ବିହାରରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ; ତେଜ ପ୍ରତାପଙ୍କୁ ମିଳିଲାନି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ତେଜସ୍ୱୀ ଯାଦବଙ୍କ ବଡ଼ ଭାଇ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ତେଜ ପ୍ରତାପ ଯାଦବ ବିହାରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଛନ୍ତି ।

ବିହାରରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ

ବିହାରରେ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ

  • Share this:
News 18 Odia Digital

ପାଟନା; ବିହାରର ନୀତୀଶ ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଏହି ବିଭାଗ ବଣ୍ଟନ କରାଯାଇଛି । ମଙ୍ଗଳବାର ଶପଥ ଗ୍ରହଣ ସମାରୋହର କିଛି ସମୟ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାରଙ୍କୁ ପୂର୍ବଭଳି ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗ ଦାୟିତ୍ଵ ଦିଆଯାଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବ ସ୍ୱାସ୍ଥ୍ୟ , ସଡକ ନିର୍ମାଣ, ସହରାଞ୍ଚଳ ବିକାଶ ବିଭାଗ ଏବଂ ଗ୍ରାମୀଣ କାର୍ଯ୍ୟ ବିଭାଗ ଦାୟିତ୍ୱରେ ରହିବେ ।

ତେଜସ୍ୱୀ ଯାଦବଙ୍କ ବଡ଼ ଭାଇ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ବିଭାଗରେ ପରିବର୍ତ୍ତନ କରାଯାଇଛି । ତେଜ ପ୍ରତାପ ଯାଦବ ବିହାରରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପାଇଛନ୍ତି । ଜେଡିଏର ବରିଷ୍ଠ ନେତା ଅଶୋକ ଚୌଧୁରୀଙ୍କୁ ଘର ନିର୍ମାଣ ବିଭାଗ, ଶ୍ରାବଣ କୁମାରଙ୍କୁ ଗ୍ରାମୀଣ ବିକାଶ ବିଭାଗ ମିଳିଛି । ଶିକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ଆରଜେଡି କୋଟାକୁ ଯାଇଛି, ଯେଉଁଥିରେ ଚନ୍ଦ୍ରଶେଖରଙ୍କୁ ମନ୍ତ୍ରଣାଳୟର କମାଣ ଦାୟିତ୍ଵ ଦିଆଯାଇଛି ।

ନୂତନ ସରକାରରେ ବିଜୟ କୁମାର ଚୌଧୁରୀଙ୍କୁ ଅର୍ଥ, ବାଣିଜ୍ୟ ଋଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି । ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି ସହିତ ଯୋଜନା ଏବଂ ବିକାଶ ବିଭାଗର ଦାୟିତ୍ୱ ଦିଆଯାଇଛି । ଆଲୋକ ମେହେଟ୍ଟା ଆରଜେଡି କୋଟା, ରାଜସ୍ୱ ଏବଂ ଜମି ସଂସ୍କାର ଦାୟିତ୍ୱରେ କଂଗ୍ରେସର ଆଫାକ ଆଲାମ, ପଶୁ ଓ ମତ୍ସ୍ୟ ସମ୍ପଦ, ଘର ନିର୍ମାଣ ଦାୟିତ୍ୱରେ ଜେଡିୟୁରୁ ​​ଅଶୋକ ଚୌଧୁରୀ, ଗ୍ରାମୀଣ ବିକାଶ ବିଭାଗ ଶ୍ରବଣ କୁମାରଙ୍କୁ, ସମବାୟ ସମିତି ସୁରେନ୍ଦ୍ର ଯାଦବଙ୍କୁ , ରାମାନନ୍ଦ ଯାଦବଙ୍କୁ ଖଣି ଏବଂ ଜମି ଉପାଦାନ । ଲିସା ସିଂଙ୍କୁ ଖାଦ୍ୟ ଏବଂ ଉପଭୋକ୍ତା ସୁରକ୍ଷା ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି ।

ଜେଡିୟୁ ବିଧାୟକ ମଦନ ସାହନି ସାମାଜିକ କଲ୍ୟାଣ ମନ୍ତ୍ରୀ ହୋଇଥିବାବେଳେ କୁମାର ସଞ୍ଜୀବଙ୍କୁ ପର୍ଯ୍ୟଟନ, ଲଲିତ କୁମାର ଯାଦବଙ୍କୁ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ମନ୍ତ୍ରଣାଳୟ ମିଳିଛି । ଜିତନ ରାମ ମାଂଝୀଙ୍କ ପୁଅ ସାନ୍ତୋଷ କୁମାର ସୁମନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରଣାଳୟ ପାଇଛନ୍ତି । ଅନ୍ୟପକ୍ଷରେ ସଞ୍ଜୟ କୁମାର ଜଳ ସମ୍ପଦ, ସୂଚନା ଓ ଜନସମ୍ପର୍କ ମନ୍ତ୍ରଣାଳୟକୁ ପୂର୍ବପରି ପରିଚାଳନା କରିବେ ।
Published by:Soubhagya Mishra
First published: