ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଅପସ୍ମାର ରୋଗ ଦୂର କରିବା ପାଇଁ ଏହାକୁ ବୁଝିବା

ଅପସ୍ମାର ରୋଗ ଦୂର କରିବା ପାଇଁ ଏହାକୁ ବୁଝିବା

ଭାରତରେ ନିକଟରେ ହୋଇଥିବା ଅଧ୍ୟୟନ ଅନୁସାରେ ପ୍ରାୟ 1.3 Cr ବ୍ୟକ୍ତି ଅପସ୍ମାର ରୋଗରେ ପୀଡିତ । କିନ୍ତୁ ମାତ୍ର 29 ଲକ୍ଷ ଚିକିତ୍ସିତ ହୋଇପାରୁଛନ୍ତି ।

ଅପସ୍ମାର ରୋଗ ଦୂର କରିବା ପାଇଁ ଏହାକୁ ବୁଝିବା
ଅପସ୍ମାର ରୋଗ ଦୂର କରିବା ପାଇଁ ଏହାକୁ ବୁଝିବା
  • News18 Odia
  • Last Updated: December 14, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭାରତରେ, ହାଲରେ ହୋଇଥିବା ଅଧ୍ୟୟନ ଅନୁସାରେ ପ୍ରାୟ 1.3 Cr ବ୍ୟକ୍ତି ଅପସ୍ମାର ରୋଗରେ ପୀଡିତ, କିନ୍ତୁ ମାତ୍ର 29 ଲକ୍ଷ ଚିକିତ୍ସିତ ହୋଇପାରୁଛନ୍ତି।

ଅପସ୍ମାର ରୋଗରେ ଆକ୍ରାନ୍ତ 1Cr ବ୍ୟକ୍ତି ହୁଏତ ପରୀକ୍ଷା କରେଇନଥାନ୍ତି କିମ୍ବା ଔଷଧ ଖାଇ ଚିକିତ୍ସା ପ୍ରାପ୍ତ କରିବାର ସୁଯୋଗ ପାଇନଥାନ୍ତି। ଏହାସହିତ, ସଚେତନତାର ଅଭାବ ଏବଂ ଏହା ପାଇଁ ମନ ଭିତରେ ଥିବା ଭୁଲ ଧାରଣା ଯୋଗୁଁ ଏହି ସ୍ଥିତି ବିଷୟରେ ଏକ ବିରାଟ କଳଙ୍କ ଯୋଡ଼ିହୋଇଛି2

ଅପସ୍ମାର ହେଉଛି ଏକ ସ୍ନାୟୁଗତ ଅବସ୍ଥା / ବ୍ୟାଧି ଯେଉଁଥିରେ ଲୋକମାନେ ବାରମ୍ବାର ନିଜର ଚେତା ହରାଇଥାନ୍ତି (ଫିଟ୍ସ  ପଡ଼ିଥାଏ)। ଚେତା ହରାଇବା ହେଉଛି ଅସ୍ୱାଭାବିକ ଆଚରଣ, ସମ୍ବେଦନଶୀଳତା ଏବଂ ବେଳେବେଳେ କିଛି ନ ଜାଣିପାରିବା, ଯାହାକି ମସ୍ତିସ୍କରେ ବୈଦ୍ୟୁତିକ ଗତିବିଧିରେ ହଠାତ୍ ବୃଦ୍ଧି, ଅର୍ଥାତ ଟେକ୍ନିକାଲ୍ ରୂପରେ ଭାରାକ୍ରାନ୍ତ ଯୋଗୁଁ ଘଟିଥାଏ1

ଅପସ୍ମାର ରୋଗ ହେବାର କାରଣ କ??

