ଭିଟାମିନ୍D: କାହିଁକି ଏସମୟରେ ଆମେ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କରିବା !

ଆଜିକାଲି ଅଧିକ ଗବେଷଣାରୁ ହୃଦରୋଗ, ଟାଇପ୍ 2 ମଧୁମେହ ରୋଗ, ଫ୍ରାକ୍ଟର୍ ଏବଂ ପଡ଼ିଯିବା,ଅବସାଦ,କର୍କଟ ଏବଂ ରୋଗପ୍ରତିରୋଧ ଦୃଢ଼ କରିବା ପାଇଁ ଭି଼ଟାମିନ ଡିର ସମ୍ଭାବ୍ୟ ଭୂମିକା ଜଣା ପଡ଼ିଛି।

ଭିଟାମିନ୍D: କାହିଁକି ଏସମୟରେ ଆମେ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କରିବା !
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 12, 2020, 2:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିଟାମିନ୍ ଡି ଯେହେତୁ ସୁସ୍ଥ ହାଡ଼ ଗଠନ ପାଇଁ ସାହାଯ୍ୟ କରେ ସେଥିପାଇଁ ଏହାର ଗୁରୁତ୍ତ୍ବ ବିଷୟରେ ଜଣା, କିନ୍ତୁ ଯେହେତୁ ଆଜିକାଲି ଶାରିରୀକ କାର୍ଯ୍ୟକ୍ରମ କମିଛି,  ସକ୍ରିୟ ଜୀବନ ବଜାୟ ରଖିବାପାଇଁ ଭିଟାମିନ୍ ଡି ର ଭୂମିକା ଆହୁରି ଅଧିକ ଗୁରୁତ୍ତ୍ବବହନ କରିଛି। ମୋତେ ଲାଗୁଛି, ବର୍ତ୍ତମାନ ସମୟ ଆସିଯାଇଛି, ଯେତେବେଳେ ଆମକୁ ଭିଟାମିନ୍ ଡି ଅଭାବରେ ଦେଖାଯାଉଥିବା ସମସ୍ୟା ଉପରେ ଆଲୋକପାତ କରିବା ଆବଶ୍ୟକ।

ଜଣେ ଡାକ୍ତରୀ ବିଶେଷଜ୍ଞଭାବେ, ମୁଁ ଅନେକ ରୋଗୀ ଦେଖିଛି ଯେଉଁମାନଙ୍କଠାରେ ହାଡ଼/ ମାଂଶପେଶୀ ଯନ୍ତ୍ରଣା ଏବଂ ଥକ୍କାପଣ ଆଦି  ସମସ୍ୟା ଦେଖାଦିଏ। ଏହି ପରିସ୍ଥିତିର ସବୁଠାରୁ ବଡ଼ କାରଣ ହେଉଛି ଶରୀରରେ ଭିଟାମିନ୍ ଡି ର ଅଭାବ। ସେଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ଆମେ ସମସ୍ତେ ନିଜର ଭିଟାମିନ୍ ଡି ଗ୍ରହଣ କରିବା ବିଷୟରେ ସଚେତନ ହେବା ଏବଂ ଏହାର ଅଭାବର ପ୍ରାରମ୍ଭିକ ଲକ୍ଷଣ ବିଷୟ ଜାଣିବା।

