ଦୀପାବଳୀ ପୂର୍ବରୁ Paytm ନିଜର ଉପଭୋକ୍ତାମାନଙ୍କୁ ଦେଲା ବଡ଼ ଉପହାର! ସମାପ୍ତ କଲା ଏହି ଚାର୍ଜ, ମାଗଣାରେ ନିଅନ୍ତୁ ସେବାର ଲାଭ

ପେଟିଏମ୍ ୱାଲେଟରୁ (Paytm Wallet) ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାକୁ କମ୍ପାନୀ ନିଜ ଗ୍ରାହକଙ୍କ ଠାରୁ ୫% ସୁବିଧା ଶୁଳ୍କ ଆଦାୟ କରେ । ଏବେ ଏହାକୁ ନେଇ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଜଣେ ପେଟିଏମ ବ୍ୟବହାରକାରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଦୀପାବଳୀ ପୂର୍ବରୁ Paytm ନିଜର ଉପଭୋକ୍ତାମାନଙ୍କୁ ଦେଲା ବଡ଼ ଉପହାର! ସମାପ୍ତ କଲା ଏହି ଚାର୍ଜ, ମାଗଣାରେ ନିଅନ୍ତୁ ସେବାର ଲାଭ
Paytm
  • News18 Odia
  • Last Updated: November 2, 2020, 5:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମୋବାଇଲ୍ ୱାଲେଟ୍ କମ୍ପାନୀ ପେଟିଏମ୍ (Paytm) ନିଜର ଉପଭୋକ୍ତାମାନଙ୍କୁ ବିଭିନ୍ନ ମାଧ୍ୟମରେ ପେମେଣ୍ଟ କରିବାର ବିକଳ୍ପ ଦେଇଥାଏ । ପେଟିଏମ୍ ଉପଭୋକ୍ତାମାନେ ଏହି ଆପ୍ ମାଧ୍ୟମରେ UPI ରୁ ଅନେକ ପ୍ରକାରର ବିଲ୍ ପେମେଣ୍ଟ ଚୁଟକୀରେ ପ୍ରଦାନ କରିଦେଇଥାନ୍ତି । ଗୋଟିଏ ପଟେ ପେଟିଏମ୍ ଉପଭୋକ୍ତାମାନେ ଯେତେବେଳେ ନିଜର ବ୍ୟାଙ୍କ ଆକାଉଣ୍ଟରୁ ୱାଲେଟରୁ ଟଙ୍କା ପ୍ରବେଶ କରାନ୍ତି ସେତେବେଳେ ତାଙ୍କୁ କୌଣସି ଦେୟ ଦେବାକୁ ପଡେ ନାହିଁ । ତେବେ ଅପରପକ୍ଷେ ପେଟିଏମ୍ ୱାଲେଟରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ପାଇଁ ଉପଭୋକ୍ତାଙ୍କୁ ଏକ ଦେୟ ଦେବାକୁ ପଡ଼ିଥାଏ । ଅନେକ ଉପଭୋକ୍ତା ଏହାକୁ ନେଇ ଚିନ୍ତିତ ଥିଲେ । ବର୍ତ୍ତମାନ ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏହା ଉପରେ ଏକ ଉତ୍ତର ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ମାବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ବିଜୟ ଶେଖର ଶର୍ମା ଏହି ବିଷୟରେ ପେଟିଏମ୍ ବ୍ୟବହାରକାରୀଙ୍କୁ ଏକ ଉତ୍ତର ଦେଇଛନ୍ତି । ଜଣେ ଉପଭୋକ୍ତା ତାଙ୍କୁ ପଚାରିଥିଲେ ଯଦି ଆପଣ ପେଟିଏମ୍ ୱାଲେଟରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ଉପରେ ୫% ଚାର୍ଜ ଅପସାରଣ କରନ୍ତି ତେବେ କ’ଣ ହେବ? ଏହା ଦ୍ୱାରା ଉପଭୋକ୍ତା ଆଧାର ବୃଦ୍ଧି ହେବ କି? କଣ ଏହା ଆପଣଙ୍କ କମ୍ପାନୀ ପାଇଁ ଏକ ଘାଇ ପରି କି? ଏହାର ଉତ୍ତରରେ ପେଟିଏମ୍ ପ୍ରତିଷ୍ଠାତା ଲେଖିଛନ୍ତି, 'ବର୍ତ୍ତମାନ ଏହା ଶୂନ! ହଁ, ଆମେ ଏହି ଚାର୍ଜ ଅପସାରଣ କରିଛୁ ।

