ପାକିସ୍ତାନକୁ ମୋଦିଙ୍କ ଭଳି PM ଦରକାର; ୮ ବର୍ଷରେ ସବୁ ଠିକ କରିଦେବେ କହିଲେ ଲୋକ

Pakistan people on Modi: ମୋଦିଙ୍କ ପାଇଁ ଆଜି ଭାରତ ବିଶ୍ବରେ ନିଜର ଶକ୍ତି ବୃଦ୍ଧି କରିପାରିଛି। ମୋଦି ପାକିସ୍ତାନକୁ ସଜାଡ଼ି ପାରିବେ, ତେଣୁ ମୋଦିଙ୍କର ଆବଶ୍ୟକତା ଥିବା କହିଛନ୍ତି ସେଠାକାର ଯୁବପିଢ଼ି।

ପାକିସ୍ତାନକୁ ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର କହିଲେ ପାକିସ୍ତାନୀ

ପାକିସ୍ତାନକୁ ମୋଦିଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର କହିଲେ ପାକିସ୍ତାନୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Pakistan people on Modi: ପାକିସ୍ତାନ, (Pakistan) ଏଭଳି ଏକ ଦେଶ ଯେଉଁଠାରେ ରହିବାକୁ ନିଜ ଦେଶର ଲୋକେ ଅମଙ୍ଗ ହେଲେଣି। ପାକିସ୍ତାନ ସବୁ କ୍ଷେତ୍ରରେ ତଳକୁ ତଳ ଖସୁଥିବା ବେଳେ ଦେଶକୁ ଉଦ୍ଧାର କରିବା ପାଇଁ ଏବେ ଲୋଡ଼ା ପଡ଼ିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)।

ମୋଦିଙ୍କ (Modi) ପାଇଁ ଆଜି ଭାରତ ବିଶ୍ବରେ ନିଜର ଶକ୍ତି ବୃଦ୍ଧି କରିପାରିଛି। ମୋଦି ପାକିସ୍ତାନକୁ ସଜାଡ଼ି ପାରିବେ, ତେଣୁ ମୋଦିଙ୍କର ଆବଶ୍ୟକତା ଥିବା କହିଛନ୍ତି ସେଠାକାର ଯୁବପିଢ଼ି।

ଆର୍ଥିକ ସ୍ଥିତିରେ ଦୋହଲି ଯାଇଛି ପାକିସ୍ତାନ। ସ୍ଥିତି ଏଭଳି ହୋଇଛି ଏବେ ସରକାରୀ କାର୍ଯ୍ୟକ୍ରମରେ କେବଳ ଚା' ଓ କଫି ସହିତ ବିସ୍କୁଟ ଦିଆଯିବ ବୋଲି କହିଛନ୍ତି ସେଠାକାର ସରକାର। ଖର୍ଚ୍ଚ କାଟ ପାଇଁ ସକାଳ ୭ଟାରୁ ଆରମ୍ଭ ହେବ ସରକାରୀ ଅଫିସ। ମନ୍ତ୍ରୀ ଫେରାଇବେ ସରକାରୀ ଗାଡ଼ି, ନେବେନି ଦରମା।

ଆମକୁ ନରେନ୍ଦ୍ର ମୋଦି ଦରକାର। ଆମକୁ ଭାରତର ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏଭଳି ଜଣେ ବ୍ୟକ୍ତିତ୍ବ ଯିଏ କି ଏହି ଅସଜଡ଼ା ଦେଶକୁ ସଜାଡ଼ି ପାରିବେ। ଏ ବୟାନ ହେଉଛି ପଡ଼ୋଶୀ ଦେଶ ପାକିସ୍ତାନର। ଆଜ୍ଞା ହଁ, ପାକିସ୍ତାନର ଜଣେ ଯୁବକ, ଗଣମାଧ୍ୟମରେ ଏଭଳି କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୁଛନ୍ତି ଭୂରି ଭୂରି ପ୍ରଶଂସା।

ପାକିସ୍ତାନରେ ଏବେ ALL IS NOT WELL। ଆର୍ଥିକ ସ୍ଥିତିଠୁ ଆରମ୍ଭ କରି ରାଜନୈତିକ ସ୍ଥିତି, ପାକିସ୍ତାନକୁ ଡୁବାଇବାକୁ ବସିଛି। ପରିସ୍ଥିତି ଏଭଳି ହୋଇଛି ରୁଟି ପାଇଁ ସଂଘର୍ଷ କରୁଛନ୍ତି ପାକିସ୍ତାନବାସୀ। ଏପରିକି ଗରିବଙ୍କ ପାଇଁ ରୁଟି ଏବେ ସ୍ବପ୍ନ ପାଲଟିଛି। ଦେଶର ସ୍ଥିତି ଭଲ ନାହିଁ। ଲୋକଙ୍କୁ ଖାଦ୍ୟ ମିଳୁନି । ଦରଦାମ ଆକାଶ ଛୁଆଁ। ଏଭଳି ସ୍ଥିତିରେ ଭୋକରେ ଆଉଟୁ ପାଉଟୁ ପାକିସ୍ତାନର ଯୁବପିଢ଼ି, ନିଜ ଦେଶର ସରକାରକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା ମନା ପକାଇ ଦେଇଛନ୍ତି।



