News18 Odia Digital
ଲଣ୍ଡନ: ପଶୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭଳି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବ୍ରିଟେନ ଓ ୱେଲ୍ସ ଭଳି ଦେଶ ଶତାବ୍ଦୀ ଧରି ମେଣ୍ଢା ଚାଷ ପାଇଁ ଜଣାଶୁଣା। କେବଳ ସେତିକି ନୁହେଁ ଏହି ଦେଶଗୁଡିକରେ ଅପ୍ରାକୃତିକ ଘଟଣା ସହିତ ମଧ୍ୟ ଜଡିତ।
ମେଣ୍ଢା ସହିତ ଯୌନ ସମ୍ପର୍କ!ଯେତେବେଳେ ମେଣ୍ଢା ସହିତ ଯୌନ ସମ୍ପର୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ବ୍ରିଟେନର ଲୋକମାନେ ଅଧିକାଂଶ ପଶୁଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଛନ୍ତି। ଶତାବ୍ଦୀ ଧରି ଲୋକମାନେ ୱେଲ୍ସ ଏବଂ ମେଣ୍ଢା ବିଷୟରେ ସମସ୍ତ ପ୍ରକାରର ଥଟ୍ଟା କରି ଆସୁଥିଲେ। କିନ୍ତୁ ନ୍ୟାୟ ବିଭାଗର ନୂତନ ଆକଳନ ଏହି ଧାରଣାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରି ବ୍ରିଟେନ ବାସୀ ଆଗରେ ଅଛନ୍ତି ବୋଲି ଜଣାପଡିଛି।
ନ୍ୟାୟ ମନ୍ତ୍ରଣାଳୟର ତଥ୍ୟ୨୦୧୦ ମସିହାରୁ ଇଂଲଣ୍ଡ ଏବଂ ୱେଲ୍ସରେ କେତେଗୁଡ଼ିଏ ପଶୁ ଅପରାଧ ମାମଲା ରୁଜୁ ହୋଇଥିଲା ଓ ଏଥିରେ ଅଭିଯୁକ୍ତମାନେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଜାଣିବା ପାଇଁ 'ଡେଲି ଷ୍ଟାର' ନ୍ୟାୟ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିଥିଲା।
ପଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଏକ ପଞ୍ଜୀକୃତ ଅପରାଧପଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଏକ ପଞ୍ଜୀକୃତ ଅପରାଧ ଅଟେ ଏବଂ ଏଥିରେ ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ଆଶ୍ଚର୍ଯ୍ୟର କଥା ହେଉଛି ଏକ ମୃତ ପଶୁ ସହିତ ଶାରୀରିକ ସମ୍ପର୍କ ରଖିବା ଅପରାଧ ବର୍ଗରେ ଆସେ ନାହିଁ। 'କ୍ରାଇମଡେଫେନ୍ସ ସଲିସିଟର ଡଟ୍ କମ୍' ଅନୁଯାୟୀ, ମୃତ ପଶୁ ସହିତ ଶାରୀରିକ ସମ୍ପର୍କ ରଖିବା ବିରୁଦ୍ଧରେ କୌଣସି ନିୟମ ନାହିଁ।
୨୦୧୦ ପରେ ମାମଲା ହ୍ରାସ ପାଇଛିଖୁସିର କଥା, ୨୦୧୦ ପରେ ଏହିପରି ମାମଲା ହ୍ରାସ ପାଇଛି। ତଥ୍ୟ ଦର୍ଶାଉଛି ଯେ ୨୦୧୦ ପରଠାରୁ ଏହି ଅପରାଧ ପାଇଁ କେବଳ ୨୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ୨୯ଟି ମାମଲାରେ ସର୍ବାଧିକ ୨୭ ଜଣ ଦୋଷୀ ହେଉଛନ୍ତି ବ୍ରିଟିଶ। ୱେଲ୍ସରେ କେବଳ ୨ ଟି ମାମଲା ଦଣ୍ଡିତ ହୋଇଛି।
୨୦୧୦ ରେ ଅଧିକାଂଶ ମାମଲା ରିପୋର୍ଟ କରାଯାଇଥିଲା।ପଶୁମାନଙ୍କ ପ୍ରତି ଯୌନ ଅପରାଧ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା ୨୦୧୦। ଏହି ବର୍ଷ ୫ ଜଣ ଲୋକ ସେମାନଙ୍କର ପାଶବିକ ଗୁଣ ଯୋଗୁଁ ପଶୁମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ଏହି ସମସ୍ତ ମାମଲାରେ ବ୍ରିଟିଶମାନେ ଦୋଷୀ ଥିଲେ। ଏଥିସହ, ୨୦୧୨ ଓ ୨୦୧୭ ଉଭୟ ବର୍ଷରେ ଚାରୋଟି ଦୋଷୀ ସାବ୍ୟସ୍ତ ହୋଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।