ଜାମା ମସଜିଦରେ ସମୂହ ନମାଜ ପାଠ (ପ୍ରତୀକାତ୍ମକ ଛବି)
News 18 Digital
ବକରିଦ ଅବସରରେ ମୁସଲମାନ ସଂପ୍ରଦାୟମାନେ ରବିବାର ଦିନ ଜାମା ମସଜିଦ ଠାରେ ଏକତ୍ରିତ ହୋଇଛନ୍ତି। ଏହି ପର୍ବକୁ 'ବଳିଦାନ ପର୍ବ' ଭାବେ ପାଳନ କରାଯାଏ । ପ୍ରତିବର୍ଷ, ତାରିଖ ବଦଳିଥାଏ କାରଣ ଏହା ଇସଲାମିକ କ୍ୟାଲେଣ୍ଡର ଉପରେ ଆଧାରିତ, ଯାହା ପାଶ୍ଚାତ୍ୟ ୩୬୫ ଦିନର ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଠାରୁ ପ୍ରାୟ ୧୧ ଦିନ ପଛ ଅଟେ।
ଇଦ୍ ଉଲ୍-ଅଦା ହେଉଛି ସୁଖ ଓ ଶାନ୍ତିର ଏକ ଉତ୍ସବ, ଯାହାକୁ ଲୋକମାନେ ନିଜ ପରିବାର ସହିତ ପାଳନ କରନ୍ତି। ଏହି ସମୟ ମଧ୍ୟରେ ସେମାନେ ପୁରୁଣା ମନୋମାଳିନ୍ୟ ଦୂର କରି ପରସ୍ପର ସହିତ ଏକ ଉତ୍ତମ ସମ୍ପର୍କ ସ୍ଥାପନ କରନ୍ତି।
ଏହି ପର୍ବର ଇତିହାସ ୪୦୦୦ ବର୍ଷ ପୂର୍ବେ ଘଟିଥିଲା ଯେତେବେଳେ ଆଲ୍ଲା ଆବ୍ରହାମଙ୍କ ସ୍ୱପ୍ନରେ ଦେଖା ଦେଇ ତାଙ୍କୁ ତାଙ୍କର ଅତି ପ୍ରିୟ ଜିନିଷକୁ ବଳି ଦେବାକୁ କହିଥିଲେ। ଏହି ଉତ୍ସବକୁ ପାଳନ ସହ ପଶୁ ବଳିଦାନ ସହିତ ଆବ୍ରାହିମଙ୍କ ଆଜ୍ଞାକୁ ମନେ ପକାନ୍ତି।
ସମଗ୍ର ବିଶ୍ୱରେ, ଇଦ୍ ପରମ୍ପରା ଓ ଉତ୍ସବଗୁଡ଼ିକ ଭିନ୍ନ ହୋଇଥାଏ ଓ ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ପାଇଁ ବିଭିନ୍ନ ଦେଶରେ ଅନନ୍ୟ ସାଂସ୍କୃତିକ ଆଭିମୁଖ୍ୟ ରହିଛି। ଭାରତରେ ମୁସଲମାନମାନେ ନୂଆ ପୋଷାକ ପିନ୍ଧନ୍ତି ଓ ଖୋଲା ସ୍ଥାନରେ ପ୍ରାର୍ଥନା ସଭାରେ ଯୋଗ ଦିଅନ୍ତି। ଏହି ଦିନ କ୍ଷୀରି, ଶିର ଖୁରମା ପରି ମିଠା ମଟନ୍ ବିରିୟାନି, ଗୋଶଟ ହଲିମ, ଶାମି କେବାବ ଓ ମଟନ୍ କୋରମା ଭଳି ଅନେକ ଖାଦ୍ୟ ସହିତ ଖିଆଯାଏ। ଗରିବ ଲୋକଙ୍କୁ ଦାନ କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।