News18 Odia Digital
Flight Door Open: ଅବତରଣ ପୂର୍ବରୁ ବିମାନର ଏମର୍ଜେନ୍ସି ଡୋର ଖୋଲିଦେଲେ ଯାତ୍ରୀ (Flight Door Open)। ଫଳରେ ବିମାନ ଭିତରେ ଥିବା ଯାତ୍ରୀ ଆତଙ୍କିତ ହୋଇ ପଡ଼ିଥିଲେ।
ଦକ୍ଷିଣ କୋରିଆ (South Korea) ଆକାଶରେ ଏଭଳି ଏକ ଘଟଣା ଘଟିଛି। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ବିମାନଟି ଡାଏଗୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ଏହାର ଦୁଇ ମିନିଟ ପୂର୍ବରୁ ଜଣେ ଯୁବକ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଇଥିଲେ।
ସେତେବେଳେ ବିମାନଟି ସ୍ଥଳଭାଗରୁ ୭୦୦ ଫୁଟ ଉପରେ ଥିଲା। ଏଥିଯୋଗୁ ବିମାନ ଭିତରେ ପ୍ରବଳ ବେଗରେ ପବନ ପିଟି ହୋଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ରକ୍ଷା ପାଇଁ ଆତୁର ଚିତ୍କାର କରିଥିଲେ।
ବିମାନରେ କିଛି ଯାତ୍ରୀଙ୍କ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଥିଲା। କିଛି ଯାତ୍ରୀ ବେହୋସ ହୋଇଯାଇଥିଲେ। ଗୁରୁତର ହୋଇ ପଡ଼ିଥିବା ଯାତ୍ରୀଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବିମାନରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଏହି ଭିଡିଓଟିକୁ ସୁଟ୍ କରିଥିଲେ ।
ପଢ଼ନ୍ତୁ ପୂରା ଖବର: New Parliament Building: ନୂଆ ସଂସଦ ଭବନ ବାବଦରେ କିଛି ଖାସ୍ କଥା...ସୋସିଆଲ ମିଡ଼ିଆରେ ଏହି ଭିଡିଓ ବେଶ ଭାଇରାଲ ହେଉଛି । ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି। ଏସିଆନ ଏୟାରଲାଇନ୍ସର ଏହି ବିମାନଟି ଜେଜୁ ଦ୍ୱୀପରୁ ଉଡାଣ ଆରମ୍ଭ କରିଥିଲା । ଏଥିରେ ୧୯୪ ଜଣ ଯାତ୍ରୀ ଥିବା ବେଳେ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ୍ ୨୦୦ ଜଣ ଥିଲେ । ପାଇଲଟ ଖୁବ୍ ସତର୍କତାର ସହ ବିମାନକୁ ଅବତରଣ କରାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।