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ପାଇଁ ପେଟିଏମ୍ କାହିଁକି ନେଉଥିଲା ଚାର୍ଜ ?
ବାସ୍ତବରେ ୱାଲେଟରୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବା ପାଇଁ ପେଟିଏମକୁ ସୁବିଧା ଶୁଳ୍କ ବହନ କରିବାକୁ ପଡୁଥିଲା । ଯେତେବେଳେ ଜଣେ ଉପଭୋକ୍ତା କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୱାଲେଟକୁ ଟଙ୍କା ସ୍ଥାନାନ୍ତର କରନ୍ତି ପେଟିଏମ୍ ବ୍ୟାଙ୍କକୁ ଏକ ନିର୍ଦ୍ଦିଷ୍ଟ ଶୁଳ୍କ ପ୍ରଦାନ କରେ । ଏହି ଫି ବଦଳରେ ପେଟିଏମ୍ ଆପଣଙ୍କୁ କୌଣସି ଟଙ୍କା ଆଦାୟ କରେ ନାହିଁ । କିନ୍ତୁ ଯେତେବେଳେ ଜଣେ ଉପଭୋକ୍ତା ଏହି ୱାଲେଟରେ ଥିବା ଟଙ୍କାକୁ ଖର୍ଚ୍ଚ ନ କରି ନିଜର ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରନ୍ତି ସେତେବେଳେ ପେଟିଏମ୍ ବ୍ୟବହାରକାରୀଙ୍କୁ ଠାରୁ ଏଥିପାଇଁ ଚାର୍ଜ ନେଉଥିଲେ । ବିଜୟ ଶେଖର ଶର୍ମା ବର୍ତ୍ତମାନ ଏହି ଚାର୍ଜ ଆଦାୟ ନ କରିବାକୁ କହିଛନ୍ତି ।



କ୍ରେଡିଟ୍ କାର୍ଡରୁ ୱାଲେଟକୁ ଟଙ୍କା ସ୍ଥାନାନ୍ତର ପାଇଁ କରାଯିବ ଚାର୍ଜ
ସମ୍ପ୍ରତି ପେଟିଏମ୍ ସୂଚନା ଦେଇଛି ଯେ ଅକ୍ଟୋବର ୧୫ ରୁ ଯଦି ଜଣେ ବ୍ୟକ୍ତି କ୍ରେଡିଟ୍ କାର୍ଡ ଦ୍ୱାରା ପେଟିଏମ୍ ୱାଲେଟରେ ଟଙ୍କା ଯୋଡିଥାଏ ତେବେ ତାଙ୍କୁ ୨ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଏହାର ୨ ପ୍ରତିଶତ ଚାର୍ଜରେ ଜିଏସ୍ଟି ଅନ୍ତର୍ଭୁକ୍ତ ହେବ । ଉଦାହରଣ ସ୍ୱରୂପ ଯଦି ଆପଣ ଏକ କ୍ରେଡିଟ୍ କାର୍ଡ ସହିତ ଏକ ପେଟିଏମ୍ ୱାଲେଟରେ ୧୦୦ ଟଙ୍କା ଯୋଗ କରନ୍ତି ତେବେ ଆପଣଙ୍କୁ ଆପଣଙ୍କର କ୍ରେଡିଟ୍ କାର୍ଡରୁ ୧୦୨ ଟଙ୍କା ଦେୟ ଦେବାକୁ ପଡିବ । ପୂର୍ବରୁ ଏହି ନିୟମ ୯ ଅକ୍ଟୋବରରୁ କାର୍ଯ୍ୟକାରୀ ହେବାର ଥିଲା ।
Published by: Jagdish Barik
First published: November 2, 2020, 5:31 PM IST
corona virus btn
corona virus btn
Loading