ବିଭିନ୍ନ କାରଣ ଯୋଗୁଁ ଅପସ୍ମାର ରୋଗ ହୋଇପାରେ। ଏଥିରେ ମସ୍ତିଷ୍କ ଟ୍ୟୁମର, ମୁଣ୍ଡରେ ଆଘାତ, ସଂକ୍ରମଣ, ଷ୍ଟ୍ରୋକ କିମ୍ବା ଆନୁବଂଶିକ ଅବସ୍ଥା ଅନ୍ତର୍ଭୁକ୍ତ। ତଥାପି, ଉଭୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ 70 ପ୍ରତିଶତ ପର୍ଯ୍ୟନ୍ତ ଅପସ୍ମାର ରୋଗରେ, କୌଣସି କାରଣ ନିର୍ଦ୍ଧାରିତ କରାଯାଇପାରିବ ନାହିଁ11। କେତେକ ସାଧାରଣ ଟ୍ରିଗରଗୁଡ଼ିକ ହେଲା: ସମୟରେ ନ ଖାଉଥିବା ଔଷଧ, ଚାପ, ଚିନ୍ତା କିମ୍ବା ଉତ୍ସାହ, ହାର୍ମୋନ୍ ପରିବର୍ତ୍ତନ, କିଛି ଖାଦ୍ୟ, ମଦ୍ୟପାନ, ଆଲୋକ ଦ୍ଵାରା ପ୍ରଭାବିତ ଏବଂ ସଙ୍ଗୀତ1

ଅପସ୍ମାର ରୋଗରେ ମୁଖ୍ୟ ଚ୍ୟାଲେଞ୍ଜ୍:

ଅପସ୍ମାର ରୋଗ ବିଷୟରେ, ନିରାକରଣ ଏକ ସମସ୍ୟା ଅଟେ । ଏଠାରେ ସାମାଜିକ-ସାଂସ୍କୃତିକ ସମସ୍ୟା କିମ୍ବା ଅବସ୍ଥାକୁ ଘେରି ରହିଥିବା ବର୍ଜନ / ମନଗଢାକଥା ସହିତ ଅନେକ ଭୁଲ ଧାରଣା ବଢିଥାଏ। ବେଳେବେଳେ ଅବସ୍ଥା ପାଇଁ ହୋଇଥିବା ଡାକ୍ତରୀ ପରୀକ୍ଷା ଠିକ୍ ହୋଇନଥାଏ ଯାହା ପାଇଁ ଭୁଲ କିମ୍ବା ବିଳମ୍ବିତ ଚିକିତ୍ସା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥାଏ ।

ଅପସ୍ମାର ରୋଗ ଏକ ସାଧାରଣ ଅବସ୍ଥା ଯାହାକି ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ ହୋଇଥିବା ସତ୍ତ୍ୱେ ଭଲ ଭାବରେ ବୁଝାପଡେ ନାହିଁ ଏବଂ ଭଲ ଚିକିତ୍ସା କରାଯାଇନଥାଏ। ଅପସ୍ମାର ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ସ୍ୱାସ୍ଥ୍ୟ ଏବଂ ସାମାଜିକ ପାର୍ଥକ୍ୟ ଅନୁଭବ କରନ୍ତି, ଯେପରିକି ଖରାପ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଣ7। ଯଥାର୍ଥ ଭାବରେ ନିୟନ୍ତ୍ରିତ ଅପସ୍ମାର ରୋଗୀମାନେ ସେମାନଙ୍କର ଚେତା ହରାଇବା ବ୍ୟାଧି ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ କିମ୍ବା ପ୍ରତିକ୍ରିୟା କିମ୍ବା ଅପସ୍ମାର ରୋଗର ଭୟ କାରଣରୁ ଏହାକୁ ନିଜ ବନ୍ଧୁ ଏବଂ ସହକର୍ମୀମାନଙ୍କ ନିକଟରେ ପ୍ରକାଶ କରନ୍ତି ନାହିଁ। ଏହା କରିବାକୁ ଅନୁମତି ଦିଅନ୍ତୁ ନାହିଁ । ଆପଣଙ୍କର ସାଥି ଏବଂ ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଏବଂ ସମାଜକୁ ଅପସ୍ମାର ରୋଗୀଙ୍କୁ ଅସ୍ୱାଭାବିକ ବୋଲି ଭାବିବା ବନ୍ଦ କରିବା ଆବଶ୍ୟକ।