ମୋତେ ଲାଗୁଛି ଆମ ହାତରେ ଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବାର ସମୟ ଆସିଯାଇଛି । ଯେହେତୁ ଆମ କାର୍ଯ୍ୟଶୈଳୀ ଏବଂ ଅଭ୍ୟାସରେ ପରିବର୍ତ୍ତନ ହୋଇଛି, ଏଥିପାଇଁ ଅନ୍ୟ କିଛି ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି।ଜଣେ ଡାକ୍ତରୀ ବିଶେଷଜ୍ଞଭାବେ, ଗତ କିଛି ମାସରେ କମ ଶାରିରୀକ ଗତିବିଧି ଯୋଗୁଁ ମୁଁ ଅନେକ ରୋଗୀଙ୍କଠାରେ ଦୁର୍ବଳ ସ୍ବାସ୍ଥ୍ୟର ଲକ୍ଷଣ ଦେଖିଛି । ଯେପରି ହାଡ /ମାଂସପେଶୀ ଯନ୍ତ୍ରଣା ଏବଂ ଥକ୍କାପଣ । ସ୍ବାସ୍ଥ୍ୟବସ୍ଥାରେ ଏହି ଅବନ୍ନତିର ସବୁଠାରୁ ବଡ଼ କାରଣ ହେଉଛି ଭିଟାମିନ୍ ଡି ର ଅଭାବ । ସେଥିପାଇଁ ଆମେ ସମସ୍ତେ ନିଜର ଭିଟାମିନ୍ ଡି ଗ୍ରହଣ କରିବା ବିଷୟରେ ସଚେତନ ହେବା ଏବଂ ଏହାର ଅଭାବର ପ୍ରାମ୍ଭିକ ଲକ୍ଷଣ ବିଷୟ ଜାଣିବା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ ।

ଭିଟାମିନ୍ ଡି ଅଭାବ ସାରା ବିଶ୍ବରେ ପ୍ରାୟ 50% ଜନସଂଖ୍ୟାକୁ ପ୍ରଭାବିତ କରିଛି। ନିକଟରେ ସଂଗ୍ରହ ତଥ୍ୟରୁ ଜଣାପଡ଼ିଛି ଯେ ଭାରତରେ ସର୍ବାଧିକ 76% ବ୍ୟକ୍ତିଙ୍କଠାରେ ଭିଟାମିନ୍ ଡି ସ୍କର କମ। ଦେଶରେ ସମସ୍ତ ଧର୍ମର 18- 30 ବର୍ଷର ଭାରତୀୟଙ୍କ ମଧ୍ୟରେ ଏହି ଭିଟାମିନ୍ ଅଭାବର ପରିମାଣ ସର୍ବାଧିକ ବୋଲି ଜଣାପଡ଼ିଛି।ଭିଟାମିନ୍ ଡି ଯୋଗୁଁ ହାଡ଼ ଏବଂ ମାଂସପେଶୀ ଦୁର୍ବଳ ସମସ୍ୟା ଦେଖାଦେଇ ଥାଏ । ଏହାର ପରିଣାମ ସ୍ବରୁପ, ଫ୍ରାକ୍ଚର ର୍ଏବଂ ହାଡ଼ ଜନିତ ସମସ୍ୟା ଯେପରି ଅଷ୍ଟିଓମାଲେସିଆ (ହାଡ଼ନରମହୋଇଯିବା), ଅଷ୍ଟିଓ ଫେନିଆ ଏବଂ ଅଷ୍ଟିଓପୋରୋସିସ୍ ଦେଖା ଯାଇଥାଏ।

ଆଜିକାଲି ଅଧିକ ଗବେଷଣାରୁ ହୃଦରୋଗ, ଟାଇପ୍ 2 ମଧୁମେହ ରୋଗ, ଫ୍ରାକ୍ଟର୍ ଏବଂ ପଡ଼ିଯିବା,ଅବସାଦ,କର୍କଟ ଏବଂ ରୋଗପ୍ରତିରୋଧ ଦୃଢ଼ କରିବା ପାଇଁ ଭି଼ଟାମିନ ଡିର ସମ୍ଭାବ୍ୟ ଭୂମିକା ଜଣା ପଡ଼ିଛି।

କିନ୍ତୁ ଏସବୁ ସମସ୍ୟାକୁ ଧ୍ୟାନରେ ରଖି, ବିଭିନ୍ନ ଉପାୟ ବିଷୟରେ ଅବଗତ ହେବା ଜରୁରୀ, ଯେଉଁଥିରେ ଭିଟାମିନ୍ ଡି ଭଳି ଏକ ଅତ୍ୟାବଶ୍ୟକ ପୋଷକତତ୍ତ୍ବ ଅଭାବ ଏକାଧିକ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଭାବ ପକାଇପାରେ। ସେଥିପାଇଁ ଏହା ଅତ୍ୟନ୍ତଗୁରୁତ୍ତ୍ବପୂର୍ଣ୍ଣ । ଏଭଳି ସମ୍ଭାବନାକୁ ଏଡ଼ାଇବା ପାଇଁ ନିଜର ମୌଳିକ ସ୍ବାସ୍ଥ୍ୟର ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ।

ଭିଟାମିନ୍ ଡିର ଉତ୍ସ



ଦେଖିବାକୁ ଗଲେ ବୟସ୍କମାନଙ୍କଠାରେ 30ng/mL ର ଭିଟାମିନ୍ ଡି ରହିବା ଆବଶ୍ୟକ । ଏହାକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଡି ସ୍ତର ବୋଲି ଧରାଯାଏ। ଭିଟାମିନ୍ ଡିର ପ୍ରଭାବଶାଳୀ ଉତ୍ସ ହେଉଛି ସୂର୍ଯ୍ୟକିରଣ, ଯାହା ଚର୍ମର ଏଣ୍ଡୋଜେନ୍ ସନ୍ଥେସିସରେ ସାହାଯ୍ୟ କରେ। ଆମ ପାଖରେ କିଛି ଖାଦ୍ୟ ରହିଛି ଯେଉଁଥିରୁ ଆମେ ଦୈନିକ ଭିଟାମିନ୍ ଡି ପାଇପାରିବା;ପ୍ରାୟତଃମାଛ, ଫିସ୍ଲିଭର୍ ଅଏଲ୍, ଛେନା ଏବଂ ଅଣ୍ଡା କେଶର ଇତ୍ୟାଦି। ଅଣ୍ଡା ହେଉଛି ବାସ୍ତବରେ ପିଲାମାନଙ୍କ ପାଇଁ ଭିଟାମିନ୍ ଡି ପାଇବାର ସବୁଠାରୁ ଭଲ ଉତ୍ସ। ଏହାସହ ଦୈନିକ 10ଟାରୁଅପରାହ୍ନ 3ଟାମଧ୍ୟରେ 10- 15 ମିନିଟ୍ ସୂର୍ଯ୍ୟ କିରଣ ସଂଶ୍ପର୍ସରେ ଆସିବା ଦ୍ବାରା ମଧ୍ୟ ଆମର ଦୈନିକ ଭିଟାମିନ୍ ଆବଶ୍ୟକତାକୁ ପୂରଣ ହେବ । ଏ ଦୁଇଟି ଉପାୟ ମଧ୍ୟରୁ ଯେଉଁଟିରୁ ଦୈନିକ ଭିଟାମିନ୍ ଡି ସହଜରେ ପାଇ ହେବ ତାହାର ଉପଯୋଗ କ ରନ୍ତୁ ବୋଲି ମୁଁ ରୋଗୀମାନଙ୍କୁ ପରାମର୍ଶ ଦିଏ । ଏହା ବାଦ କିଛି ଉଣା ରହିଲେ, ସେମାନେ ଭିଟାମିନ୍ ଡି ସପ୍ଲିମେଣ୍ଟ ନେବା ଆବଶ୍ୟକ।

କେଉଁଥି ପାଇଁ ଭିଟାମିନ୍ ଡି ଅଭାବ ଦେଖା ଦେଇଥାଏ ?

ଯେଉଁମାନେ ସାଧାରଣତଃ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆବଶ୍ୟକ ସମୟ ବିତାତି ନାହିଁ, ସେମାନଙ୍କଠାରେ ଭିଟାମିନ୍ ଡି ଅଭାବ ଦେଖାଯାଏ । ବାହାରେ ସମୟ ବିତାଇଲେ ମଧ୍ୟ ଅନ୍ୟ ବିଭିନ୍ନ କାରଣ ପାଇଁ ଭିଟାମିନ୍ ଡି ଅଭାବ ସମସ୍ୟା ହୋଇପାରେ । ଯେପରି ଯଦି ସୂର୍ଯ୍ୟ କିରଣ ବହୁତ କମ ଥାଏ କିମ୍ବା ଆପଣ ବ୍ୟବହାର କରିଥିବା ସନସ୍କ୍ରିନ୍ ରେ 30 ଉପରେଏସ୍ ପି ଏଫ୍ ମାତ୍ରା ରହିଛି। ଆପଣଙ୍କ ତ୍ବଚାର ରଙ୍ଗ ଅନୁଯାୟୀ ଆପଣଙ୍କ ଶରୀରରେ ଭିଟାମିନ୍ ଡି ପ୍ରସ୍ତୁତ ପାଇଁ ବାହାରେ ବିତାଇବା ସମୟ ଭିନ୍ନଭିନ୍ନ ହୋଇପାରେ।

ଭିଟାମିନ୍ ଡି ଅଭାବ ସହ ଜଡ଼ିତ ସମସ୍ୟା ମେଦବହୁଳତାର କାରଣ ହେଉଛି ବାରିଆଟ୍ରିକ୍ ରୋଗୀଙ୍କଠାରେ ଭିଟାମିନ୍ ଡି ଅବଶୋଷଣ କମ୍ ହେବା ଏବଂ କ୍ଷୁଦ୍ରାନ୍ତ ପୋଷକତତ୍ତ୍ବ ଅବଶୋଷଣ କରିବାରେ ଅସମର୍ଥ ହେବା ଭଳି ସମସ୍ୟା ଦେଖାଯାଏ । ଏହାପରେ ଆହୁରି ଅନେକ ସ୍ବାଭାବିକ କାରଣ ଯେପରି ବୟସ ବୃଦ୍ଧି ଯୋଗୁଁ ଶରୀରର ଭିଟାମିନ୍ ସିନ୍ଥେସାଇଡ୍ କରିବାର କ୍ଷମତା ମନ୍ଥର ହୋଇଥାଏ। କିନ୍ତୁ ଏଭଳି ଏହି ସମନ୍ୱିତ ପ୍ରଭାବ ଗୁଡିକୁ ଠିକ୍ ସମୟରେ ଧ୍ୟାନ ଦେଲେ ଆୟତ କରି ହୁଏ।

 କେବଳ ଡାକ୍ତର ସୁପାରିଶ କରିଲେ ହିଁ ସପ୍ଲିମେଣ୍ଟ ନେବା ଆବଶ୍ୟକ କି?

ଭାରତରେ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ଏକାଧିକ ଫର୍ମୁଲେସନ୍ ଉପଲବ୍ଧ ।  ଯାହାକୁ କେବଳ ଡାକ୍ତର ସୁପାରିଶ କରିଲେ ହିଁ ନିଆଯାଇ ପାରିବ। ଉତ୍ତମ ଅବଶୋଷଣ ପାଇଁ ଚର୍ବିଯୁକ୍ତ ଉତ୍ପାଦ ସହ ଗ୍ରାନୁଲ୍ସ / ଟ୍ୟାବ୍ସ / କ୍ୟାପ୍ସ ଭଳି ଉପାୟଗୁଡ଼ିକୁ ନିଆଯିବା ଆବଶ୍ୟକ ଏବଂ ଖୁବ କ୍ଷୁଦ୍ର ତରଳ ଫର୍ମ୍ୟୁଲେସନ ଉପଲବ୍ଧ ଅଛି ଯାହାକି ସିଧାସଳଖ ପ୍ରସ୍ତୁତ ହେବା ପାଇଁ ଉପଲବ୍ଧ। ଭିଟାମିନ୍ ଡି ନାନୋ ପାର୍ଟିକଲ ଫରମ୍ୟୁଲେସନ୍ ଅଧ୍ୟୟନ ରୋଗୀର ଗୁଣବତ୍ତା ଜୀବନ ସୂଚକାଙ୍କରେ ଏକ ମହତ୍ତ୍ୱପୂର୍ଣ୍ଣ ଉନ୍ନତି ସହ ଲିକ୍ୟୁଇଡ୍ସ ସୂତ୍ର ଗୁଡ଼ିକର ଭଲ କାର୍ଯ୍ୟକାରିତା ପ୍ରଦର୍ଶନ କରିଛି । ଆପଣଙ୍କୁ କଣ ସବୁଠାରୁ ଭଲ ସୁହାଉଛି ତାହାଆପଣଙ୍କ ଡାକ୍ତର ସ୍ଥିର କରିପାରିବେ।

