• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଟ୍ରେଣ୍ଡିଙ୍ଗ
  • »
  • ସଂସଦରେ ପ୍ଲାକାର୍ଡ ଫିଙ୍ଗି ପାରିବେ ନାହିଁ ସାଂସଦ.. ମୌସୁମୀ ଅଧିବେଶନ ପୂର୍ବରୁ ପ୍ଲାକାର୍ଡ ଏବଂ ପାମ୍ପଲେଟ୍ ସମ୍ବନ୍ଧରେ ନୂଆ ଆଡଭାଇଜରି ଜାରି

ସଂସଦରେ ପ୍ଲାକାର୍ଡ ଫିଙ୍ଗି ପାରିବେ ନାହିଁ ସାଂସଦ.. ମୌସୁମୀ ଅଧିବେଶନ ପୂର୍ବରୁ ପ୍ଲାକାର୍ଡ ଏବଂ ପାମ୍ପଲେଟ୍ ସମ୍ବନ୍ଧରେ ନୂଆ ଆଡଭାଇଜରି ଜାରି

ସଂସଦରେ ପ୍ଲାକାର୍ଡ ଫିଙ୍ଗି ପାରିବେ ନାହିଁ ସାଂସଦ

ସଂସଦରେ ପ୍ଲାକାର୍ଡ ଫିଙ୍ଗି ପାରିବେ ନାହିଁ ସାଂସଦ

  • Share this:
News 18 Odia Digital

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରାଯାଇଛି । ସାଂସଦ ମାନେ ଗୃହ ଭିତରେ କୌଣସି ପ୍ରକାର ପାମ୍ପଲେଟ୍, ବୁକଲେଟ୍, ପ୍ଲାକାର୍ଡ ଇତ୍ୟାଦି ବଣ୍ଟନ କରିପାରିବେ ନାହିଁ । ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ଆଡଭାଇଜରି ଅନୁଯାୟୀ, 'ବାଚସ୍ପତିଙ୍କ ବିନା ଅନୁମତିରେ ଗୃହ ଭିତରେ କୌଣସି ସାହିତ୍ୟିକ ସାମଗ୍ରୀ, ପ୍ରଶ୍ନପତ୍ର, ପାମ୍ପଲେଟ୍, ପ୍ରେସ୍ ନୋଟ୍, ଲିଫଲେଟ୍ କିମ୍ବା ମୁଦ୍ରିତ ସାମଗ୍ରୀ ବଣ୍ଟନ କରାଯାଇପାରିବ ନାହିଁ । ଏହା ବ୍ୟତୀତ ସଂସଦ ପରିସରରେ ପ୍ଲାକାର୍ଡ ମଧ୍ୟ କଡା ନିଷେଧ କରାଯାଇଛି ।

ଏହି ଆଡଭାଇଜରି ଏପରି ଏକ ସମୟରେ ଆସିଛି ଯେତେବେଳେ ସଂସଦ ପରିସରରେ ପ୍ରଦର୍ଶନ ଏବଂ ଧାରଣାକୁ ଅନୁମତି ନଦେବା ପାଇଁ ଏକ ଆଡଭାଇଜରି ଜାରି କରାଯାଇଛି । ଏହାକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି । ସାଂସଦଙ୍କ ପାଇଁ ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି, 'ସଦସ୍ୟମାନେ ଗୃହ ପରିସରକୁ କୌଣସି ପ୍ରଦର୍ଶନ, ଧାରଣା, ଅନସନ କିମ୍ବା କୌଣସି ଧାର୍ମିକ ସମାରୋହ କରିପାରିବେ ନାହିଁ । ଏନେଇ ସଦସ୍ୟମାନଙ୍କ ସହଯୋଗ ଆଶା କରୁଛୁ । 'ପିକେଟିଂ ନକରିବା' ଆଦେଶକୁ ଜୟରାମ ରମେଶ ଆପତ୍ତି କରିଥିଲେ, ତା’ପରେ ଲୋକସଭା ସଚିବାଳୟ ଏହି ସ୍ପଷ୍ଟୀକରଣ ଦେଇଥିଲେ ।
ଅତୀତରେ ସଂସଦରେ ଏଭଳି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳିଥିଲା, ଯେତେବେଳେ ସାଂସଦମାନେ ଗୃହ ଭିତରେ ପ୍ଲାକାର୍ଡ ଦେଖାଇଥାନ୍ତି । ବିଗତ କିଛି ଅଧିବେଶନରେ ରାଜ୍ୟସଭାରେ କିଛି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେତେବେଳେ ସାଂସଦମାନେ ଗୃହରେ ପ୍ଲାକାର୍ଡ ଧରିଥାନ୍ତି ଏବଂ ବେଳେବେଳେ ପ୍ଲାକାର୍ଡ ଏବଂ ପାମ୍ପଲେଟ୍ ଚିରି ଉପରକୁ ଫିଙ୍ଗିଥାନ୍ତି ।

କଂଗ୍ରେସ ରାଜ୍ୟସଭା ସାଂସଦ ଜୟରାମ ରମେଶଙ୍କ ସମେତ ସଂସଦର ବହୁ ସଦସ୍ୟ ଟ୍ୱିଟର ମାଧ୍ୟମରେ ଏହାକୁ ନେଇ ସମାଲୋଚନା କରିଛନ୍ତି । ସୂଚନାନୁସାରେ, ୟୁପିଏ ଶାସନ ସମୟରେ ଜାରି କରାଯାଇଥିବା ଏହିପରି ଅନେକ ସର୍କୁଲାର ସର୍ବସାଧାରଣ ଡୋମେନରେ ଅଛି । ସେଥିମଧ୍ୟରୁ ଗୋଟିଏ ଡିସେମ୍ବର ୨, ୨୦୧୩ ରେ ଏବଂ ଅନ୍ୟଟି ଫେବୃଆରୀ ୩, ୨୦୧୪ରେ ଅଣାଯାଇଥିଲା । ଆଜି ସେମାନେ କ୍ଷମତାରେ ଅଛନ୍ତି ତେଣୁ ସେମାନେ ସବୁ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି ଶବ୍ଦ ଉପରେ ପ୍ରତିବନ୍ଧକକୁ ନେଇ ବିଜେପି ଉପରେ ବର୍ଷିଲେ ସଞ୍ଜୟ ସିଂ
ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହା ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ଆଉ ଏକ ଭିତ୍ତିହୀନ ପ୍ରସଙ୍ଗ । ଜୟରାମ ରମେଶଙ୍କ ପରି ଲୋକମାନେ ମନେ ରଖିବା ଉଚିତ ଯେ ଯେତେବେଳେ ପୂର୍ବରୁ ଏହି ସର୍କୁଲାର ଜାରି କରାଯାଇଥିଲା, ସେତେବେଳେ ସେ ମନ୍ତ୍ରୀ ଭାବରେ ସରକାରଙ୍କ ଅଂଶ ହୋଇଥିଲେ ।
Published by:Soubhagya Mishra
First published: