ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୦: ପ୍ରତିବର୍ଷ ବଢ଼ୁଛି ଆଗ୍ରହୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା

ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସହଯୋଗରେ MyGov ପ୍ରୋଗ୍ରାମର ଲଞ୍ଚ କରାଯାଇ ଏଥିରେ ୯ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି କ୍ଷୁଦ୍ର ପ୍ରବନ୍ଧ ନେଇ ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୦: ପ୍ରତିବର୍ଷ ବଢ଼ୁଛି ଆଗ୍ରହୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା
୨୦୧୮ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି
  • News18 Odia
  • Last Updated: January 19, 2020, 5:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଦେବା ପୂର୍ବରୁ କିପରି ଚାପ ମୁକ୍ତ ରହିବେ ସେନେଇ ବିଭିନ୍ନ ପ୍ରକାର ଟିପ୍ସ ଦେବାଲାଗି ଆରମ୍ଭ କରିଥିବା ‘ପରୀକ୍ଷା ପେ ଚର୍ଚ୍ଚା’  କାର୍ଯ୍ୟକ୍ରମର ଲୋକପ୍ରିୟତା ପ୍ରତିବର୍ଷ ବଢ଼ିବାକୁ ଲାଗିଛି । ଗତ ବର୍ଷ କାର୍ଯ୍ୟକ୍ରମ ଲାଗି ୧.୪ଲକ୍ଷ ଆବେଦନ ମିଳିଥିବାବେଳେ ଚଳିତବର୍ଷ ୨.୬ ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି । ସେହିପରି ପ୍ରଧାନମନ୍ତ୍ରୀ ୨୦୧୮ରେ ଛାତ୍ରୀଛାତ୍ରଙ୍କଦ୍ବାରା ପଚରା ଯାଇଥିବା ୧୦ଟି ପ୍ରଶ୍ନର ଉତ୍ତର ଦେଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଥିଲା । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଅଧିକ ସହଭାଗିତା ବଢ଼ାଇବା ଲାଗି ଏଥର କେବଳ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଇଥିବାରୁ ଏଥର ସେମାନେ ଅଧିକ ପ୍ରଶ୍ନ ପଚାରିବା ନେଇ ଅନୁମାନ କରାଯାଉଛି ।

ପ୍ରତିବର୍ଷ ଭଳି ଏହି କାର୍ଯ୍ୟକ୍ରମର ସ୍ଥାନକୁ ପରିବର୍ତ୍ତନ ନକରାଯାଇ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ହିଁ ରଖାଯାଇଛି । ଏଥର ସମୁଦାୟ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ମାତ୍ର ୨୦୦୦ଙ୍କୁ ଏଥିରେ ଭାଗନେବା ସୁଯୋଗ ମିଳିଛି । ଏଥିପାଇଁ ଏକ ଚିତ୍ର ଏବଂ ପୋଷ୍ଟୋର ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରୁ ଶ୍ରେଷ୍ଠ ବିବେଚିତ ୨୦୦୦ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି । ଏଥିପାଇଁ ସାରା ଦେଶର ଛାତ୍ରୀଛାତ୍ରଙ୍କ ଠାରୁ ୭୫୦ ପୋଷ୍ଟର ଏବଂ ପେଣ୍ଟିଂ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ଶେଷ୍ଠ ୫୦ଟି ପୋଷ୍ଟରକୁ ଚୟନ କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନ କରାଯିବ । କର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଷ୍ଟର ପ୍ରଦର୍ଶନୀକୁ ଦେଖିବେ ବୋଲି ଜଣାପଡ଼ିଛି ।

ଗତବର୍ଷ ସାରା ଦେଶରୁ ୮.୫କୋଟିରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମକୁ ଦୁରଦର୍ଶନ , ଟିଭି ଚ୍ୟାନେଲ ଏବଂ ରେଡିଓ ଚ୍ୟାନେଲ ମାଧ୍ୟମରେ ଦେଖି ଓ ଶୁଣିଥିଲେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’  ନାମରେ ଟ୍ରେଣ୍ଡ କରିଥିବାବେଳେ ଏହାକୁ ୨.୫ ମିଲିୟନ ଲୋକ ଟୁଇଟ୍ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମକୁ ୟୁଟ୍ୟୁବ ଏବଂ ଫେସବୁକ୍  ଲାଇଭ ମାଧ୍ୟମରେ ଭାରତ ଏବଂ ଭାରତ ବାହାରେ ଦେଖାଯାଇଥିଲା । ଏଥର ଏହି କାର୍ଯ୍ୟକ୍ରମକୁ ୧୫ କୋଟିରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଏବଂ ଦର୍ଶକ ଦେଖିବେ ବୋଲି ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଆଶା କରିଛି ।

 
First published: January 19, 2020, 5:06 PM IST
corona virus btn
corona virus btn
Loading