ଭାରତରେ ଏହା ଏକ ପୌରାଣିକ ମିଥ୍ୟା କଥା ଯେ, ଏହା ଭୂତ ଏବଂ ପ୍ରେତାତ୍ମା ମାନଙ୍କ ଦ୍ଵାରା ଘଟିଥାଏ ଯାହାକି ସତ୍ୟ ନୁହେଁ, ଏହାର ଅତୀତ ଜୀବନ ସହିତ କୌଣସି ସମ୍ପର୍କ ନାହିଁ। ଏହା ଏକ ବୈଜ୍ଞାନସମ୍ମତ ସ୍ନାୟୁବିଜ୍ଞାନ ସମସ୍ଯା ଅଟେ - ଯାହାକି ସଠିକ୍ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରାଯାଇପାରିବ। ଅପସ୍ମାର ରୋଗର ଏପିଡେମୋଲୋଜିକାଲ ଅଧ୍ୟୟନ ସୂଚାଇ ଦିଏ ଯେ ମହିଳାମାନଙ୍କ ତୁଳନାରେ ପୁରୁଷଙ୍କଠାରେ ଅପସ୍ମାର ରୋଗର ମାତ୍ରା ସାମାନ୍ୟ ଅଧିକ ଅଟେ2

ଯଦି ଆପଣ ଭାବୁଛନ୍ତି ଆପଣ କିମ୍ବା ଆପଣଙ୍କର କୌଣସି ପ୍ରିୟ ବ୍ୟକ୍ତିଙ୍କର ହୁଏତ ଏହିଭଳି ଚେତା ହରେଇବା ସମସ୍ଯା ଅଛି, ତେବେ କ’ଣ ହେଉଛି ସେ ବିଷୟରେ ଆପଣଙ୍କର ଡାକ୍ତରଙ୍କ ସହିତ ଆଲୋଚନା କରିବା ଜରୁରୀ ଅଟେ।

କେତେଥର ଅସ୍ୱାଭାବିକ ଭାବରେ ଚେତା ଶୂନ୍ୟ ହେଉଛି, ହେବାର ସମୟ, ଏବଂ ଏହା କେଉଁ ରୂପରେ ହୋଇଥାଏ, ତାହାର ଏକ ରେକର୍ଡ ରଖନ୍ତୁ। ଆପଣ ଯାହା କିଛି ବର୍ଣ୍ଣନା କରୁଛନ୍ତି, ତାହା ଅପସ୍ମାର ରୋଗର ଲକ୍ଷଣ ହୋଇପାରେ କି ନାହିଁ ତାହା ନିର୍ଣ୍ଣୟ କରିବାରେ ଆପଣଙ୍କର ଡାକ୍ତରଙ୍କୁ ଆପଣଙ୍କୁ ସାହାଯ୍ୟ କରିପାରିବେ। ଅପସ୍ମାର ରୋଗର ନିରାକରଣ କରିବାରେ ଜଣେ ଡାକ୍ତରଙ୍କ ପ୍ରଥମ ସାଧନ ହେଉଛି ଏକ ଯତ୍ନଶୀଳ ଚିକିତ୍ସା ଇତିହାସ ବିଷୟରେ ଜାଣିବା ଯାହାକି ଚେତା ହରାଇବା କିପରି ହୋଇଥାଏ ଏବଂ ଆରମ୍ଭ ହେବା ପୂର୍ବରୁ କଣ ହୋଇଥାଏ, ତାହା ସମ୍ବନ୍ଧରେ ଯଥାସମ୍ଭବ ସୂଚନା ପ୍ରଦାନ କରିବା। ଯଦି ଆପଣଙ୍କର ଜୀବନରେ କେହି ଅପସ୍ମାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ସହାୟକ ହେବା ଏବଂ ଏହାକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ।

ପ୍ରାୟ 30 ରୁ 40 ପ୍ରତିଶତ ଅପସ୍ମାର ରୋଗ ଆନୁବଂଶିକ ପ୍ରବୃତ୍ତି ଦ୍ଵାରା ହୋଇଥାଏ। ବଂଶାନୁକ୍ରମିକ ଅପସ୍ମାର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରଥମ-ଡିଗ୍ରୀ ସମ୍ପର୍କୀୟମାନଙ୍କ ଠାରେ ଅପସ୍ମାର ରୋଗ5 ଦୁଇରୁ ଚାରି ଗୁଣ ବୃଦ୍ଧି ପାଇଥାଏ। କେବଳ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକ ହିଁ  ଚେତା ହରେଇବା /ଫିଟ୍ସ  ରୋଗର ଚିକିତ୍ସା କରିବା ଉଚିତ, ଯାହା ଦ୍ଵାରା ଜଣେ ରୋଗୀଙ୍କୁ ସଠିକ୍ ନିରାକରଣ ଏବଂ ସଠିକ୍ ସମୟରେ ଚିକିତ୍ସା ଦିଆଯାଇପାରିବ। ଯଦି ଆପଣଙ୍କ ପାଖରେ ସୁଯୋଗ ଅଛି, ତେବେ ସ୍ନାୟୁବିଜ୍ଞାନୀମାନଙ୍କ ପାଖକୁ ଯାଆନ୍ତୁ, ଯେଉଁମାନେ ସଠିକ୍ ଚିକିତ୍ସା ପ୍ରୋଟୋକଲରେ ଆପଣଙ୍କୁ ସାହାଯ୍ୟ କରିପାରିବେ।

ଅପସ୍ମାର ରୋଗରେ ପୀଡିତ ପିଲାମାନଙ୍କର ପିତାମାତାଙ୍କୁ ଆପଣ କୌଣସି ବିଶେଷ ପରାମର୍ଶ ଦେବାକୁ ଚାହୁଁଛନ୍ତି କି? ଏବଂ ଏହି ଅବସ୍ଥାରେ ଜଣେ ଯତ୍ନ ପ୍ରଦାନକାରୀ କେଉଁ ଭୂମିକା ଗ୍ରହଣ କରିବା ଉଚିତ୍?

ଯତ୍ନ ପ୍ରଦାନକାରୀ ନିଶ୍ଚିତ ଭାବରେ ପିଲାକୁ ଜଗି ରହିବା ଉଚିତ ଏବଂ ପିଲାକୁ କେବେ ହେଲେ ଏକାକୀ / ଅଧିକ ସମୟ ପର୍ଯ୍ୟନ୍ତ ଏକା ନ ଛାଡ଼ିବା ଉଚିତ। ଟ୍ରିଗରଗୁଡିକ କ’ଣ ତାହା ଜାଣନ୍ତୁ ଏବଂ ଯଥାସମ୍ଭବ ସେଗୁଡିକୁ ଏଡାନ୍ତୁ। ନିଶ୍ଚିତ ହୁଅନ୍ତୁ ଯେ ଶିଶୁର ଶିକ୍ଷକ / ଅଭିଭାବକମାନେ ଶିଶୁର ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା ବିଷୟରେ ଜାଣିଛନ୍ତି ଏବଂ ସେମାନଙ୍କୁ ଜରୁରୀକାଳୀନ ସମ୍ପର୍କ ପାଇଁ ସବିଶେଷ ତଥ୍ୟ ଦେବାକୁ ନିଶ୍ଚିତ କରନ୍ତୁ।

ଔଷଧଗୁଡିକ ଠିକ୍ ସମୟରେ ନିଆଯିବା ଏବଂ ଆବଶ୍ୟକ ଅନୁବର୍ତ୍ତୀ ପରିଦର୍ଶନ / ଅନୁସନ୍ଧାନ କରାଯିବାକୁ ନିଶ୍ଚିତ କରନ୍ତୁ। ବିପଦ ସଙ୍କେତ ଗୁଡିକୁ ଜାଣନ୍ତୁ ଏବଂ କୌଣସି ବିପଦ ସଙ୍କେତ ର ସନ୍ଦେହ ହେବା ମାତ୍ରେ ଡାକ୍ତରଙ୍କ ପାଖକୁ ଯିବାକୁ ନିଶ୍ଚିତ କରନ୍ତୁ। ପିଲାଟିକୁ ଫିଟ୍ସ ହେଉଥିବାବେଳେ ପାଟିରେ (ପାଣି / ବଟିକା / ସିରପ୍) କିଛି ଦିଅନ୍ତୁ ନାହିଁ ଏବଂ ତାଙ୍କୁ ଶୀଘ୍ର ଡାକ୍ତରଖାନାକୁ ନେଇଯାଆନ୍ତୁ।

ଏହା ମହିଳାମାନଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରେ କି? ଏବଂ ଏହାର କୌଣସି ଦୀର୍ଘମିଆଦି ପ୍ରଭାବ ଅର୍ଥାତ ସେମାନଙ୍କର ସମଗ୍ର ସ୍ୱାସ୍ଥ୍ୟ ଉପରେ କିମ୍ବା ଗର୍ଭଧାରଣ କରିବାର କ୍ଷମତା ଉପରେ ପ୍ରଭାବ ପଡ଼େ କି?

ଅପସ୍ମାର ରୋଗରେ ପୀଡିତ ଝିଅ / ମହିଳା ମାନଙ୍କ ପାଇଁ ସାମାଜିକ-ସାଂସ୍କୃତିକ ବର୍ଜନ କରାଯାଉଥିବା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରି ସମାଧାନ କରିବାକୁ ପଡିବ। ଯଦି ଚିକିତ୍ସା ଏବଂ ଉପଯୁକ୍ତ ସତର୍କତା ଅବଲମ୍ବନ କରାଯାଏ, ତେବେ ଘରେ ଏକ ଉତ୍ତମ ସହାୟତା ପ୍ରଣାଳୀ ସାହାଯ୍ୟରେ ଏକ ସାଧାରଣ ଜୀବନଯାପନ କରିବା ସମ୍ଭବପର ଅଟେ। ଅପସ୍ମାର ରୋଗରେ ପୀଡିତ ମହିଳାମାନଙ୍କ ଠାରେ ଅପସ୍ମାର ରୋଗ ନ ଥିବା ମହିଳା ମାନଙ୍କ ପରି ଗର୍ଭଧାରଣ ହାସଲ କରିବାର ସମ୍ଭାବନା ମଧ୍ୟ ରହିଥାଏ। ଗର୍ଭଧାରଣ କିପରି ଅପସ୍ମାର ରୋଗ ଉପରେ ପ୍ରଭାବ ପକାଇବ ତାହା ପୂର୍ବାନୁମାନ କରିବା କଷ୍ଟକର ଅଟେ। କେତେକ ମହିଳାଙ୍କ ପାଇଁ ସେମାନଙ୍କର ଅପସ୍ମାର ରୋଗ ପ୍ରଭାବିତ ହୋଇନଥିବାବେଳେ ଅନ୍ୟମାନେ ସେମାନଙ୍କ ଅବସ୍ଥାରେ ଉନ୍ନତି ଦେଖିପାରନ୍ତି।

ଯାହାହେଉ, ଗର୍ଭଧାରଣ ଯୋଗୁଁ ଶାରୀରିକ ଏବଂ ଭାବନାତ୍ମକ ଚିନ୍ତା ସୃଷ୍ଟି କରିବା ସହିତ କ୍ଳାନ୍ତପଣ ବଢିଯାଇପାରେ, ତେଣୁ ଏହି ଭଳି ସ୍ଥିତିରେ ଚେତା ହରାଇବା ବାରମ୍ବାର ହୋଇପାରେ। କୌଣସି ମଧ୍ୟ ବିପଦକୁ କମ କରିବା ପାଇଁ, ଆପଣ ଗର୍ଭବତୀ ହେବା ପୂର୍ବରୁ କିମ୍ବା ଯଦି ଆପଣ ଗର୍ଭବତୀ ହେବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କର ଔଷଧ ବିଷୟରେ ସ୍ନାୟୁବିଜ୍ଞାନୀଙ୍କ ସହ କଥା ହୁଅନ୍ତୁ। ସେମାନେ ଆପଣଙ୍କୁ ଏକ ବୈକଳ୍ପିକ ଚିକିତ୍ସାକୁ ବଦଳାଇବାକୁ କହିପାରନ୍ତି। ସାଧାରଣତଃ ଗର୍ଭାବସ୍ଥା ସମୟ ଅପେକ୍ଷା ପୂର୍ବରୁ ହିଁ ନିଜର ଔଷଧରେ କୌଣସି ମଧ୍ୟ ପରିବର୍ତ୍ତନ କରିବା ସାଧାରଣତଃ ଭଲ ।

Anti Epilepsy Drug ସେବନ କରୁଥିବା ସମୟରେ  ଯଦି ଆପଣ ଗର୍ଭବତୀ ହୁଅନ୍ତି, ତେବେ ଏହାକୁ ସେବନ କରିବା ଚାଲୁ କରନ୍ତୁ ଏବଂ ତୁରନ୍ତ ଆପଣଙ୍କର GP କିମ୍ବା ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରି ଆପଣଙ୍କ ଚିକିତ୍ସା ବିଷୟରେ ଆଲୋଚନା କରନ୍ତୁ। ବିଶେଷ କରି ଗର୍ଭଧାରଣ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ବିନା ନିଜର ଚିକିତ୍ସା ବଦଳାନ୍ତୁ ନାହିଁ, ଏହାର କାରଣ ହେଉଛି ଗର୍ଭାବସ୍ଥାରେ ଏକ ଭୟଙ୍କର ଚେତାଶୂନ୍ୟ ହେବା ଆପଣଙ୍କୁ କିମ୍ବା ଆପଣଙ୍କ ଶିଶୁକୁ କ୍ଷତି କିମ୍ବା ଆଘାତ ଦେଇପାରେ9

ଅପସ୍ମାର ରୋଗୀଙ୍କ ପାଇଁ ସାଧାରଣ ଜୀବନଯାପନ କରିବା ସମ୍ଭବପର କି? ସେମାନଙ୍କର ଜୀବନଯାପନ ସ୍ତର ଉପରେ କ’ଣ ପ୍ରଭାବ ପଡିପାରେ?

ଅପସ୍ମାର ରୋଗରେ ପୀଡ଼ିତ ଅଧିକାଂଶ ଲୋକ ସଠିକ୍ ଚିକିତ୍ସା ଏବଂ ସ୍ଵାସ୍ଥ୍ୟ ଚିକିତ୍ସା ଅଭ୍ୟାସକାରୀଙ୍କ ମାର୍ଗଦର୍ଶନ ସହିତ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରିପାରିବେ8,10

Abbott India ର ‘Join Seizure Freedom Movement - Treat it to defeat it’ ଅଭିଯାନର ଲକ୍ଷ୍ୟ ହେଉଛି ଯେଉଁମାନେ ଲକ୍ଷଣ ଅନୁଭବ କରୁଛନ୍ତି ସେମାନଙ୍କୁ ତୁରନ୍ତ ସେମାନଙ୍କର ସ୍ନାୟୁବିଜ୍ଞାନୀଙ୍କ ସହିତ ପରାମର୍ଶ କରିବାକୁ ଉତ୍ସାହିତ କରିବା ।

ଅଧିକ ବିବରଣୀ ପାଇଁ here କ୍ଲିକ କରନ୍ତୁ ।

ଏହା ଏକ ସହଭାଗୀ ପୋଷ୍ଟ ଅଟେ।



Disclaimer:

** This is in partnership with Abbott India, written by Dr. Pragateshnu Das, Consultant Neurologist & Associate Professor, KIMS Hospital, Bhubaneshwar.



Information appearing in this material is for general awareness only and does not constitute any medical advice. Please consult your doctor for any questions or concerns you may have regarding your condition.



References:

  • 1 National Center for Chronic Disease Prevention and Health Promotion, Division of Population Health. https://www.cdc.gov/epilepsy/about/faq.htm

  • 2Santhosh NS, Sinha S, Satishchandra P. Epilepsy: Indian perspective. Ann Indian Acad Neurol. 2014;17(Suppl 1):S3-S11.


  • 5https://www.uchicagomedicine.org/conditions-services/neurology-neurosurgery/epilepsy-seizures/causes

  • 6

  • 7 Durugkar S, Gujjarlamudi HB, Sewliker N. Quality of life in epileptic patients in doctor's perspective. Int J Nutr Pharmacol Neurol Dis 2014;4:53-7

  • 8 Shetty PH, Naik RK, Saroja A, Punith K. Quality of life in patients with epilepsy in India. J Neurosci Rural Pract. 2011;2(1):33-38.

  • 9 Jacqueline French, Cynthia Harden, Page Pennell, Emilia Bagiella, Evie Andreopoulos, Connie Lau, Stephanie Cornely, Sarah Barnard, and Anne Davis; Neurology April 5, 2016 vol. 86 no. 16 Supplement I5.001

  • 10 https://www.nebraskamed.com/neurological-care/epilepsy/with-right-treatment-most-epilepsy-patients-can-live-normal-lives

  • 11 https://www.aans.org/en/Patients/Neurosurgical-Conditions-and-Treatments/Epilepsy

Published by: Jagdish Barik
First published: December 14, 2020, 5:30 PM IST