ଜାନୁଆରୀ ୧ରୁ ପେନ୍‌ସନ୍‌ କମ୍ୟୁଟେସନ୍ ଲାଗୁ ହେବ; ୬ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ

ଇପିଏଫ୍ଓର ପେନ୍‌ସନ୍‌ ଯୋଜନାରେ ପେନ୍‌ସନ୍‌ ରାଶିର ଏକ ତୃତୀୟାଂଶ ଅଗ୍ରୀମ କାଢ଼ିବା ହେଉଛି କମ୍ୟୁଟେସନ୍ ବ୍ୟବସ୍ଥା । ଏହି ସୁବିଧା ଦଶ ବର୍ଷ ପୂର୍ବେ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିଲେ । ଏବେ ପୁଣି ଲାଗୁ କରୁଛନ୍ତି ।

ଏହି ସୁବିଧା ୨୦୦୯ରେ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିଲେ ।

ଏହି ସୁବିଧା ୨୦୦୯ରେ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଥିଲେ ।

  • Share this:
ନୂଆ ଦିଲ୍ଲୀ: ଜାନୁଆରୀ ୧ରୁ କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ପେନ୍‌ସନ୍ କମ୍ୟୁଟେସନ୍ ବ୍ୟବସ୍ଥା, ଯାହା ଦ୍ୱାରା କର୍ମଚ଼ାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ର ପେନ୍‌ସନ୍‌ ଯୋଜନାରେ ପେନ୍‌ସନ୍‌ଭୋଗୀ ଅଗ୍ରୀମ ଆଂଶିକ ରାଶି କାଢ଼ି ପାରିବେ ।

ଏହି ସୁବିଧା ଦଶ ବର୍ଷ ପୂର୍ବେ ୨୦୦୯ରେ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଥିଲେ । ଏବେ ଏହା ପୁଣି ଲାଗୁ ହେବା ପରେ ଦେଶରେ ୬.୩ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ।

ମାସିକ ଦରମାର ବେସିକ୍‌ ଭଳି ଜଣେ କର୍ମଚ଼ାରୀ ମାସକୁ ଯେତିକି ପେନ୍‌ସନ୍‌ ପାଇବ ତା’ର ମଧ୍ୟ ଏକ ବେସିକ୍‌ ରାଶି ରହିଥାଏ । କମ୍ୟୁଟେସନ୍‌ ବ୍ୟବସ୍ଥା ମାଧ୍ୟମରେ ଜଣେ ବେସିକ୍‌ ରାଶିର ଏକ ତୃତୀୟାଂଶ ଟଙ୍କା ଅଗ୍ରୀମ ଭାବେ ଉଠାଇ ପାରିବେ । ଏ ନେଇ କର୍ମଚ଼ାରୀଙ୍କୁ କମ୍ୟୁଟେସନ୍‌ ଫର୍ମରେ ଆବେଦନ କରିବାକୁ ପଡ଼ିବ । ଜଣେ କର୍ମଚ଼ାରୀ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବା ପରେ ଯାଇ କମ୍ୟୁଟେସନ ପାଇଁ ଆବେଦନ କରାଇ ପାରିବେ ।

ଜଣେ କର୍ମଚାରୀ କମ୍ୟୁଟେସନ ମାଧ୍ୟମରେ ଅଗ୍ରୀମ ରାଶି ପାଇବାର ୧୫ ବର୍ଷ ପରେ ମୋ’ଟ୍‌ ପେନ୍‌ସନ୍‌ ରାଶି ପାଇବାକୁ ହକ୍‌ଦାର ହୋଇପାରିବେ । ଆପେକ୍ସ୍‌ କେନ୍ଦ୍ରୀୟ ବୋର୍ଡ ୨୦୧୯ ଅଗଷ୍ଟ୍‌ରେ ହୋଇଥିବା ଏକ ବୈଠକରେ ୬.୩ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ କମ୍ୟୁଟେସନ୍‌ ପ୍ରାବଧାନ ରଖିବା ପାଇଁ ଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । କେନ୍ଦ୍ର ଶ୍ରମ ମନ୍ତ୍ରୀ ହିଁ କେନ୍ଦ୍ରୀୟ ବୋର୍ଡର ଅଧ୍ୟକ୍ଷ ଅଟନ୍ତି ।

ଇପିଏଫ୍‌ର ଏକ ତୃତୀୟାଂଶ ବାହାର କରିବାର ୧୫ ବର୍ଷ ପରେ ପେନ୍‌ସନ୍‌ ରାଶି ବାହାର କରିବାକୁ ନେଇ ଇପିଏଫଓ-୯୫ରେ ସଂଶୋଧନ ପାଇଁ ସୁପାରିସ କରିଥିଲେ ।

ଏହି ସୁବିଧା ପ୍ରଥମରୁ କେବଳ ସରକାରୀ କର୍ମଚ଼ାରୀମାନଙ୍କ ପାଇଁ ଉପଲବ୍ଧ ଥିବା ବେଳେ ଶ୍ରମ ଆଇନ ଅଧୀନରେ ଆସୁଥିବା କର୍ମଚ଼ାରୀମାନେ ଏଥର ଏହାର ଫାଇଦା ନେଇପାରିବେ । ଏହି ବ୍ୟବସ୍ଥା ୨୦୨୦ ଜାନୁଆରୀ ୧ରୁ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
Published by:Anand Shankar Thankur Das
First published: