#MeToo: ଅଭିନେତ୍ରୀ ପାୟଲ ଘୋଷ କହିଲେ ଅନୁରାଗ କାଶ୍ୟପ ତାଙ୍କର ଯୌନ ଶୋଷଣ କରିଛନ୍ତି

ପ୍ରଖ୍ୟାତ ବଲିଉଡ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଉପରେ ପଲ୍ଲବୀଙ୍କ ଯୌନ ଶୋଷଣ ଅଭିଯୋଗ ଆସିବା ପରେ କଙ୍ଗନା ରାଣାୱତ ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

#MeToo: ଅଭିନେତ୍ରୀ ପାୟଲ ଘୋଷ କହିଲେ ଅନୁରାଗ କାଶ୍ୟପ ତାଙ୍କର ଯୌନ ଶୋଷଣ କରିଛନ୍ତି
(ବାମରୁ) ପାୟଲ ଘୋଷ, କଙ୍ଗନା ରାଣାୱତ ଓ ଅନୁରାଗ କାଶ୍ୟପ
  • News18 Odia
  • Last Updated: September 20, 2020, 6:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର (Bollywood) ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ (Anurag Kashyap) ନିଜ ବିବୃତ୍ତି ଯୋଗୁଁ ଅନେକ ସମୟରେ ବିବାଦରେ ଘେରି ରହନ୍ତି । ଆଜିକାଲି ସେ କଙ୍ଗନା ରାଣାୱତଙ୍କ ସହ କଳହରେ ଲାଗିଛନ୍ତି, ଯେଉଁଥିପାଇଁ ସବୁଠି ତାଙ୍କ ବିଷୟରେ ଆଲୋଚନା ହେଉଛି । କିନ୍ତୁ ଏ ସବୁ ମଧ୍ୟରେ ସେ ଏବେ ଏକ ଭୁଲ କାରଣରୁ ମିଡ଼ିଆ ହେଡଲାଇନରେ ଆସିଛନ୍ତି ଓ ଏହାର ଜୋରଦାର୍‌ ଚର୍ଚ୍ଚା ହେଉଛି ।

ଅଭିନେତ୍ରୀ ପାୟଲ ଘୋଷଙ୍କ (Payal Ghosh) ଅଭିଯୋଗ କରିଛନ୍ତି ଯେ ଅନୁରାଗ କାଶ୍ୟପ ତାଙ୍କର ଯୌନ ଶୋଷଣ କରିଛନ୍ତି । ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ (#MeToo on Anurag Kashyap) ବିଷୟରେ ଏକ ଟ୍ୱିଟ୍ କରିଛନ୍ତି । ସେହି କାରଣରୁ ସବୁଆଡ଼େ ଚର୍ଚ୍ଚା ଓ ବିତର୍କ ଆରମ୍ଭ ହୋଇଯାଇଛି । ଏହି ସମଗ୍ର ବିଷୟ ଉପରେ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା ବି ସାମ୍ନାକୁ ଆସିଛି ।





ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ କଙ୍ଗନା ରାଣାୱତ ଏହି ଫିଲ୍ମ ନିର୍ମାତାଙ୍କୁ ଗିରଫ କରିବାକୁ ଦାବି ଉଠାଇଛନ୍ତି । କଙ୍ଗନା ନିଜ ଟ୍ୱିଟରେ ଲେଖିଛନ୍ତି: ‘‘ପ୍ରତ୍ୟେକ ସ୍ୱରର ଗୁରୁତ୍ୱ ରହିଛି । କାଶ୍ୟପଙ୍କୁ ଗିରଫ କରାଯାଉ ।’’ ପାୟଲ ଘୋଷଙ୍କ ଟ୍ୱିଟ୍‌ ଓ ଅଭିଯୋଗ ଉପରେ ଅନୁରାଗ କଶ୍ୟପ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଆରୋପ ସମ୍ପୂର୍ଣ୍ଣ ନିରାଧାର ।



ପାୟଲ ଘୋଷ ଲେଖିଛନ୍ତି, ‘‘ଅନୁରାଗ କାଶ୍ୟପ ମୋ’ ସହ ଜବରଦସ୍ତି କରିଥିଲେ ଓ ବହୁତ ଖରାପ ବ୍ୟବହାର କରିଥିଲେ।’’ ନିଜ ଟ୍ୱିଟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଏବଂ ପିଏମଓ ଇଣ୍ଡିଆକୁ (PMOIndia) ଟ୍ୟାଗ୍‌ କରି ଅଭିନେତ୍ରୀ ଲେଖିଛନ୍ତି, ‘‘ଦୟାକରି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଦେଶକୁ ଦେଖାନ୍ତୁ ଯେ ଏହି ସୃଜନଶୀଳ ବ୍ୟକ୍ତିଙ୍କ ପଛରେ ଏକ ସୈତାନ ଲୁଚି ରହିଛି । ମୁଁ ଜାଣେ ଏହା ମୋତେ କ୍ଷତି ପହଞ୍ଚାଇପାରେ ଓ ମୋ’ ସୁରକ୍ଷା ବିପଦରେ ଅଛି । ଦୟାକରି ମୋତେ ସାହାଯ୍ୟ କରନ୍ତୁ ।’’

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ସୂଚନାଯୋଗ୍ୟ ଯେ ନିକଟରେ ଜଣେ ମଡେଲ ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ କରିଥିଲେ ।



ପଉଲା ନାମକ ମଡେଲଙ୍କ ଅନୁଯାୟୀ ତାଙ୍କୁ ୧୭ ବର୍ଷ ହୋଇଥିବା ସମୟରେ ସାଜିଦ ଖାନ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଓ ‘ହାଉସଫୁଲ’ ଫିଲ୍ମରେ ଏକ ଭୂମିକା ଦେବା ନାଁରେ ତାଙ୍କୁ ନିଜ ସାମ୍ନାରେ ପୋଷାକ ଖୋଲିବାକୁ କହିଥିଲେ । ପଉଲାଙ୍କ ଏହି ଟ୍ୱିଟ୍ ପରେ ସବୁଆଡ଼ ଭୀଷଣ ଚର୍ଚ୍ଚା ହୋଇଥିଲା ।
Published by: Anand Shankar Thankur Das
First published: September 20, 2020, 6:43 PM IST
corona virus btn
corona virus btn
Loading