ବଦଳିଲେ IG, SP (ଫୋଟ ସୌଜନ୍ୟ: ଜୀ ନ୍ୟୁଜ ମିଡିଆ)
News18 Odia Digital
ଶୁକ୍ରବାର ପଞ୍ଜାବର ପଟିଆଲାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ଶୋଭାଯାତ୍ରାରେ ହିଂସା ଆରମ୍ଭ ହୋଇଥିଲା। ଏହା ପରେ ସହରରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଓ ସନ୍ଧ୍ୟା ୭ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହା ପରେ ପଞ୍ଜାବ ସରକାର ବହୁ ଅଧିକାରୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସିଏମଙ୍କ ନିର୍ଦ୍ଦେଶରେ ପଟିଆଲାର ଆଇଜି, ଏସପି ଓ ଏସଏସପିଙ୍କ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ପଟିଆଲା ହିଂସାରେ ଇନଣ୍ଟେଲିଜେନ୍ସ ବିଫଳତାକୁ ନେଇ ପଞ୍ଜାଵର ମୁଖ୍ୟ ମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ପଟିଆଲାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବିଶ୍ୱାସ କରାଯାଉଥିଲା।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ପଟିଆଲାର ଆଇଜି, ଏସପି ଓ ଏସଏସପି ସ୍ଥାନାନ୍ତର କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ ବର୍ତ୍ତମାନ ମୁଖବିନ୍ଦର ସିଂ ଚିନ୍ନାଙ୍କୁ ନୂତନ ଆଇଜି ପଟିଆଲା ଭାବେ ନିଯୁକ୍ତ କରାଯାଇଛି। ଏଥିସହିତ ଦୀପକ ପାରିକଙ୍କୁ ନୂତନ ଏସଏସପି ପଟିଆଲା ଓ ୱାଜିର ସିଂଙ୍କୁ ପଟିଆଲାର ନୂତନ ଏସପି ଭାବରେ ନିଯୁକ୍ତ କରାଯାଇଛି।
ଶ୍ରୀ ଫତେହଗଡ ସାହିବରେ ଧାରା ୧୪୪ ଲାଗୁ ହୋଇଛି
ଶ୍ରୀ ଫତେହଗଡ ସାହିବରେ ଧାରା ୧୪୪ ଲାଗୁ କରାଯାଇଛି। ପଟିଆଲା ହିଂସା ପରେ ଶିବସେନା ହିନ୍ଦୁସ୍ତାନ, ଶିବସେନା ବାଲ ଠାକରେ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ପଟିଆଲାରେ ବନ୍ଦ ଘୋଷଣା କରିଥିଲେ। ଏହା ପରେ ପଞ୍ଜାବର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସହରରେ ସକାଳ ୯:୩୦ ରୁ ୬ ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ବନ୍ଦ ରହିବ।
Published by:Soumya Das
First published: