: ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ କୋର୍ଟ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ସେଠାରେ ଅନେକ ଲୋକ ଭିଡ଼ ଜମାଇଥିଲେ। ଆଉ ତାଙ୍କୁ ଦେଖିବା ମାତ୍ରେ ଚୋର ଚୋର କହି ଡାକି ଥିଲେ ଓ ନାରାବାଜି ମଧ୍ୟ ଦେଇଥିଲେ।

ପ୍ରବର୍ତ୍ତନ ନିର୍ଦେଶାଳୟ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କ ଘନିଷ୍ଠ ବନ୍ଧୁମାନଙ୍କଠାରୁ ସୁନା,  କୋଟି କୋଟି ଟଙ୍କା ଜବତ କରିଛି। ଗତ ଶୁକ୍ରବାର ଦିନ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ଚଢ଼ାଉ ଆରମ୍ଭ କରିଥିଲା। ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରୁ ଇଡି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି।
Published by:Sujit Swain
First published: