ଆମେରିକାର ଏୟାର ଷ୍ଟ୍ରାଇକ୍ରେ ଇରାନ୍‌ କମାଣ୍ଡର କାସିମ୍‌ ସୋଲିମାନିଙ୍କ ମୃତ୍ୟୁ ହୋଇଥିବା କହିଲେ ଆମେରିକା ରକ୍ଷା ସଚିବ ମାର୍କ ଏସ୍ପର । ଅନ୍ୟ କିଛି ସହଯୋଗୀଙ୍କ ମୃତ୍ୟୁ ନେଇ ସୂଚନା ।

ଇରାନ୍ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ, ଇରାନ କମାଣ୍ଡର କାସିମ୍‌ ସୁଲେମାନି ନିହତ । ଅନ୍ୟ ୬ ସହଯୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା । ଆମେରିକାର ସୈନ୍ୟ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ କାସିମ୍‌ ଯୋଜନା କରୁଥିବା କହିଛି ପେଣ୍ଟାଗନ୍‌ ।

ଆମେରିକାର ଏୟାର ଷ୍ଟ୍ରାଇକ୍ରେ ଇରାନ୍‌ କମାଣ୍ଡର କାସିମ୍‌ ସୋଲିମାନିଙ୍କ ମୃତ୍ୟୁ ହୋଇଥିବା କହିଲେ ଆମେରିକା ରକ୍ଷା ସଚିବ ମାର୍କ ଏସ୍ପର । ଅନ୍ୟ କିଛି ସହଯୋଗୀଙ୍କ ମୃତ୍ୟୁ ନେଇ ସୂଚନା ।
ଆମେରିକା ଏୟାର ଷ୍ଟ୍ରାଇକ୍‌ରେ ବିସ୍ଫୋରଣ ସ୍ଥଳର ଦୃଶ୍ୟ
  • News18 Odia
  • Last Updated: January 3, 2020, 2:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପେଣ୍ଟାଗନ:  ଗୁରୁବାର ରାତିରେ ଇରାକର ରାଜଧାନୀ ବାଗଦାଦ୍‌ ଏୟାରପୋର୍ଟ ନିକଟରେ ଆକଶ ମାର୍ଗରୁ ଆକ୍ରମଣ କରିଛି ଆମେରିକା । ଆମେରିକାର ଲଞ୍ଚ ଆକ୍ରମଣରେ ଇରାନ କମାଣ୍ଡର କାସୀମ୍‌ ସୋଲିମାନି ନିହତ ହୋଇଛି ।

ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କ କହିଛନ୍ତି, ‘କାସୀମ୍‌ ସୋଲିମାନି ଗୁରବାର ରାତିରେ ଆମେରିକାର ସେନା କ୍ୟାମ୍ପ ଓ ରାଜନାୟିକ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲା’ । ଏହାକୁ ପ୍ରତିହତ କରିବାକୁ ଯାଇ ଆମେରିକା ସେନା ଏୟାର ଷ୍ଟ୍ରାଇକ୍‌ ଲଞ୍ଚ କରିଥିବା ମାର୍କ ଏସ୍ପର କହିଛନ୍ତି ।

ଇରାନ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିର ଫାଇଲ୍‌ ଫୋଟ


ବାଗଦାଦ ବିମାନ ବନ୍ଦର ନିକଟରେ ଆକ୍ରମଣ ହୋଇଥିବା ବେଳେ QUDS ଫୋର୍ସ କମାଣ୍ଡର ସୋଲିମାନି ସହ କିଛି ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଛି । ଯାହାର ନିର୍ଦ୍ଦିଷ୍ଟ ସଂଖ୍ୟା ଆକଳନ କରାଯାଇ ପାରି ନାହିଁ ବୋଲି ଇରାକର ଏକ ଟିଭି ଗଣମାଧ୍ୟମ ତାର ରିପୋର୍ଟରେ ଦର୍ଶାଇଛି ।

ଉକ୍ତ ଖବର ପ୍ରସାରଣ ସଂସ୍ଥା ଆହୁରି ମଧ୍ୟ କହିଛି, ‘ଆକ୍ରମଣ ପାଇଁ ତୁରନ୍ତ କାହାକୁ ଗିରଫ କରାଯାଇ ପାରିନାହିଁ’ । ସେ ଆହୁରି ମଧ୍ୟ କହିଛି ଆମେରିକା ଆକ୍ରମଣରେ ଜଣେ ମିଲିସିଆ କମାଣ୍ଡର ଅବୁ ମାହାଦି ଅଲ୍‌-ମୁହାଣ୍ଡିସର ମୃତ୍ୟୁ ହୋଇଛି । କିନ୍ତୁ ଇରାନର ସବୁଠୁ ସମ୍ମାନିତ ନେତାଙ୍କ ମୃତ୍ୟୁରେ ଉଭୟ ଦେଶ ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିବା ନେଇ ସମ୍ଭାବନା ରହିଛି ।

ସୋଲିମାନି ଇରାନ ବୈଦେଶିକ ମନ୍ତ୍ରାଳୟ ସହ ଯୋଡ଼ି ହୋଇ ରହିଛନ୍ତି । ଦେଶରେ ସିହା ଓ ମିଲିସିଆ ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିବାରେ ତାଙ୍କର ବହୁତ ବଡ଼ ଭୂମିକା ରହିଛି ।

ସେପଟେ ପେଣ୍ଟାଗନ୍‌ ସରକାରୀ ପକ୍ଷରୁ ଆକ୍ରମଣ ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦିଆ ଯାଇଛି ।

ଆମେରିକା କହିଛି, ‘ଆମେରିକା ସରକାରୀ ଅଧିକାରୀ ଓ ସହଯୋଗୀଙ୍କ ବିରୋଧରେ ଇରାନ ନିରନ୍ତର ଷଡ଼ଯନ୍ତ୍ର ରଚୁଛି’ ।

ଆମେରିକା ବୈଦେଶିକ ସଚିବ ମାର୍କ ଟି. ଏସ୍ପର ଗୁରୁବାର ତାଙ୍କ ବୟାନରେ କହିଥିଲେ, ‘ଇରାନ ଓ ତାର ସହଯୋଗୀ ଇରାକରେ ଥିବା ଆମେରିକା ସେନା ଉପରେ ନୂଆ ତରିକାରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଏଥିସହ ସୀମାରେ ସୈନ୍ୟ ସଂଖ୍ୟାକୁ ବୃଦ୍ଧି କରାଉଛି’ ।

ମାର୍କ ଆହୁରି ମଧ୍ୟ କହିଛନ୍ତି,‘ଏମିତିବି ହୋଇପାରେ ଇରାନ କୌଣସି ମୁହୂର୍ତ୍ତରେ ଅତର୍କିତ ଆକ୍ରମଣ କରିପାରେ’ । ଇରାନ ସହ ସମ୍ପର୍କ ଥିବା ମିଲିସିଆ ସଦସ୍ୟ କଟିବ୍ ହିଜବୁଲ୍ଲା ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ।

‘ତେଣୁ ମୋତେ ଲାଗୁଛି ସେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟାଇପାରେ, ଏପରି ହେଲେ ଆମେ ଦୃଢ଼ ଯବାବ ଦେବୁ’ ବୋଲି କହିଛନ୍ତି ମାର୍କ ଟି. ଏସ୍ପର ।
First published: January 3, 2020, 2:19 PM IST