ଜେଫ ବେଜୋସଙ୍କ ଫୋନ ହ୍ୟାକିଂରେ ହୋଇଥିଲା ପେଗାସସ୍ ସ୍ପାଇଓ୍ବାରର ବ୍ୟବହାର, ଭାରତୀୟମାନେ ହୋଇସାରିଛନ୍ତି ଶିକାର

ରିପୋର୍ଟରେ କୁହାଯାଇଛି ଯେ, ସାଉଦି ପ୍ରିନ୍ସ ବିନ୍ ମହମ୍ମଦ୍ ସଲମାନଙ୍କ ଜଡ଼ିତ ହ୍ବାଟସଆପ ଆକାଉଣ୍ଟରୁ ଜେଫ ବେଜୋସଙ୍କ ଫୋନ ହ୍ୟାକ କରିବାକୁ ବ୍ୟବହାର କରାଯାଇଥିଲା ।

ଜେଫ ବେଜୋସଙ୍କ ଫୋନ ହ୍ୟାକିଂରେ ହୋଇଥିଲା ପେଗାସସ୍ ସ୍ପାଇଓ୍ବାରର ବ୍ୟବହାର, ଭାରତୀୟମାନେ ହୋଇସାରିଛନ୍ତି ଶିକାର
ଜେଫ ବେଜୋସ
  • News18 Odia
  • Last Updated: January 25, 2020, 5:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦୁବାଇ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ଫୋନ ହ୍ୟାକିଂ ସମ୍ପର୍କିତ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ରିପୋର୍ଟ ଅନୁସାରେ ବେଜୋସଙ୍କ ଫୋନ ହ୍ୟାକ କରିବା ପାଇଁ ପେଗାସସ୍ ସ୍ପାଇଓ୍ବାରର ପ୍ରୟୋଗ କରାଯାଇଥିଲା । ଯାଞ୍ଚ ପାଇଁ ବେଜୋସ ସିକ୍ୟୁରିଟି କନସଲଟାଣ୍ଟ ନିଯୁକ୍ତ କରିଥିଲେ ତାଙ୍କ ରିପୋର୍ଟରେ କୁହାଯାଇଛି ଯେ, ସାଉଦି ପ୍ରିନ୍ସ ମହମଦ ବିନ ସଲମାନଙ୍କ ସହ ଜଡ଼ିତ ହ୍ବାଟସଆପ ଆକାଉଣ୍ଟରୁ ବେଜୋସଙ୍କ ଫୋନ ହ୍ୟାକ କରିବାକୁ ବ୍ୟବହାର କରାଯାଇଥିଲା । ଏହି ମାମଲା ଏବେ ବଡ଼ ଆକାର ଧାରଣ କରି ୟୁନାଇଟେଡ ନେସନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ୟୁନାଇଟେଡ ନେସନ ପକ୍ଷରୁ ଏହି ହ୍ୟାକିଂ ପଛରେ ପେଗାସସ୍ ସ୍ପାଇଓ୍ବାରର ହାତ ଥିବାନେଇ ଆଶଙ୍କା କରାଯାଇଛି ।

ୟୁଏନର ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ରେ ସାଉଦି ପିନ୍ସଙ୍କ ଆକାଉଣ୍ଟରୁ ବେଜୋସଙ୍କୁ ଏକ ମ୍ୟାସେଜ ପଠାଯାଇଥିଲା ଯାହା ଏକ ଭାଇରସ ପୂର୍ଣ୍ଣ ଭିଡିଓ ଫାଇଲ ଥିଲା । ଏହି ଭିଡିଓକୁ ଡାଉନଲୋଡ କରିବା ପରେ ବେଜୋସଙ୍କ ଫୋନ ହ୍ୟାକ ହୋଇଯାଇଥିଲା । ଏହି ହ୍ୟାକିଂ ପରେ ବେଜୋସଙ୍କ ଫୋନରୁ ମାସେ ପର୍ଯ୍ୟନ୍ତ ଅନେକ ଜିବି ଡାଟା ଚୋରି କରାଯାଇଥିଲା ।

ପେଗାସସ୍ ଏକ ସ୍ପାୟଓ୍ବାର ଅଟେ ଯାହାକୁ କୌଣସି ଫୋନରେ ପହଞ୍ଚିବାକୁ ଏକ ଲିଙ୍କର ଆବଶ୍ୟକ ପଡ଼ିଥାଏ । ଏହା ଆଣ୍ଡ୍ରୋଏଡ ସହ ଆଇଓଏସ୍ ଡିଭାଇସକୁ ମଧ୍ୟ ନିଜର ଶିକାର କରିପାରିବ । ଏହାଦ୍ବାରା ଫୋନର ସମସ୍ତ ଏକ୍ଟିଭିଟି ମନିଟର କରାଯାଇପାରିବା ସହ ଫୋନର କ୍ୟାମେରା ଏବଂ ମାଇକ୍ରୋଫୋନ ମଧ୍ୟ ଅନ୍ କରାଯାଇପାରିବ । ଏହାଦ୍ବାରା ଯୋଗାଡ଼ କରାଯାଉଥିବା ଡାଟାକୁ ଏନଏସଓ ଗୃପର ପେଗାସସ୍ ସର୍ଭରକୁ ପଠାଯାଇଥାଏ । ମାତ୍ର ଏନଏସଓ ପ୍ରଥମରୁ ପେଗାସସ୍ ଜରିଆରେ ଆସୁଥିବା ଡାଟା ସାହାଯ୍ୟରେ ଗୋଇନ୍ଦାଗିରି କଥାକୁ ଖଣ୍ଡନ କରିଆସିଛି । ଏନଏସଓର କହିବା ଅନୁଯାୟୀ ଏହି ସଫ୍ଟଓୟାରକୁ କେବଳ ଆଇନଗତ ଏଜେନ୍ସିମାନଙ୍କ ଦ୍ବାରା ବ୍ୟବହାର କରାଯାଇଥାଏ ଏବଂ ଏହା ଦ୍ବାରା ସାଧାରଣ ଲୋକଙ୍କ ଗୋଇନ୍ଦାଗିରି ପାଇଁ ଏହା ଉପଯୋଗ ହୋଇନଥାଏ । ପେଗାସସ୍ ଜରିଆରେ ପୂର୍ବରୁ ୨୦ ଦେଶର ପାଖାପାଖି ୧୪୦୦ ଲୋକଙ୍କୁ ଟାର୍ଗେଟ କରାଯାଇସାରିଛି । ଯେଉଁଥିରେ ଭାରତର ପ୍ରାୟ ୨୦ଜଣ ଲୋକ ସାମିଲ ଅଛନ୍ତି । ଏହି ଲିଷ୍ଟରେ ଅନେକ ନାମୀ ଏବଂ ଭିଭିଆଇପି ମଧ୍ୟ ସାମିଲ ଅଛନ୍ତି ।

 
First published: January 25, 2020, 5:05 PM IST
corona virus btn
corona virus btn
Loading