ଏକ ସଙ୍ଗରେ ସ୍ବାଧୀନ ହୋଇଥିଲେ ଉଭୟ ଭାରତ ଓ ପାକିସ୍ତାନ । ଆଜି ସାରା ବିଶ୍ବ ଭାରତକୁ ଦେଖୁଥିବା ବେଳେ ପାକିସ୍ତାନବାସୀ ନିଜ ଦେଶରେ ରହିବା ପାଇଁ ଅନିଚ୍ଛା ପ୍ରକାଶ କଲେଣି।

ଭାରତ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ପାକିସ୍ତାନର ଅର୍ଥନୀତି ରସାତଳଗାମୀ ହେବାରେ ଲାଗିଛି।

କହିବାକୁ ଗଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଆକାଶ ପାତାଳ ଫରକ। ପାକିସ୍ତାନ ଦୁର୍ନୀତିରେ ବୁଡ଼ି ରହିଛି। ଏଣୁ ପାକିସ୍ତାନକୁ ଆଉ ଇମ୍ରାନ, ଶାହବାଜ ଓ ଭୁଟ୍ଟୋଙ୍କ ଭଳି ରାଜନେତାଙ୍କ ଆବଶ୍ୟକତା ନାହିଁ। ଏଣୁ ଦେଶକୁ ଠିକ୍ କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରୁରୀ ଥିବା କହିଛନ୍ତି ପାକିସ୍ତାନବାସୀ।

ସାରା ବିଶ୍ବ ମୋଦି ଓ ଭାରତର ପ୍ରଶଂସା କରୁଥିବା ବେଳେ ପାକିସ୍ତାନ ସରକାର, ସେଠାକାର ଜନତାଙ୍କ ମନରେ ବିଷ ଭରି ଚାଲିଛନ୍ତି। ହେଲେ ସତ କଣ ତାହା ସମସ୍ତେ ଜାଣନ୍ତି, ଯାହା ଆଜି ପାକିସ୍ତାନବାସୀ ମଧ୍ୟ ହୃଦୟଙ୍ଗମ କରୁଛନ୍ତି। ଏପରିକି ପାକିସ୍ତାନରେ ରହିବାକୁ ଆଉ ମନ ନାହିଁ, ହିନ୍ଦୁସ୍ତାନ ସେମାନଙ୍କ ପାଇଁ ବିକଳ୍ପ ବୋଲି କହିଛନ୍ତି ଯୁବପିଢ଼ି।

ଜନ୍ମରୁ ପାକିସ୍ତାନ ଆତଙ୍କବାଦୀ ଓ ଆତଙ୍କବାଦୀ ସଙ୍ଗଠନକୁ ଆଶ୍ରୟ ଦେଇଆସୁଛି। ଯାହାଫଳରେ ସାରା ବିଶ୍ବ ଏବେ ପାକିସ୍ତାନକୁ ସମାଲୋଚନା କରୁଛନ୍ତି। ଭାରତ ସବୁବେଳେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇ ଆସିଛି।

ନିକଟରେ ପାକିସ୍ତାନ ମାଟିରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ଗୀତିକାର ଜାଭେଦ୍ ଅଖତର୍। ଲାହୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଣେ ତାଙ୍କୁ ପ୍ରଶ୍ନ କରିଥିଲେ, ଆପଣ ଅନେକ ଥର ପାକିସ୍ତାନ ଆସିଲେଣି।

ପାକିସ୍ତାନୀଙ୍କ ବ୍ୟବହାର ଦେଖିଲେଣି। ଆପଣ, ଆପଣଙ୍କ ଭାରତୀୟଙ୍କୁ କାହିଁକି କହୁନାହାଁନ୍ତି ଯେ, ପାକିସ୍ତାନର ଲୋକେ ବହୁତ ଭଲ ବୋଲି। ଯାହାର ଉତ୍ତରରେ ଜାଭେଦ୍ ଅଖତର କହିଥିଲେ, ‘‘ମୋ ଘର ମୁମ୍ବାଇରେ, ମୁଁ ଦେଖିଛି ୨୬-୧୧ ହମ୍‌ଲା। ଭାରତକୁ ନରୱେ କିମ୍ବା ଇଜିପ୍‌ଟରୁ ଆତଙ୍କବାଦୀ ଯାଇ ନଥିଲେ। ପାକିସ୍ତନରୁ ହିଁ ଯାଇଥିଲେ। ପୁଣି ସେହି ଆକ୍ରମଣରେ ସମ୍ପୃକ୍ତ କିଛି ଆତଙ୍କବାଦୀ ଏବେ ବି ପାକିସ୍ତାନରେ ଖୁଲମ୍ ଖୁଲା ବୁଲୁଛନ୍ତି। ତେଣୁ ମୁମ୍ବାଇ ଆକ୍ରମଣକୁ ନେଇ ଭାରତ ଯଦି ପାକିସ୍ତାନକୁ କିଛି କହୁଛି ସେଥିରେ କିଛି ଭୁଲ ନାହିଁ ବୋଲି କହିଥିଲେ ଜାଭେଦ ଅଖତର୍।