ସ୍ବାସ୍ୟବିଶେଷଜ୍ଞ, ସ୍ବାସ୍ଥ୍ୟ ଅଧିକାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଛୋଟପିଲାଙ୍କଠାରୁ ବୟସ୍କଙ୍କ ମଧ୍ୟରେ ବ୍ୟକ୍ତିଗତ ପ୍ରୋଫାଇଲ୍ ଆଧାରରେ ଭିଟାମିନ୍ ଡି ଅଭାବ ସମ୍ଭାବନା ନେଇ ସଚେତନତା ସୃଷ୍ଟି କରୁଛନ୍ତି ।

ଆବୋଟ୍ ଙ୍କ ‘D Strong, Active Life’ ଅଭିଯାନ ଏକ ଗୁରୁତ୍ତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛି ଯାହା ଆମ ଦେଶର ମଙ୍ଗଳ ପାଇଁ ଉପଯୁକ୍ତ । ଅଧିକ ସୂଚନା ଜାଣିବା ପାଇଁ ଏଠାରେ କ୍ଲିକ୍କରନ୍ତୁ।

ଘୋଷଣାନାମା:

** ଏହା Abbott India ସହ ସହଭାଗିତାରେ “ଆପୋଲୋ ହସ୍ପିଟାଲ ଭୁବନେଶ୍ୱରରେ ଥିବା ଏଣ୍ଡୋକ୍ରିନୋଲୋଜି ପରାମର୍ଶଦାତା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡ଼ି. ଏମ୍. ଡ଼ାକ୍ତର . ସମ୍ବିତ ଦାସ ଙ୍କ” ଦ୍ଵାରା ଲିଖିତ।.



ଏହି ସାମଗ୍ରୀରେ ଦେଖାଯାଉଥିବା ସୂଚନା କେବଳ ଜନସାଧାରଣ ସଚେତନତା ପାଇଁ ଉଦ୍ଧିଷ୍ଟ ଏବଂ ଏଥିରେ କୌଣସି ଚିକିତ୍ସା ପରାମର୍ଶ ନାହିଁ। ଆପଣଙ୍କ ସ୍ଥିତି ବିଷୟରେ କୌଣସି ପ୍ରଶ୍ନ କିମ୍ବା ସମସ୍ୟା ଥିଲେ ଦୟାକରି ଆପଣଙ୍କର ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

References:

  1. Ritu G, Gupta A. Vitamin D Deficiency in India: Prevalence, Causalities and Interventions. Nutrients 2014, 6, 729-775

  2. Aparna P et al. Vitamin D deficiency in India. Family Med Prim Care. 2018 Mar-Apr; 7(2): 324–330.

  3. Goel S. Vitamin D status in Indian subjects: a retrospective analysis. Int J Res Orthop. 2020 May;6(3):603-610

  4. Zhang and Naughton. Vitamin D in health and disease: Current perspectives. Nutrition Journal 2010, 9:65

  5. Nair R, Maseeh A. Vitamin D: The “sunshine” vitamin. J PharmacolPharmacother. 2012 Apr-Jun; 3(2): 118–126.

  6. Kennel KA, Drake MT, Hurley DL. Vitamin D Deficiency in Adults: When to Test and How to Treat. Mayo Clin Proc. 2010;85(8):752-758

  7. Cleveland Clinic. Vitamin D Deficiency. Available at: https://my.clevelandclinic.org/health/articles/15050-vitamin-d--vitamin-d-deficiency

  8. Bothiraja C, PawarA& Deshpande G. Ex vivo absorption study of a nanoparticle based novel drug delivery system of Vitamin D 3(Arachitol Nano™) using everted intestinal sac technique. J PharmaInvesting. 2016;46(5):425-432.


This is a partnered post.
Published by: Jagdish Barik
First published: October 12, 2020, 2:39 PM IST
corona virus btn
corona virus btn
Loading