ପାକିସ୍ତାନ ମାଟିରେ ଭାରତୀୟ ଜାଭେଦ୍ ଅଖତରଙ୍କ ଏଭଳି ବୟାନକୁ ସବୁଠି ପ୍ରଶଂସା କରାଯାଉଛି। ପାକିସ୍ତାନ କଣ ଆଉ ତା'ର ଆଭିମୁଖ୍ୟ କଣ ତାହା ବୁଝାଇ ଦେଇଥିଲେ ଜାଭେଦ୍ ଅଖତର୍।

ପାକିସ୍ତାନରେ ଏବେ ଏଭଳି ସ୍ଥିତି ଲାଗି ରହିଛି, ଯାହା କେବେ ବି ତାଙ୍କ ଦେଶର ଲୋକେ ଭାବି ନଥିଲେ। ପେଟ୍ରୋଲ ଓ ଡିଜେଲ୍ ଦର ୨୭୦ ଟଙ୍କା ଟପିଛି। ଚିକେନ୍‌ କେଜି ଦର ୪୮୦ରୁ ୫୦୦ ଟଙ୍କା ହେଲାଣି। ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି। ପରିସ୍ଥିତିକୁ ନଜରରେ ରଖି ଖର୍ଚ୍ଚ କାଟ କରିଛନ୍ତି ଶାହବାଜ ସରକାର। ସରକାରୀ କାର୍ଯ୍ୟକ୍ରମରେ ମିଳିବ କେବଳ ଚା ଓ ବିସ୍କୁଟ।

କହିବାକୁ ଗଲେ, ଏବେ ଚା-ବିସ୍କୁଟରେ ଚାଲିବ ପାକିସ୍ତାନ ସରକାର। ଆବଶ୍ୟକସ୍ଥଳେ ଖାଦ୍ୟରେ ଗୋଟିଏ ପ୍ରକାରର ବ୍ୟଞ୍ଜନ ମିଳିବ। ବିଦେଶୀ ଅତିଥିଙ୍କ ଅତ୍ୟଧିକ ଖର୍ଚ୍ଚ ଉପରେ ରହିବ ନଜର। ସମସ୍ତ ମନ୍ତ୍ରୀଙ୍କ ଦରମା ବନ୍ଦ କରାଯାଇଥିବା ବେଳେ ପରାମର୍ଶଦାତାଙ୍କୁ ମିଳିବନି କୌଣସି ଭତ୍ତା। ନିଲାମ କରାଯିବ ମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ କାର୍‌ । ପାଣି, ବିଜୁଳି ଓ ଫୋନ୍‌ ବିଲ୍‌ ଏଣିକି ନିଜ ପକେଟ୍‌ରୁ ଦେବେ ମନ୍ତ୍ରୀ।

ପଢ଼ନ୍ତୁ ଏହି ଖବର: ଖେଳ ମଝିରେ ବାପାଙ୍କୁ ହରାଇଲେ ଟିମ୍ ଇଣ୍ଡିଆର ଏହି ଷ୍ଟାର ଖେଳାଳି

ମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ଉପରେ ବି କଟକଣା। ଏଣିକି ସାଧାରଣ କ୍ଲାସ୍‌ରେ ଯାତ୍ରା କରିବେ ମନ୍ତ୍ରୀ । ଫାଇଭ୍‌ ଷ୍ଟାର ହୋଟେଲରେ ରହିବା ମନା। ବିଜୁଳି ବିଲ୍‌ ବଞ୍ଚାଇବାକୁ ସକାଳୁଆ ହେବ ଅଫିସ୍‌। ସକାଳ ସାଢ଼େ ୭ରୁ ଖୋଲିବ ସମସ୍ତ ଅଫିସ୍‌ ୨୦୨୪ ଜୁନ୍‌ ଯାଏ ଏଭଳି କଟକଣା ଜାରି କରିଛନ୍ତି ପାକିସ୍ତାନ ସରକାର। ଏହି ହିଁ ବୟାନ କରୁଛି ପାକିସ୍ତାନର ବେହାଲ ସ୍ଥିତି। ଯେଉଁଥି ପାଇଁ ପାକିସ୍ତାନ ଲୋକେ ଏବେ ଦେଶ ଛାଡ଼ି ଅନ୍ୟ ଦେଶକୁ ଯିବା ପାଇଁ ମନ ବଳାଇଛନ୍ତି।
Published by:Lipina Das
First published: